ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଓ ବଳପୂର୍ବକ ଉଚ୍ଛେଦ ଉପରେ ତୁରନ୍ତ ରୋକ ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି

ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଓ ବଳପୂର୍ବକ ଉଚ୍ଛେଦ ଉପରେ ତୁରନ୍ତ ରୋକ ଲାଗି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି

ଭୁବନେଶ୍ୱର, ୩ ଜୁନ: ରାଜ୍ୟସଭା ପୂର୍ବତନ ସାଂସଦ ଶ୍ରୀ ନିରଞ୍ଜନ ବିଶି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନୁସୂଚିତ ଜନଜାତି ଭୂମିହୀନ ଓ ଗରିବ ଆଦିବାସୀ ପରିବାରଙ୍କ ଘର ଭଙ୍ଗା ଏବଂ ବଳପୂର୍ବକ ଉଚ୍ଛେଦ ଘଟଣା ଉପରେ ତୁରନ୍ତ ରୋକ ଲାଗିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରିତ ବିସ୍ତୃତ ପତ୍ରରେ ଶ୍ରୀ ବିଶି କହିଛନ୍ତି ଯେ କିଛି ସ୍ଥାନରେ ତହସିଲଦାର ଓ ରେଭେନ୍ୟୁ କର୍ତ୍ତୃପକ୍ଷ ଜେସିବି ମେସିନ୍ ଦ୍ୱାରା ଗରିବ ଆଦିବାସୀ ପରିବାରଙ୍କ ଘର ଭଙ୍ଗୁଥିବା ଓ ପୁନର୍ବାସ, ମାନବିକ ବିଚାର ଏବଂ ଆଇନଗତ ପ୍ରକ୍ରିୟା ବିନା ଉଚ୍ଛେଦ କରୁଥିବା ନେଇ ଗୁରୁତର ଅଭିଯୋଗ ମିଳୁଛି।

ସେ କହିଛନ୍ତି ଯେ ଅନେକ ଆଦିବାସୀ ପରିବାର ଦଶକ ଧରି ନିଜ ବାସସ୍ଥାନ ଜମିରେ ବସବାସ କରି ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନାମରେ ସେମାନେ ଭୟ, ବିସ୍ଥାପନ, ଅପମାନ ଓ ସାମାଜିକ ଅସୁରକ୍ଷାର ସମ୍ମୁଖୀନ ହେଉଛନ୍ତି।

ପୂର୍ବତନ ସାଂସଦ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ସଂବିଧାନର ଅନୁଚ୍ଛେଦ ୧୪, ୧୫(୪), ୨୧, ୩୮, ୩୯(ବି), ୪୬, ୨୪୪ ଏବଂ ପଞ୍ଚମ ତାଲିକା ଅନୁସୂଚିତ ଜନଜାତିଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସୁରକ୍ଷା ପାଇଁ ରାଜ୍ୟକୁ ଦାୟିତ୍ୱବାନ କରିଛି। ସେ ପେସା ଆଇନ ୧୯୯୬ ଓ ବନାଧିକାର ଆଇନ ୨୦୦୬ ର ଉଲ୍ଲେଖ କରି କହିଛନ୍ତି ଯେ ଗ୍ରାମସଭା ଓ ଆଦିବାସୀ ସମୁଦାୟଙ୍କ ପାରମ୍ପରିକ ବାସସ୍ଥାନ, ବନ ଅଧିକାର ଓ ସାମୁଦାୟିକ ସମ୍ପଦର ସୁରକ୍ଷା ନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ।

ଶ୍ରୀ ବିଶି ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST) ଙ୍କ ପକ୍ଷରୁ ଆଦିବାସୀଙ୍କ ବିସ୍ଥାପନ ଓ ଜମି ଅଧିକାର ସୁରକ୍ଷା ସମ୍ପର୍କିତ ସୁପାରିଶ ମଧ୍ୟ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଯେ ଓଡ଼ିଶା ସରକାର ଟ୍ରାଇବାଲ ସବ୍ ପ୍ଲାନ (TSP), ଆଇଟିଡିଏ (ITDA), ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (WODC), ସ୍ପେଶାଲ ଡିଭେଲପମେଣ୍ଟ କାଉନସିଲ (SDC), କେବିକେ ଉନ୍ନୟନ କାର୍ଯ୍ୟକ୍ରମ, ବିଜୁ ପକ୍କା ଘର ଯୋଜନା ଓ ପିଏମ୍ ଆବାସ ଯୋଜନା ଭଳି ଅନେକ କଳ୍ୟାଣକାରୀ ଯୋଜନା ଆଦିବାସୀଙ୍କ ଉନ୍ନତି ଓ ସୁରକ୍ଷା ପାଇଁ କାର୍ଯ୍ୟକରିଛି।

ପୂର୍ବତନ ସାଂସଦ ଶ୍ରୀ ବିଶି ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଯେ ଆଦିବାସୀ ଓ ଗରିବ ପରିବାରଙ୍କ ଘର ଭଙ୍ଗା କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ। ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ବଳପୂର୍ବକ ଉଚ୍ଛେଦ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉ।ଭୂମିହୀନ ଆଦିବାସୀ ପରିବାରଙ୍କୁ ବାସସ୍ଥାନ ଓ ଜୀବିକା ଜମି ପ୍ରଦାନ କରାଯାଉ। ଗୃହହୀନ ଆଦିବାସୀ ପରିବାରଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଉ। ଆଦିବାସୀ ଅଞ୍ଚଳରେ ନିଶୁଳ୍କ ଶିକ୍ଷା, ଛାତ୍ରାବାସ, ଛାତ୍ରବୃତ୍ତି ଓ ଉତ୍ତମ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରାଯାଉ। ଜଙ୍ଗଲ ଅଧିକାର ଆଇନ ଓ ପେସା ଆଇନର କାର୍ଯ୍ୟକାରୀ ଅନୁଷ୍ଠାନ କରାଯାଉ। ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ଗଠନ କରାଯାଉ।• କେବିକେ ଓ ଆଦିବାସୀ ଅଧିକ୍ୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଉ।

ଶ୍ରୀ ବିଶି କହିଛନ୍ତି ଯେ ଓଡ଼ିଶା ତାହାର ସମୃଦ୍ଧ ଆଦିବାସୀ ପରମ୍ପରା ଓ ସଂସ୍କୃତି ପାଇଁ ପରିଚିତ। ଉନ୍ନୟନ ନାମରେ ଗରିବ ଆଦିବାସୀ ପରିବାରଙ୍କୁ ବିସ୍ଥାପିତ କରିବା କେବେ ବି ନ୍ୟାୟସଙ୍ଗତ ନୁହେଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ସମ୍ବେଦନଶୀଳ ଓ ମାନବିକ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

ରାଉରକେଲା ପୋଲିସ ର ସାଇବର ସୁରକ୍ଷା ଅଭିଯାନ

Sunil Chandra Nayak

Leave a Comment

error: Content is protected !!