ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ ଯୋଜନା ଓ ସଚେତନା ସତ୍ତ୍ୱେ ପୋଢ଼ୁ ଚାଷୀ ବେଲଗାମ , ଜଙ୍ଗଲ ସଫା ହେବାରେ ଲାଗିଛି

 ରାୟଗଡ଼ା -:  ସରକାରଙ୍କ ଦ୍ୱାରା ଅନେକ ଯୋଜନା, ଅନେକ ସଚେତନା ଜଙ୍ଗଲ ବିଭାଗ ଦ୍ୱାରା ଲୋକଙ୍କ ଯୋଗାଉଛନ୍ତି, କିନ୍ତୁ କିଛି ଅମାନୀୟା ଲକେ ବାରମ୍ବାର ସଚେତନା କରାଉଥିଲେ ବି, ଜଙ୍ଗଲ କଟାଯାଉଛି ବର୍ତ୍ତମାନ ଜଙ୍ଗଲ ବିଭାଗ ତରଫରୁ କଡାକଡ଼ି ଭାବରେ ତାଗିଦ କରିବା ସହିତ ଦୋଷୀଙ୍କୁ କୋର୍ଟ ଚାଳନ କରିବା ପ୍ରକିୟା ଆରମ୍ଭ କରିସାରିଛନ୍ତି | ବାରମ୍ବାର ଜଙ୍ଗଲ କଟାଳି ମାନଙ୍କୁ ଧରି ସେମାନଙ୍କ ବିରୋଧରେ କେସ କରି କୋର୍ଟ ପଠାଇଲେ ମଧ୍ୟ ସ୍ଥାନୀୟ ଲୋକମାନେ ସୁଧୁରୁ ନାହାନ୍ତି, ଆଜିପର୍ଯ୍ୟନ୍ତ 6 ଜଣଙ୍କୁ ଧରି କୋର୍ଟ ପଠାଯାଇ ସାରିଲାଣି. ଆଜି ତା.11.05.2023 ରିଖ ଦିନ ସବୁଦିନ ପରି ବନରକ୍ଷୀ ଲେଲିଗୁମା, ବନପାଳ ଲେଲିଗୁମା, ବନପାଳ ଶଙ୍କରଡ଼ା ଓ ଅନ୍ୟ ସହକର୍ମୀ ମିଶି ପେଟ୍ରୋଲଲିଙ୍ଗ କରୁଥିବା ସମୟରେ ପଡ଼ୁ ଚାଷ ପାଇଁ ଗଛ କାଟୁଥିବା ଓ ପୂର୍ବରୁ କେସ କରି ଜଙ୍ଗଲରେ ରଖାଯାଇଥିବା କାଠ ଗୁଡିକୁ ନିଆଁ ଲଗାଉଥିବା ଲୋକଙ୍କୁ ଧରି ସେମାନଙ୍କ ବିରୋଧରେ କେସ କରି କୋର୍ଟ ପଠାଯାଇଅଛି| ସେମାନେ ହେଲ ଡୁମୁରୁ ଝୋଡ଼ି ଗ୍ରାମର ବୃନ୍ଦା ମାଝୀ, ଧୂବୁଲୁ ମାଝୀ ଓ ଲବି ମାଝୀ କୁ କୋର୍ଟ ଚାଳନ କରାଯାଇଛି|

ପୋଡୁ ଚାଷ ନାଁ ରେ ହଜାର ହଜାର ହେକ୍ଟର ଜଙ୍ଗଲ ପୋଡି ପାଉଁଶ କରାଯାଉଛି| ଏପଟେ ପଡୋଶୀ ରାଜ୍ୟ ର କାଠ ମାଫିଆ ଙ୍କ ଦୌରାତ୍ମ୍ୟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ କାଠ ମାଫିଆ ଙ୍କ ଦ୍ୱାରା ବୋହୁ ମୂଲ୍ୟବାନ ଗଛ, ଶାଗୁଆନ, ଶାଳ, ପଣସ ଆଦି ଗଛ ଗୁଡିକ ଅବାଧ ରେ ବେଧଡ଼କ କୋଟାଯାଇ ସୀମାନ୍ତ ଅଞ୍ଚଳ ରେ ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି |

ସମୟ ଥାଉ ଥାଉ ଯଦି ସରକାର, ଓ ଜିଲ୍ଲାର ବିଭାଗୀୟ ଅଧିକାରୀ ଉଚିତ ପଦକ୍ଷେପ ନିଆନଯାଏ, କିଛି ବର୍ଷ ମଧ୍ୟରେ ଜଙ୍ଗଲ ଶେଷ ହେଇଯିବ ବୋଲି ଅନେକ ପରିବେଶବିତ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

Sunil Chandra Nayak

ଧର୍ମଗଡ଼ରେ କିନ୍ନର ସମାଜର ନିଆରା ପୂଜା

Leave a Comment

error: Content is protected !!