ଲାଞ୍ଜିଗଡ଼,୨୭/୦୧(ମନିସ)-ବିଶ୍ବନାଥପୁର ନିକଟସ୍ଥ ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ ଜଣେ ନାବାଳକ ଆଜି ଅପରାହ୍ନରେ ସ୍କୁଲ ଛୁଟି ହେବା ପରେ ଏକ ଅଟୋ ଯୋଗେ ଲାଞ୍ଜିଗଡ଼ ପଟେ ନିଜ ଘରକୁ ଫେରୁଥିବାବେଳେ ଭାଟଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା ! ଫଳରେ ଅଟୋରେ ବସିଥିବା ୬ ଜଣ ଛାତ୍ରଛାତ୍ରୀଙ୍କ ସମେତ ଜଣେ ନାବାଳକ ଏଥିରେ ଗୁରୁତର ଆହତ ହୋଇଛନ୍ତି ! ଗୁରୁତର ଭାବେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ବେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ! ସେଥିମଧ୍ୟରୁ ୬ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ଥିବାବେଳେ ଅଟୋରେ ବସିଥିବା ନାବାଳକ ଜଣକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ଏ ସଂପର୍କରେ ଖବର ପାଇ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା ହସ୍ପିଟାଲରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିବାବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷୀରେଶ୍ବର ପ୍ରଧାନ ମଧ୍ୟ ହସ୍ପିଟାଲକୁ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ! ସେହିପରି ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ଡାକ୍ତରୀଦଳ ଆହତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କରୁଥିବା ଜଣାପଡ଼ିଛି !
previous post