ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ମାଙ୍କିଡିହୀଘାଟୀରେ ବିଶ୍ବ ଆଦିବାସୀ ଦିବସ ସମାରୋହ ଧୂମଧାମରେ ପାଳିତ 

ତିରିଂ ମାଙ୍କିଡିହୀଘାଟୀରେ ବିଶ୍ବ ଆଦିବାସୀ ଦିବସ ସମାରୋହ ଧୂମଧାମରେ ପାଳିତ 

 ମୟୂରଭଞ୍ଜ – ୧୦/୦୮ ( ମସିହା)ଅଗଷ୍ଟ ୯ କୁ ଜାତିସଂଘ ୧୯୮୨ ମସିହାରେ ବିଶ୍ଵ ଆଦିବାସୀ ଦିବସ ରୂପେ ମାନ୍ୟତା ଦେଇଛି ।ସାରା ବିଶ୍ବରେ ଆଦିବାସୀ ମାନଙ୍କ ଏକତା,ଭାଷା, ସଂସ୍କୃତି ଓ ପରଂପରା ଅନନ୍ୟ ଓ ଅବର୍ଣ୍ଣନୀୟ ।ଓଡିଶାରେ ୬୪ ପ୍ରକାର ଜନଜାତି ଵସବାସ କରୁଛନ୍ତି । ସେମାନେ ପ୍ରକୃତି ଓ ପରିବେଶ ରକ୍ଷକ । ସେମାନଙ୍କ ଭାଇଚାରା ,ସେବା ଓ ବନ୍ଧୁତ୍ବପୂର୍ଣ୍ଣ ନିଆରା ଅଟେ ।ଆଜି ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକର ବଡଡାଳିମା ପଞ୍ଚାୟତ ଅନ୍ତର୍ଗତ ଗୈବପର୍ବତ ପାଦଦେଶ ମାଙ୍କିଡିହିଘାଟୀ ଠାରେ ଶୁକ୍ରବାର ଦିନ ଆଦିବାସୀ ମହାସଂଘ ତରଫରୁ ବିଶ୍ବ ଆଦିବାସୀ ଦିବସ ସମାରୋହ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଦ , ସମ୍ମାନିତ ଅତିଥି ତିରିଂ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ଅନ୍ୟତମ ଅତିଥି ଫାଗୁରାମ ମାରାଣ୍ଡୀଙ୍କ ସମେତ ବହୁ ଆଦିବାସୀ ସଂସ୍କୃତି ପ୍ରେମୀ,ଲେଖକ,କବି, କ୍ରୀଡାବିତ, ସ୍ଵେଚ୍ଛାସେବୀ, ସାମାଜିକ କର୍ମୀ , ପରିବେଶବିତ୍ , ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ ।ପ୍ରାରମ୍ଭରେ ଦିବଂଗତ ଶହୀଦ ଆଦିବାସୀଙ୍କ ଆଇକନ ଶହୀଦ ଵୀର୍ସା ମୁଣ୍ଡା, ଭାରତ ରତ୍ନ ଡଃ ଆମ୍ବେଦକର, ହୋଭାଷା ଓ୍ଵାରାଂଚିତି ଲିପିସ୍ରଷ୍ଟା ଗୁରୁ ଲାକୋ ଵଦ୍ରା, ସାନ୍ତାଳୀ ଲିପି ଅଲଚିକିସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଶହୀଦ ସିଦ୍ଧ କାହ୍ନୋ, ଶହୀଦବାବା ତିଲକା ମାଝୀ ଏବଂ ଅନ୍ୟ ଦିଵଂଗତମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ଧୂପ ଜଳାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ସଭାର ସଭାପତିତ୍ବ ଯୁବ ସମାଜସେବୀ ବାବୁଲା ପୂର୍ତୀ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ବ୍ଳକ ଅଧ୍ୟକ୍ଷ ଶ୍ରୀ ପରମେଶ୍ବର ସାମାଡ କହିଥିଲେ ଆଦିବାସୀ ସଂସ୍କୃତି ଓ ପରଂପରା ନିଆରା ଅଟେ । ଆଦିବାସୀ ଦିବସରେ ଏହି ଦିନଟିକୁ ଛୁଟିଦିନ ଘୋଷଣା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ।