ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୬ ଆହତ, ୧ ଗୁରୁତର

ଲାଞ୍ଜିଗଡ଼,୨୭/୦୧(ମନିସ)-ବିଶ୍ବନାଥପୁର ନିକଟସ୍ଥ ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ ଜଣେ ନାବାଳକ ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଏକ ଅଟୋ ଯୋଗେ ଲାଞ୍ଜିଗଡ଼ ପଟେ ନିଜ ଘରକୁ ଫେରୁଥିବାବେଳେ ଭାଟଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା ! ଫଳରେ ଅଟୋରେ ବସିଥିବା ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ନାବାଳକ ଏଥିରେ ଗୁରୁତର ଆହତ ହୋଇଛନ୍ତି ! ଗୁରୁତର ଭାବେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ବେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ! ସେଥିମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବାବେଳେ ଅଟୋରେ ବସିଥିବା ନାବାଳକ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ହସ୍ପିଟାଲରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ବର ପ୍ରଧାନ ମଧ୍ୟ ହସ୍ପିଟାଲକୁ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ! ସେହିପରି ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଡାକ୍ତରୀଦଳ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପ୍ରଥମ ଥର ପାଇଁ ରାୟଗଡା ଠାରେ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ସଫଳତାର ସହ ଅନୁଷ୍ଠିତ ହେଲା ରାୟଗଡା ଟେଲେଣ୍ଟ ଆୱାର୍ଡ 2024

masiha

ସରକାରୀ ପ୍ରୟୋଗଶାଳାକୁ ଅସାଧୁ କମ୍ପାନୀ ନାମରେ ମାଲିକାନା କରିଦିଆଯାଉ-ଡ଼ିଡ଼ିସିଏ

masiha

ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!