ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ତାଲା ଠୁଙ୍କିଲେ ୮ ୱାର୍ଡବାସୀ 

ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟକୁ ନେଇ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ତାଲା ଠୁଙ୍କିଲେ ୮ ୱାର୍ଡବାସୀ 

ନବରଙ୍ଗପୁର:(ତା୦୭/୦୮)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ନୂତନ ପଞ୍ଚାୟତ ଭାବେ ଘୋଷିତ ଇଚ୍ଛାପୁର ପଞ୍ଚାୟତରେ ଦୀର୍ଘ ୧୪ବର୍ଷ ହେବ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ ନେଇ ସ୍ଥାନ ନିରୁପଣ ବିଷୟରେ ପଞ୍ଚାୟତର ଗ୍ରାମବାସୀ ଦୁଇ ଭାଗରେ ବିଭକ୍ତ ହୋଇ ଦୁଇଗୋଟି ଭିନ୍ନ ଭିନ୍ନ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନ କରାଯିବା ନେଇ ଅଡି ବସିଥିଲେ।ପ୍ରଶାସନ ପକ୍ଷରୁ ମଧ୍ୟ ସମାଧାନ ନେଇ ପ୍ରଚେଷ୍ଟା କରି କୌଣସି ସୁଫଳ ମିଳି ପାରିନଥିଲା।ଇଛାପୁର ସାପ୍ତାହିକ ବଜାର ଠାରେ ଏକ ଅସ୍ଥାୟୀ ଘରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁ ରହିଥିବା ବେଳେ କରଲାମାଲ ଗାଁରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟର କୋଠା ଗୃହ ଆରମ୍ଭ ହୋଇଥିଲା।ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ଅନେକ ଥର ରକ୍ତାକ୍ତ ସଂଘର୍ଷ ଘଟିଥିଲା।ଦୀର୍ଘ ୧୪ ବର୍ଷ ହେବ ଏହି ବିବାଦର ସ୍ଥାୟୀ ସମାଧାନ ହୋଇ ପାରି ନଥିବା ବେଳେ ତତ୍କାଳୀନ ସରପଞ୍ଚ କାବେରୀ ସାନ୍ତା କରଲାମାଲ ଠାରେ ପଞ୍ଚାୟତ କାର୍ଯ୍ୟାଳୟ ଆରମ୍ଭ କରିବା ପାଇଁ ହାଇକୋର୍ଟର ଆଶ୍ରୟ ନେଇଥିଲେ।ମାନ୍ୟବର ହାଇକୋର୍ଟ ନୂତନ ଭାବେ ପଞ୍ଚାୟତ କୋଠା ଗୃହ ନିର୍ମାଣ ହୋଇଥିବା ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ଖୋଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ହାଇକୋର୍ଟର ନିର୍ଦ୍ଦେଶ ପ୍ରକାରେ ବ୍ଲକ ପ୍ରଶାସନ ପକ୍ଷରୁ କର୍ମଚାରୀ ମାନେ ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ପାଇଁ ଯିବା ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଥିଲେ।ଏପରିକି ସେହି ସମୟରେ କର୍ମଚାରୀ ଓ ଅନ୍ୟ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।କିଛିଦିନ କରଲାମାଲ ସ୍ଥିତ ନୂତନ ପଞ୍ଚାୟତ ଗୃହରେ କାର୍ଯ୍ୟ ଚାଲିବା ପରେ ପୁଣି ଥରେ ଇଛାପୁର ସ୍ଥିତ ଅସ୍ଥାୟୀ ଗୃହରେ ପଞ୍ଚାୟତ କାର୍ଯ୍ୟ ଚାଲିଥିଲା।ତେବେ ପଞ୍ଚାୟତ ବିବାଦକୁ ଦୃଷ୍ଟିରେ ରଖି ଗତକାଲି ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ ଏବଂ ସମିତି ସଭ୍ୟ ଚକ୍ର ମାଝୀ ସହ ୱାର୍ଡ ସଭ୍ୟମାନେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଜିଲ୍ଲାପାଳ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସ୍ଥାନରେ ଖୋଳିବା ପାଇଁ କହିଥିବା ସରପଞ୍ଚ କହିଥିଲେ।ଏହି ଖବର ଆଜି ସ୍ଥାନୀୟ ଲୋକଙ୍କୁ ସରପଞ୍ଚ ଶ୍ରୀ ମାଝୀ ସୂଚନା ଦେଇଥିଲେ।ଖବର ପାଇବା ପରେ ଅସ୍ଥାୟୀ କାର୍ଯ୍ୟାଳୟରେ ସରପଞ୍ଚ ଶ୍ରୀ ଜଗଦୀଶ ମାଝୀ ଏବଂ ୫ ନମ୍ବର ୱାର୍ଡର ୱାର୍ଡ ମେମ୍ବର ଲଷ୍ମୀ ଧର ମାଝୀ କୌଣସି କାମ କରିବା ସମୟରେ ଆଜି ପ୍ରାୟ ୨ ଘଣ୍ଟା ସମୟରେ ଅସ୍ଥାୟୀ ଗୃହରେ ସ୍ଥାୟୀ ଭାବେ ପଞ୍ଚାୟତ କାର୍ଯ୍ୟାଳୟ ଖୋଲିବା ନେଇ ସାତଟି ୱାର୍ଡର ଲୋକ ମାନେ ଦାବି କରିବା ସହ ସରପଞ୍ଚ ଏବଂ ୱାର୍ଡ ସଭ୍ୟଙ୍କୁ ଅସ୍ଥାୟୀ ପଞ୍ଚାୟତ ଗୃହରେ ରଖି ତାଲା ଦେଇଛନ୍ତି।ଯେଉଁ ଦିନ ପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ ସେହି ଦିନ ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି।ତେବେ ଖବର ଲେଖା ହେବା ସୁଧା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ଗ୍ରାମବାସୀ ତାଲା ଖୋଳିନଥିବା ସୂଚନା ମିଳିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

ଓଡିଶାର ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର 

masiha

୪ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସମୀକ୍ଷା

masiha

Leave a Comment

error: Content is protected !!