ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ଜଳିଗଲା ଘର

କାମାକ୍ଷାନଗର(ମ ନି ସ୍)17/4/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ବାଙ୍ଗୁରା ଗ୍ରାମରେ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଜଳିଗଲା ଗ୍ରାମର ପଦ୍ମନାଭ ସାମଲଙ୍କ ଗୋଟିଏ ବଖରା ଘର।ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ଓ ଧାନ,ଚାଊଳ ଜଳି ପୋଡି ପାଊଁଶ ହୋଇଯାଇଛି।ସୂଚନା ମୂତାବକ ଅପରାହ୍ନରେ ଘରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ନିଆଁ ଲାଗିଯାଇଥିଲା।ନିଆଁର ପ୍ରକୋପ ଏତେ ଜୋରରେ ଲାଗିଥିଲା ଯେ ଜୀବନ ବଞ୍ଚାଇବା ଛଡା ଅନ୍ୟ କିଛି ସାମଗ୍ରୀ ଉଦ୍ଧାର କରିବା ସମ୍ଭବ ହେଲା ନାହିଁ।ଖବର ପାଇ ଘଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।ଅନ୍ୟ ଘର ନଥିବା ଯୋଗୁ ବାହାର ଜାଗାରେ ଆଶ୍ରୟ ନେବାକୁ ପଡିଛି। ପ୍ରଶାସନ ପହଞ୍ଚି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ର ୬ପଞ୍ଚାୟତ ରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅବ୍ୟବସ୍ଥା : ସାତ ଦିନ ମଧ୍ୟରେ ପଦକ୍ଷେପ ପାଇଁ ବିଡ଼ିଓ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ

Sunil Chandra Nayak

ବାସନ୍ତୀ ପାଠାଗାରର ୨୦୨୫ – ୨୦୨୭ ପାଇଁ କର୍ମକର୍ତ୍ତା ନିର୍ବାଚିତ

masiha

Leave a Comment

error: Content is protected !!