ତିରିଂ ଅଂଚଳର ବିଶିଷ୍ଟ ସମାଜିକ କର୍ମୀ ଫାଗୁରାମ ମାରାଣ୍ଡି ଆଦିବାସୀମାନେ ଶିକ୍ଷା , ସ୍ଵାସ୍ଥ୍ୟ,ଗମନାଗମନ, ଆଦିବାସୀ ସଶକ୍ତିକରଣ ଉପରେ ଗୁରୁତ୍ବ ଦେଇଥିଲେ ।ନିଜେ ସଶକ୍ତ ହେବା ସହ ଅନ୍ୟ ଆଦିବାସୀ ମାନଙ୍କୁ ସଶକ୍ତ କରିବା ପାଇଁ ଆଗେଇ ଆସିବା ଉଚିିତ । ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦକରଙ୍କୁ କୋଟି କୋଟି ପ୍ରଣାମ କରିବା ସହ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କର ଭୂମିକା ଅବର୍ଣ୍ଣନୀୟ । ସମାଜସେବୀ ଲକ୍ଷ୍ମଣ ପୂର୍ତି ଆଦିବାସୀ ମାନେ ପ୍ରକୃତି ଓ ପରିଵେଶ ରକ୍ଷକ ବୋଲି କହିଥିଲେ । ସମସ୍ତେ ଆଦିବାସୀଙ୍କ ହକ୍ ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ ।ପରେ ମାଙ୍କିଡିହି ଘାଟୀ ଛକରୂ ଏକ ବିଶାଳ ବାଇକ ଶୋଭାଯାତ୍ରା ତିରିଂ ଵ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଆଦିବାସୀ ଏକତା ଜିନ୍ଦାବାଦ ନାରାରେ ପ୍ରକମ୍ପିତ ହୋଇଥିଲା ତିରିଂ ଅଂଚଳ । ପରେ ଅଗଷ୍ଟ ୯କୁ ଛୁଟି ଦିବସ ଘୋଷଣା ପାଇଁ ବିଡ଼ିଓ ଶ୍ରୀମତୀ ବାସନ୍ତୀ ଲାକ୍ରାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ଆରଡିସି, ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ତିରିଂ ବ୍ଳକର ବିଭିନ୍ନ ପଞ୍ଚାୟତରୁ ବହୁସଂଖ୍ୟାରେ ଆଦିବାସୀମାନେ ନିଜ ପାରଂପାରିକ ବେଶଭୂଷାରେ ପିନ୍ଧି ପହଞ୍ଚିଥିଲେ ।ସଭା ଶେଷରେ ଢୋଲ,ମାଦଳ ବଜାଇ ନୃତ୍ୟରେ ନିଜକୁ ହଜାଇ ଦେଇଥିଲେ ।କାର୍ଯ୍ୟ ପରିଚାଳନାରେ ଆଦିବାସୀ ମିଳିତ ମଂଚ ତରଫରୁ ଉପସଭାପତି ଛୋଟରାୟ ଟୁଡୁ, ସଂପାଦକ ମଧୁସୂଦନ ଗୋଇପାଇ, ସହ ସଂପାଦକ ମହେନ୍ଦ୍ର ସର୍ଦ୍ଦାର , ସାଧାରଣ ସଂପାଦକ ଭରତ ସିଂ, ଉପସଭାପତି ରାମ ଶୁଣ୍ଡି, କୋଷାଧ୍ୟକ୍ଷ ମଧୁସୂଦନ ମାରାଣ୍ଡି,ଉପକୋଷାଧ୍ଯକ୍ଷ ଗିରିଶ ଗଡସରା, ଉପଦେଷ୍ଟା ସୁନିଲ ସୟାଁ,ଲକ୍ଷ୍ମଣ ମାର୍ଣ୍ଡି,ରାମେଶ୍ବର ପୂର୍ତ୍ତି,ଗୁରୁବାର ସୋରେନ,ଫାଗୁ ଚରଣ ସୋରେନ ଙ୍କ ସମେତ ଅନ୍ୟମାନେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

“ଲୁଚି ବିଭାଗ ଖୋଲି ଦୁର୍ନୀତି କରୁଥିଲେ”ଆରଡିସି ନିର୍ଦ୍ଧେଶକୁ ବେଖାତିର/ ଜିଲ୍ଲା ପ୍ରଶାସନକୁ ଖୋଲା’ଚାଲେଞ୍ଜ-ଯୋଡ଼ା ଡ଼ିଡ଼ିସିଏ

masiha

ଶାନ୍ତିବନ ମିଳିତ ଗିରିଗୋବର୍ଦ୍ଧନ ପୂଜା କମିଟି ଗଠନ

Sunil Chandra Nayak

କନ୍ଧମାଳର ବିଏସଏଫ କ୍ୟାମ୍ପ ପକ୍ଷରୁ ଜନସମ୍ପର୍କ ଶିବିର 

Sunil Chandra Nayak

Leave a Comment

error: Content is protected !!