ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣା ମହିଳାଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଧର୍ମପରାୟଣା ମହିଳାଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ବାଲେଶ୍ଵର,୦୩/୧୧/୨୩- ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ବରି ଗ୍ରାମରେ ସ୍ବର୍ଗତା ପ୍ରମିଳା ସାହୁଙ୍କ ଜନ୍ମ । ଶ୍ବଶୁର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣୀଗାଁ ହେଲେ ବି ନବରଙ୍ଗପୁର ଜିଲ୍ଲା ଥିଲା ବ୍ଯବସାୟୀକ ବାସସ୍ଥାନ । ସ୍ବାମୀ ଅର୍ଜୁନ ସାହୁଙ୍କ ସହିତ ନବରଙ୍ଗପୁରର ସୁନାରୀସାହିରେ ବସବାସ କରୁଥିଲେ । ସେଠାରେ ଶିଳ୍ପ ପ୍ରତିଷ୍ଠା କରି ଅନେକ ଗରିବଙ୍କ ମୁହଁରେ ଫୁଟାଇ ଥିଲେ ହସ । ସେ ସବୁବେଳେ ଧର୍ମ ମାର୍ଗରେ ଚାଲୁଥିଲେ । ଲୋକଙ୍କୁ ସୁଉପଦେଶ ଦେବା, ରୋଜଗାରର ପନ୍ଥା ଦେଖାଇବା, ଧର୍ମ ମାର୍ଗରେ ଚାଲିବା ପାଇଁ ଉପଦେଶ ଦେବା, ଦୀନଦୁଃଖୀ, ଗରିବ, ଅସହାୟ ମାନଙ୍କୁ ସହାୟ ହେବା ତାଙ୍କର ଦୈନନ୍ଦିନର କାର୍ଯ୍ୟସାରଣୀ ଥିଲା । ସମ୍ପୃକ୍ତ ଅଞ୍ଚଳ ଲୋକ ମାନଙ୍କର ଅଭାବ ଅସୁବିଧା ସମୟରେ ଉପସ୍ଥିତ ହୋଇ ସହାୟ ହେଉଥିଲେ । ହେଲେ ହଠାତ୍ ସେ ହୃଦ୍ ରୋଗରେ ଆକ୍ରାନ୍ତ ହେଲେ । ଭୁବନେଶ୍ୱର ଆପୋଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଲେ । ପରିବାର ଲୋକେ ଆପ୍ରାଣ ଚେଷ୍ଟା କଲେ କିନ୍ତୁ ପାରିଲେ ନାହିଁ ବଞ୍ଚାଇ । ଶେଷରେ ତା ୨୯/୧୦/୨୩ ରିଖ ରାତି ୧୦ ଘଟିକା ସମୟରେ ତାଙ୍କର ପ୍ରାଣବାୟୁ ଉଡିଗଲା । ମୃତ୍ୟୁ ବେଳକୁ ତାଙ୍କର ବୟସ ୫୪ ବର୍ଷ ହୋଇଥିଲା । ଏ ଖବର ନବରଙ୍ଗପୁର ବାସଭବନ ଅଞ୍ଚଳରେ ବିଜୁଳି ବେଗରେ ଖେଳିଗଲା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଥିଲେ । ପରେ ତାଙ୍କର ମର ଶରୀରକୁ ବାସଭବନ ନବରଙ୍ଗପୁରର ସୁନାରୀସାହି ଓ ଟିଲିଆମ୍ବାଗୁଡାରେ ପରିଭ୍ରମଣ କରାଯାଇଥିଲା । ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଶେଷ ଦର୍ଶନ ପରେ ଶବ ସତ୍କାର ପାଇଁ ପୁରୀ ସ୍ବର୍ଗଦ୍ବାର ନିଆଯାଇଥିଲା । ତାଙ୍କର ଏକମାତ୍ର ଝିଅ ମୁଖାଗ୍ନି ଦେଇଥିବା ବେଳେ ସ୍ବାମୀ, ଜ୍ବାଇଁ, ଭାଇ, ଭଉଣୀ, ପୁତୁରା, ଝିଆରୀ ଏବଂ ବନ୍ଧୁପରିଜନ ଉପସ୍ଥିତ ରହି ତାଙ୍କ ଅମରଆତ୍ମାର ସଦଗତି କାମନା କରି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଏମସି ଅଧିକାରୀଙ୍କ ଶ୍ରଦ୍ଧା ପରିଦର୍ଶନ

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

masiha

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!