ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ଅନନ୍ତଶୟନ ପୀଠରେ ବାଲିଯାତ୍ରା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରଭୁ ଅନନ୍ତଶୟନ ପୀଠରେ ବାଲିଯାତ୍ରା ଅନୁଷ୍ଠିତ 

କାମାକ୍ଷାନଗର (ମନିସ)6/11/25 —  ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ସରାଙ୍ଗ ଗ୍ରାମ ସ୍ଥିତ ଅନନ୍ତଶୟନ ଅନ୍ୟତମ । ଏହି ପର୍ଯ୍ୟଟନସ୍ଥଳୀରେ ବହୁ ପ୍ରାଚୀନ କଳାକୃତି ରହିଛି,ଯାହାକୁ ନେଇ ପରଜଙ୍ଗ ଅଞ୍ଚଳବାସୀ ଗର୍ବିତ । ସରାଙ୍ଗ ପଞ୍ଚାୟତ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ କୂଳରେ ଶୋଭା ପାଉଛି ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ୫୫ ଫୁଟ୍‌ରୁ ଅଧ‌ିକ ଲମ୍ବର ପ୍ରଭୁ ବିଷ୍ଣୁଙ୍କ ଅନନ୍ତଶୟନ ପ୍ରାଚୀନ ପଥର ମୂର୍ତ୍ତି ଏଠାରେ ରହିଛି । ଯେଉଁଠି ଅନନ୍ତଶୟନ ମୂର୍ତ୍ତି ନାଭିରୁ ସୃଷ୍ଟି କର୍ତା ବ୍ରହ୍ମା ବାହାରି ଥିବାବେଳେ ପାଦତଳେ ରହିଛନ୍ତି ଲକ୍ଷ୍ମୀ,ବକ୍ଷ ସ୍ଥଳରେ ଶ୍ରୀବତ୍ସ ବ୍ରାହ୍ମଣଙ୍କ କଠଉ ଚିହ୍ନ ରହିଥ‌ିବା ବେଳେ ମସ୍ତକରେ ଅନନ୍ତ ଶେଷନାଗ,ହାତରେ ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ସଜ୍ଜିତ ହୋଇଛି । ବ୍ରାହ୍ମଣୀ ନଦୀର ଗୋଟିଏ ପାର୍ଶ୍ଵରେ ଏହି ସ୍ଥାନ ରହିଥ‌ିବା ବେଳେ ଅପର ପାର୍ଶ୍ଵରେ ରହିଛି ତାଳଚେରର ପ୍ରସିଦ୍ଧ ପଶ୍ଚିମେଶ୍ବର ମନ୍ଦିର ସହ ରାଜବାଟୀ । ଅନନ୍ତ ଶୟନଙ୍କ ନିକଟରେ ଐଶାନେଶ୍ବର ପୂଜା ପାଉଛନ୍ତି । ଗ୍ରାମ ଦେବୀ ମା’ ଅନ୍ଧାରୀବାଉତିଙ୍କ ପୀଠ ମଧ୍ୟ କିଛି ଦୂରରେ ରହିଛି । ଅଞ୍ଚଳରେ ଥିବା ବହୁ ପୁରାତନ କାଳର କୁଆଳୁସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପର୍ଯ୍ୟଟକ ଦେଖି ପାରିବେ । 

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମୀରେ ଏଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ସାଧବ ପୁଅଙ୍କୁ ବିଦେଶ ଯାତ୍ରା ପାଇଁ ଶୁଭ ମନାସି ସାଧବ ବୋହୂମାନେ ଏହିଠାରୁ ବିଦାୟ ଦେଇଥାନ୍ତି । 

ଏହି ପ୍ରତିମୂର୍ତ୍ତିଟି ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ସରାଙ୍ଗ ଗାଁରେ ଅବସ୍ଥିତ । ଏହା ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ୱରେ ଥିବା ଏକ ବିଶାଳ ଖୋଲା ପଥର ଉପରେ ଅନନ୍ତଶୟନ ବିଷ୍ଣୁ ( ଅନନ୍ତଶାୟୀ ବିଷ୍ଣୁ) ରୂପରେ ଖୋଦିତ । ପ୍ରତିମୂର୍ତ୍ତିଟି ନବମ ଶତାବ୍ଦୀର ଆରମ୍ଭରେ ନିର୍ମିତ ହୋଇଥିଲା ନେଇ ଐତିହାସିକ ତଥ୍ୟ ରେ ଉଲ୍ଲେଖ ରହିଛି । ଭଗବାନ ବିଷ୍ଣୁଙ୍କ ଏକ ବିଶାଳ ପ୍ରତିମା,ଯେଉଁଥିରେ ସେ ଶେଷ ନାଗ ଉପରେ ଶୟନ କରିଥିବା ମୁଦ୍ରାରେ ରହିଛନ୍ତି । ଆସିଲେ ପ୍ରାଚୀନ କଳାକୃତି ସହ ପ୍ରକୃତିକୁ ପ୍ରଚୁର ଉପଭୋଗ କରିପାରିବେ । ପିକ୍‌ନିକ୍ ପାଇଁ ମଧ୍ୟ ଏହା ଏକ ପ୍ରକୃଷ୍ଟ ସ୍ଥାନ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭୂମିହୀନ ଙ୍କୁ ଘରଡିହ ପଟ୍ଟା ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶାଳ ଶୋଭାଯାତ୍ରା

Sunil Chandra Nayak

ଧର୍ମଗଡ ତାଲୁକ ଆଇନ୍ ସେବା ସମିତି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣ ଦୌଡ଼ 

masiha

Leave a Comment

error: Content is protected !!