ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ନରଲା ରୋଡ ରେଳ ଷ୍ଟେସନ 

ସମସ୍ୟା ଘେରରେ ନରଲା ରୋଡ ରେଳ ଷ୍ଟେସନ 

ନର୍ଲା//08/11/25 — କେନ୍ଦ୍ର ସରକାର ରେଳଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନରଲା ରୋଡ଼ ରେ ଥିବା ରେଳ ଷ୍ଟେସନ ରେ ରେଳ ଯାତ୍ରୀ ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରେଳ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ର ଦେଖିବାକୁ ମିଳୁଛି।ଏହି ଷ୍ଟେସନ ରେ ସୁଦୂର କନ୍ଧମାଳ ତଥା ରାୟଗଡା ଜିଲ୍ଲାର ଯାତ୍ରୀ ମାନେ ମଧ୍ୟ ନିର୍ଭର କରିଥାନ୍ତି ହେଲେ ନା ଅଛି ଅପେକ୍ଷା ଗୃହ ନା ଅଛି ଯାତ୍ରୀ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସାଧାରଣତଃ ନର୍ଲାରୁ ବିଶାଖାପାଟଣା ପ୍ରତିଦିନ ଚିକିତ୍ସା ପାଇଁ ରୋଗୀ ମାନେ ଯାଇଥାନ୍ତି l ବିଶାଖାପାଟନା ଯିବାକୁ ହେଲେ ରାତି ୧ଟା କିମ୍ବା ୨ଟାରେ ଟ୍ରେନରେ ଯିବାକୁ ପଡ଼ିଥାଏ ।ହେଲେ ଦୂର ଦୁରନ୍ତ ର ଲୋକ ମାନେ ଆସି ରହିବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ଯାହା ଫଳରେ ଯାତ୍ରୀ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଶେଷ କରି ମହିଳା ଯାତ୍ରୀ ମାନେ ସୁରକ୍ଷିତ ନଥିବାର ଦେଖିବାକୁ ମିଳୁଛି। ଷ୍ଟେସନ ରେ ବସିବା ପାଇଁ ରହିଥିବା ଚୌକି ଗୁଡିକ ଭାଙ୍ଗି ଯାଇଥିବା ବେଳେ ଲାଇଟ ଗୁଡିକ ଠିକ ଭାବେ ଜଳୁନାହିଁ, ଏମସିଏଲ ତରଫରୁ ଷ୍ଟେସନ ସମ୍ମୁଖରେ ରହିଛି ଏକ ଶୌଚାଳୟ ତାହା ଚାରିବର୍ଷ ହେବ ଅଚଳବସ୍ଥାରେ ପଡ଼ିରହିଛି l ପିଇବା ପାଣି କଥା ନକହିବା ଭଲ ଯାତ୍ରୀଙ୍କୁ ଶୋଷ ହେଲେ ବାହାରକୁ ଆସିବାକୁ ପଡେ l ପୂର୍ବରୁ ଯାତ୍ରୀ ମାନଙ୍କ ପିଇବା ପାଇଁ ଯେଉଁ ଅମୃତଧାରା ଥିଲା ତାହା ଷ୍ଟେସନ ପୁନରୁଦ୍ଧାର ସମୟରେ ଖୋଲି ଦିଆଯାଇଛି l ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ଵିଲଚେୟାର ବ୍ୟବସ୍ଥା ନାହିଁ, କୋଚ ଇଣ୍ଡି କେଟର ନାହିଁ ଭିଆଇପି ଯାତ୍ରୀମାନଙ୍କ ପାଇଁ କୌଣସି ସୁବିଧା ନଥିବାର ଦେଖିବାକୁ ମିଳୁଛି। ନାଅଛି ଶୌଚାଳୟ ନାଅଛି ଅପେକ୍ଷା ଗୃହ।ପ୍ରତ୍ୟେକ ରେଲ ଷ୍ଟେସନ ରେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳୱେ ସୁରକ୍ଷା ବଳ ର ବ୍ୟବସ୍ଥା ଥିବା ବେଳେ ନରଲାରୋଡ ରେଳଷ୍ଟେସନରେ ତାହା ଦେଖିବାକୁ ମିଳୁନ ଥିବାରୁ ଯାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି କୌଣସି ରେଳ ଯାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ତେଣୁ ପୂର୍ବତଟ ରେଳ ବିଭାଗ ସମ୍ବଲପୁର ମଣ୍ଡଳର ଡ଼ିଆରଏମ ନରଲା ରୋଡ ଷ୍ଟେସନ ପରିଦର୍ଶନ କରି ତୁରନ୍ତ ଉଚିତ ପଦକ୍ଷେପ ନେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କୋଲକତାରେ ଡାକ୍ତରୀ ଛାତ୍ରୀଙ୍କୁ ଗଣ ବଳାତ୍କାର ଓ ହତ୍ଯା ପ୍ରତିବାଦ ନେଇ ରାଇରଙ୍ଗପୁର ସମୂହ ଡାକ୍ତରଙ୍କ ପ୍ରତିବାଦ ଶୋଭାଯାତ୍ରା 

masiha

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମରେ କଳାରୁଦ୍ର ଯୁବକ ସଂଘର ୧୯ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!