ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

ରାଜନଗର ବ୍ଲକ ସ୍କୁଲର ମଧ୍ୟାହ୍ନ ଭୋଜନ କେଳେଙ୍କାରୀରେ ବିଇଓଙ୍କ ସମ୍ପୃକ୍ତି, ରାତାରାତି ପୋର୍ଟାଲରେ ଵଦଳିଲା ରିପୋର୍ଟ, ଡିଜିଟାଲ ସମୟରେ ବି ଜନ ସାଧାରଣ ଙ୍କୁ ଠକୁଛନ୍ତି ସ୍କୁଲ ବିଇଓ

ରାଜନଗର -କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଛି ମଧ୍ୟାହ୍ନ ଭୋଜନ ହରିଲୁଟ୍, ଵିଇଓ ଜାଣି ଅଜଣା ଥିବା ଵେଳେ ରଵିବାର ଛୁଟିଦିନରେ ପିଏମ ପୋଷଣ ଓଡିଶା ପୋର୍ଟାଲ ରିପୋର୍ଟକୁ ବଦଳାଇ ଦିଆଯିବା ଭଳି ସଙ୍ଗିନୀ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଗତ ୧୦ତାରିଖ ରଵିବାର (ଛୁଟି)ଦିନ ଏହି ପୋର୍ଟାଲରେ ୧୮୫ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରନ୍ଧାଖାଦ୍ୟ ପିଲାମାନଙ୍କୁ ଦିଆଯାଇଥିବା ମିଥ୍ୟା ତଥ୍ୟ ସମ୍ପୃକ୍ତ ପୋର୍ଟାଲ ଆଧାରରେ ଛଡାଯାଇଥିବଲା। ଏହାକୁ ନେଇ ଏହି କେଳେଙ୍କାରୀର ତଥ୍ୟ ସେତେଵେଳେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିଭାଗୀୟ କର୍ତ୍ତୃପକ୍ଷଙ୍କର ସମ୍ପୃକ୍ତି ଥିବାରୁ ତରବରିଆ ଭାଵେ ପୋର୍ଟାଲରେ ଏହିମିଥ୍ୟା ତଥ୍ୟକୁ ରାତାରାତି ନିଜକୁ ସୁହାଇଲା ଭଳି ତଥ୍ୟ ବଦଳାଇ ଦେଇଥିବା ଏକ ଗୁରୁତର ଚଞ୍ଚକତା ବ୍ଲକ ଶିକ୍ଷାବିଭାଗର ସ୍ବଛତାର କଳଙ୍କ ପଦାରେ ପକାଇଛି।ଶିକ୍ଷାଧିକାରୀଙ୍କ କହିବା ପ୍ରକାରେ ନିଜେ ରନ୍ଧା ଖାଦ୍ୟ ତଦାରଖ କରୁଥିବା ଡିଣ୍ଡିମ ପିଟୁଥିବା ଵେଳେ ଛୁଟି ଦିନରେ ରୋଷେଇ ନହୋଇ ପୋର୍ଟାଲରେ ରୋଷେଇ ହୋଇଥିବା ରିପୋର୍ଟ ଦାଖଲ କରିବା ଗୁରୁତର ଦୁର୍ନୀତି ଵିଇଓଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଗଣମାଧ୍ୟମ ସମ୍ବାଦରୁ ନିଜକୁ ବଞ୍ଚାଇଵାକୁ ଯାଇ ସମ୍ପୂର୍ଣ୍ଣ ପୂର୍ବ ତଥ୍ୟ ବଦଳାଇ ପୋର୍ଟାଲରେ ନୂଆ ତଥ୍ୟ ରବିବାର ଦିନ ପ୍ରସ୍ତୁତି କରିଥିବା ନେଇ ସାଧାରଣରେ ନାନା ଚର୍ଚ୍ଚା ହେଉଥିବା ଵେଳେ ଉଚସ୍ତରୀୟ ଅଧିକାରୀମାନଙ୍କ ଦ୍ବାରା ତଦନ୍ତ ହେଵା ଜରୁରୀ ହୋଇପଡିଛି। ଯେମିତି ଛୁଟିଦିନରେ ରୋଷେଇ ନହୋଇ ପିଲାମାନଙ୍କ ପେଟରେ ନାତମାରି ରୋଷେଇ ହୋଇଥିବା ମିଥ୍ୟା ତଥ୍ୟ ଦିଆଯାଇ ଅର୍ଥ ହଡପ କରାଯାଉଛି, ସେହିପରି ଏହି ବ୍ଲକ ଶିକ୍ଷାବିଭାଗରେ କେତେଯେ ଦୁର୍ନୀତି ମାଡି ରହିଛି ତାହା ତଦନ୍ତ କଲେ ଜଣା ପଡିବ। ଗତ ପଞ୍ଚାୟତିରାଜ ଦିବସ ଦିନ ସାରା ରାଜ୍ୟରେ ଛୁଟି ହୋଇ ରୋଷେଇ ଵନ୍ଦ ରହିଥିବା ଶୁଣିବାକୁ ମିଳୁଛି, କିନ୍ତୁ ରାଜନଗର ବ୍ଲକ ଶିକ୍ଷାବିଭାଗରେ ପିଏମ ପୋଷଣ ଓଡିଶାଙ୍କ ରିପୋର୍ଟ ଅନୁଯାୟୀ ଵ୍ଲକର ୨୨୮ଟି ଵିଦ୍ୟାଳୟ ମଧ୍ୟରୁ ୧୨୯ଟି ବିଦ୍ୟାଳୟରେ ରୋଷେଇ ଖାଦ୍ୟ ପିଲାମାନଙ୍କୁ ଦିଆଯାଇଥିବା ମିଥ୍ୟା ରିପୋର୍ଟ ଦାଖଲ ହୋଇଛି। ୫୬ଟି ବିଦ୍ୟାଳୟ ରାତି ୯ଟା ପରେ ଖାଦ୍ୟ ଦିଆଯାଇଥିବା ମିଥ୍ୟା ତଥ୍ୟ ଯୋଗାଇବା ପରେ ମୋଟ୧୮୫ଟି ସ୍କୁଲରେ ମିଥ୍ୟା ରୋଷେଇ ଖାଦ୍ୟ ଦିଆଯାଇଥିବା ଦର୍ଶାଇବା ପରେ ୪୩ଟି ସ୍କୁଲ ରୋଷେଇ ଵନ୍ଦ ରହିଥିବା ତଥ୍ୟ ଦର୍ଶାଯାଇଛି। ଏହି ପରି ମଝିରେ ମଝିରେ କେତେଦିନ ରୋଷେଇ ବନ୍ଦ ହେଉଥିଲେଵି ରୋଷେଇ ହୋଇଥିବା ଦର୍ଶାଯାଉଛି।ଏହି ବ୍ଲକର ଏପରି ଅନୀୟମିତ ଦୁର୍ନୀତିର ତଦନ୍ତ କରା ଯାଏ ବ୍ଲକର ଶିକ୍ଷା ବିଭାଗରେ ଥିବା ଲେଙ୍କା ବାବୁଙ୍କ ନିର୍ଦେଶରେ ଉଠ ବସ୍ ହେଉଥିବା ବିଓଙ୍କ କାରନାମା ସର୍ବସାଧାରଣରେ ଲୋକାର୍ପିତ ହେବାପାଇଁ ଚାହିଁବସିଛନ୍ତି ଅଞ୍ଚଳଵାସୀ ।

ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବୋରିଗାଁ ରେ ଦୀର୍ଘବର୍ଷ ପରେ ବାଲିଯାତ୍ରା ହେଲା ଉଦଘାଟନ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

masiha

Leave a Comment

error: Content is protected !!