ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

ନବରଙ୍ଗପୁର:(୭|୮)(ରବି ନାରାୟଣ ମହାନ୍ତି)ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ଦ୍ୱାରା ସ୍ବାଗତ କରଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ୱାରା ଝୋଟି ପକାଇ କଳସ ସ୍ଥାପନ କରି ହୁଳହୁଳି ମାଧ୍ୟମରେ ରଥଟିକୁ ସ୍ବାଗତ କରଯାଇଥିଲା । ନବରଙ୍ଗପୁର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପଲେଇ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜିତ ଅଧିକାରୀ ଶ୍ରୀ ଶୁଭମ ମହାପାତ୍ର ଯୋଗଦେଇ ରଥରେ ରହିଥିବା ଡ୍ରୋନ ଟେକ୍ନୋଲଜି, ଥ୍ରି ଡି ପ୍ରିଂଟିଂ, ଡ୍ରାଇଭିଂ ଇତ୍ୟାଦି ଛାତ୍ରୀ ତଥା ଅଧ୍ୟପକ ଅଧ୍ୟପିକାମାନଙ୍କୁ ମଧ୍ୟ ପ୍ରଦର୍ଶିତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଟେମରା ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ସାମିଲ ହେଲେ ୨୮ ହିତାଧିକାରୀ

Sunil Chandra Nayak

ଅନ୍ଵେଷଣ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ରାସ୍ତାର ଫୁଟ୍ ପାଥରେ ଚାଲିବା ଲୋକଙ୍କ ମୌଳିକ ଅଧିକାର : ସୁପ୍ରିମକୋର୍ଟ

Sunil Chandra Nayak

Leave a Comment

error: Content is protected !!