ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

ଆଜି ଜଣେ ସ୍ୱେଚ୍ଛାକୃତ ରକ୍ତଦାତା ମନୋରଞ୍ଜନ ସେଣ୍ଢ ଜଣେ ରୋଗୀ ଙ୍କ ଉଦ୍ଧେଶ୍ୟରେ ଷାଠିଏ (୬୦) ନମ୍ବର ଥର ପାଇଁ ଅଗ୍ରୱାଲ ନର୍ସିଂ ହୋମ ଜୁନାଗଡ଼ ଠାରେ ରକ୍ତ ଦାନ କରିଥିବା ଜଣାପଡିଛି। ତାଙ୍କ ଘର ବାଲେଶ୍ବର ହୋଇଥିବା ବେଳେ ସେ ୨୦୧୧ ମସିହା ଠାରୁ ଜୁନାଗଡ଼ ବ୍ରାହ୍ମଣୀଗୁଡ଼ା ହାଇସ୍କୁଲ ରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ତଥା ସେ ଜଣେ ଉକ୍ତ ବିଦ୍ୟାଳୟ ରେ ତାଲିମ ପ୍ରାପ୍ତ ଆସୋସିଏଟ୍ ଏନ୍.ସି.ସି ଅଫିସର୍, ସ୍କାଉଟ ମାଷ୍ଟର । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ୧୯୯୫ ଠାରୁ ରକ୍ତ ଦାନ କରୁଛନ୍ତି ବର୍ତ୍ତମାନ ତାଙ୍କ ବୟସ ୪୭ ହୋଇଥିବା ବେଳେ ସେ ୬୦ ନମ୍ବର ଥର ପାଇଁ ରକ୍ତଦାନ କରିବା ସହ ସେ ଏ ପର୍ଯ୍ୟନ୍ତ ଦୁଇଶହ ବୃକ୍ଷ ରୋପଣ କରି ବୃକ୍ଷ କୁ ବଞ୍ଚେଇ ଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଗତ କିଛି ବର୍ଷ ରୁ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ସହିତ ଜଡ଼ିତ ହୋଇ ୩ ମାସ କୁ ଥରେ ନିୟମିତ ଭାବେ ରକ୍ତଦାନ କରୁଥିବା ଓ ଆଜି ଷାଠିଏ ନମ୍ବର ଥର ପାଇଁ ରକ୍ତଦାନ କରିଥିବାରୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।

ସଂଗଠନ ର କାର୍ଯ୍ୟକର୍ତ୍ତା ସ୍ୱାସ୍ଥିଦୀପ ଆଦିତ୍ୟ ଙ୍କ ସହ ଅନ୍ୟାନ୍ୟ ସଦସ୍ୟ ତଥା ଅଗ୍ରୱାଲ ନର୍ସିଂ ହୋମ ରକ୍ତ ଭଣ୍ଡାର କର୍ମକର୍ତ୍ତା ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ(ନାସ)ର ନୂଆଖାଈ ଭେଟଘାଟ ଉତ୍ସବ ସଂପନ୍ନ 

masiha

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ

masiha

ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!