ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ରେ କୌଶଳ ରଥକୁ ଭବ୍ୟ ସ୍ୱାଗତ

ଧର୍ମଗଡ଼ ରେ କୌଶଳ ରଥକୁ ଭବ୍ୟ ସ୍ୱାଗତ

  ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, କଳାହାଣ୍ଡି ସୌଜନ୍ୟରେ ଆଜି ଆମପାଣିରୁ ବାହାରିଥିବା କୌଶଳ ରଥ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡରେ ପହଞ୍ଚିଥିଲା । କୌଶଳ ରଥକୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ କୌଶଳ ରଥ ବସ୍ ଭିତରକୁ ଯାଇ ଡ୍ରାଇଭିଙ୍ଗ୍ ସିମୁଲେଟର୍ ଚଳେଇବା ସହ ଡ୍ରୋନ୍, ୩ଡି ପ୍ରିଣ୍ଟ ମେସିନ୍, (କ୍ରୃତ୍ରିମ ବାସ୍ତବତା)ଆର୍ଟିଫିସିଆଲ୍ ରିଏଲିଟି/ ଭିସାଲ୍ ରିଏଲିଟି ଆଦି ବୁଲି ଦେଖିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଧୀମାନ ଚକମା, ଧର୍ମଗଡ଼, ଜୁନାଗଡ଼ ଓ କୋକସରା ତହସିଲଦାର, ଜିଲ୍ଲା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ, ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଅଶୋକ ବେହେରା, ନିମାଇଁ ପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କୌଶଳ ରଥ ସହ ଆସିଥିବା ସୁବିଦିତ ସାମନ୍ତରାୟ ଏବଂ ସି.ଏମ୍ ସ୍କିଲ୍ ଫେଲୋ ପ୍ରିୟା ଓ କେଶଭ୍ ଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆଧାରିତ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ଅଭୟ ବାଗ, ସନ୍ତୋଷ ପାଣିଗ୍ରାହୀ, ଅଧ୍ୟାପକ ଗଣପତି ବାଗ, ସଂଜୀବ ମୁଣ୍ଡ, ଦୀନବନ୍ଧୁ ବାଗ, ଚିନ୍ମୟ ବାଗ, ସରୋଜ ଯୋଷୀ, ଅଧ୍ୟାପିକା ସରିତା ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମର ସହାୟତା କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

କୁଅ ରୁ ଜଙ୍ଗଲି ବାରାହା ଉଦ୍ଧାର    

Sunil Chandra Nayak

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

masiha

Leave a Comment

error: Content is protected !!