ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ରାଉରକେଲା: ବିଗତ କିଛିଦିନ ହେବ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି,ଡକାୟତି, ହତ୍ୟା ଓ ଅପହରଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । କେବଳ ସେତିକି ନୁହେଁ ଇସ୍ପାତ ସହରରେ ସହରାଞ୍ଚଳରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦର କାରବାର ସହିତ ସଟ୍ଟା ଖେଳ,ଗଞ୍ଜେଇ କାରବାର ଏବଂ ଫରୁଗ୍ସ ଓ ଜୁଆ ଖେଳ ମଧ୍ୟ ଦୃଗତିରର ବୃଦ୍ଧି ପାଇଚାଲିଛି । ଏହିସବୁ ବେଆଇନ କାର୍ଯ୍ୟକୁ ରୋକିବାରେ ସମ୍ପୃକ୍ତ ଥାନା କର୍ତ୍ତୃପକ୍ଷ ବିଫଳ ଥିବାରୁ ଏହି ସବୁ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୁକ୍ତମାନଙ୍କର ସାହାସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ରାଉରକେଲା ଏସ ପି ଦାୟୀତ୍ୱ ରେ ଥିବା ବରିଷ୍ଟ ଆଇପିଏସ ଅଧିକାରୀ ତଥା ଡିଆଇଜିଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ସାକ୍ଷାତ କରି ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ନିଜ ଅସନ୍ତୋଷ ପ୍ରକାଶ କରିଥିଲେ । ଆଲୋଚନା ପରେ ଡି ଆଇ ଜି ମହୋଦୟ ସମସ୍ତ ଅଭିଯୋଗକୁ ଗମ୍ଭୀରତାର ସହ ବିଚାରକୁ ନେଇ ଅତିଶୀଘ୍ର ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଧାୟକ ଶ୍ରୀ ତନ୍ତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ ବିଧାୟକଙ୍କ ସହ ବିଜେପିର ପାନପୋଷ ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ଅକ୍ଷୟ ଦାଶ,ଏବଂ ସତ୍ୟ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ମହୁମାଛି କାମୁଡ଼ାରେ ମୃତ୍ୟୁ: ଶବ ଆଣିବାକୁ ଅସହାୟ ପରିବାର ପାଇଁ ଦେବଦୂତ ସାଜିଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ

Leave a Comment

error: Content is protected !!