ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର:(୭|୮)(ରବି ନାରାୟଣ ମହାନ୍ତି)ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ କରଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ୱାରା ଝୋଟି ପକାଇ କଳସ ସ୍ଥାପନ କରି ହୁଳହୁଳି ମାଧ୍ୟମରେ ରଥଟିକୁ ସ୍ବାଗତ କରଯାଇଥିଲା । ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପଲେଇ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜିତ ଅଧିକାରୀ ଶ୍ରୀ ଶୁଭମ ମହାପାତ୍ର ଯୋଗଦେଇ ରଥରେ ରହିଥିବା ଡ୍ରୋନ ଟେକ୍ନୋଲଜି, ଥ୍ରି ଡି ପ୍ରିଂଟିଂ, ଡ୍ରାଇଭିଂ ଇତ୍ୟାଦି ଛାତ୍ରୀ ତଥା ଅଧ୍ୟପକ ଅଧ୍ୟପିକାମାନଙ୍କୁ ମଧ୍ୟ ପ୍ରଦର୍ଶିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

masiha

ବାଦାମ ପାହାଡ଼ ଲୌହଖଣି ଅଞ୍ଚଳରେ କାମୟାଵୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଓ ଚଷମା ଵଣ୍ଟନ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥଯାତ୍ରା 

masiha

Leave a Comment

error: Content is protected !!