ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଦ୍ୟାଳୟ ପରିସରରେ ଜାତୀୟ ସଂଗୀତ ପାଠ

ମହାବିଦ୍ୟାଳୟ ପରିସରରେ ଜାତୀୟ ସଂଗୀତ ପାଠ

ଔପଦା- ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଔପଦା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ସରକାରଙ୍କ ନିର୍ଦେଶାବଳୀକୁ ପାଥେୟ କରି ଆଜି ବନ୍ଦେ ମାତରମ୍ ଜାତୀୟ ସଂଗୀତ ପାଠ କରାଯାଇଥିଲା । ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଅଧିକାରୀ ପ୍ରାଧ୍ୟାପକ ଦ୍ୱାରିକନାଥ ସତପଥୀ ଓ ୟୁଥ୍ ରେଡକ୍ରସ୍ ର ସଂଯୋଜିକା ଅଧ୍ୟାପିକା ବାନୀଷା ମୁଦୁଲିଙ୍କ ମିଳିତ ତତ୍ୱାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋହନ ଚରଣ ସାହୁ ଉକ୍ତ ସଭାର ଶୁଭଉଦଘାଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ ପ୍ରାଧ୍ୟାପକ ଦ୍ୱାରିକାନାଥ ସତପଥୀ ତଥା ଛାତ୍ରୀ ସୁଜାତା ଓ ରାଜଲଷ୍ମୀ ବନ୍ଦେ ମାତରମ୍ ଜାତୀୟ ସଂଗୀତକୁ ଉଚ୍ଚସ୍ୱରରେ ଗାନ କରିଥିଲେ । ଉପସ୍ଥିତ ପ୍ରାଧ୍ୟାପକ ମଳୟ କୁମାର ବେହେରା( ଇଂରାଜୀ) ପୂର୍ଣ୍ଣଚନ୍ଦ୍ର ନାୟକ (ଅର୍ଥନୀତି)ଲଷ୍ମୀନାରାୟଣ ଦାସ (ଶିକ୍ଷI)ପ୍ରାଧ୍ୟାପିକା ସବିତା ମହାରଣା (ଇତିହାସ) ପ୍ରଭାସିନୀ ବେହେରା (ଶିକ୍ଷା)ମୁକ୍ତିକାନ୍ତ ଦାଶ (ପୁସ୍ତକାଗାର ପରିଚାଳକ) ରମେଶ ବିଶ୍ୱାଳ, ଅନାଦି ଧଳ ତଥା ବହୁ ଛାତ୍ରଛାତ୍ରୀ ମିଳିତ ସ୍ୱରରେ ତାଳ ମାନ ଲୟରେ ଗାନକରି ଦୀର୍ଘ ୧୫୦ ବର୍ଷତଳେ ବିରଚିତ ପୂଜ୍ୟପାଦ ବଂକିମଚନ୍ଦ୍ର ଚାଟାର୍ଜିଙ୍କ ଜାତୀୟତା ଦେଶଭକ୍ତି ଓ ଦେଶପ୍ରେମକୁ ସୁସମ୍ମାନ ପ୍ରଦାନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

Sunil Chandra Nayak

ରାୟଗଡ଼ା ଦିବ୍ୟାଙ୍ଗ ଖେଳାଳିଙ୍କୁ ସହଯୋଗ ଓ ସାବାସୀର ହାତ ବଢ଼ାଇଲେ ବିଭିନ୍ନ ସଂଗଠନ 

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!