ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ସହ ପରିଚାଳକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଢେଙ୍କାନାଳ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରନ୍ଦା ଶାଖା ସହ ପରିଚାଳକ ଶ୍ରୀ ପ୍ରଭୁ ଦତ୍ତ ଚକ୍ରବର୍ତ୍ତୀ ସାହୁ ପଦୋନ୍ନତି ହୋଇ RBO ବଲାଙ୍ଗୀର କାର୍ଯାଳୟକୁ ବଦଳି ହୋଇଛନ୍ତି । ତାଙ୍କ ବଦଳରେ ଶ୍ରୀ ଆଶୁତୋଷ ମହାପାତ୍ର ଯୋରନ୍ଦା ଶାଖାକୁ ଯୋଗ ଦେଇଛନ୍ତି l ଏଥିପାଇଁ ଶାଖାର ସମସ୍ତ କର୍ମଚାରୀଙ୍କ ସହିତ ଅଧିନସ୍ଥ ବାରଟି ଗ୍ରାହକ ସେବା କେନ୍ଦ୍ରର ସ୍ୱତାଧିକାରୀ ମାନେ ଉପସ୍ଥିତ ରହି ଅଧିକାରୀଙ୍କୁ ବିପୁଳ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟ ପ୍ରବନ୍ଧକ ଶ୍ରୀ ଉତ୍ତମ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ସାହୁଙ୍କ କାଯ୍ୟକରିବାର ଦକ୍ଷତା କୁ ସଲାମ କରି ଆୟୋଜିତ ଏହି ବିଦାୟୀ କାର୍ଯ୍ୟକ୍ରମରେ ବଖାଣି ଥିଲେ ଓ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଆଶୁତୋଷ ମହାପାତ୍ରଙ୍କୁ ସ୍ବାଗତଂ ସମ୍ବର୍ଦ୍ଧନା ଜଣେଇବା ସହ କାଯ୍ୟଭାର ଦେଇଥିଲେ l ଜିଲ୍ଲା ସଂଯୋଜକ ବିମଳ କୁମାର ପଣ୍ଡା କହିଥିଲେ ସାହୁ ସାର ଜଣେ ଉତ୍ତମ ମେଳାପୀ ଓ ସମାନୁବର୍ତ୍ତିତା ଥିଲେ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସ୍ୱତାଧିକାରୀ ଗୋପବନ୍ଧୁ ବେହେରା ମନ୍ତବ୍ୟ ରଖିଥିଲେ ସାରଙ୍କ କାର୍ଯ୍ୟ ଆମ ସମସ୍ତଙ୍କୁ ମାନଙ୍କୁ ପ୍ରେରିତ କରିଛି ବୋଲି କହିଥିଲେ ଓ ଜଣେ ଶୁଙ୍ଖଳିତ ଓ କର୍ତ୍ତଵ୍ୟ ପରାୟଣ ବ୍ୟକ୍ତି ଓ ସର୍ବଦା ଗ୍ରାହକ ମାନଙ୍କର ସୁଖ ଦୁଃଖର ସାରଥୀ ହୋଇ ଠିଆ ହେଇଥିଲେ l ବିଦାୟୀ ଅଧିକାରୀ ଶ୍ରୀ ସାହୁ ପ୍ରତ୍ୟୁତ୍ତରରେ ଭାବବିହ୍ବଳ ବକ୍ତବ୍ଯ ରଖିବା ସହ ଯୋରନ୍ଦା ଅଞ୍ଚଳର ବିତାଇ ଥିବା ସମୟ ଓ ସହକର୍ମୀମାନଙ୍କ ବନ୍ଧୁତ୍ବଗୁଣ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ବ୍ୟାଙ୍କ କର୍ମଚାରୀ ଶ୍ରୀ ନୀଳମାଧବ ନାୟକ ଶ୍ରୀ ଗୌତମ ସାହୁ ଓ ସ୍ୱୟଂଜୀତ ମହାପାତ୍ର ନିଜ ନିଜ ବକ୍ତବ୍ଯରେ କହିଲେ ଯେ କୌଣସି କାର୍ଯ୍ୟକୁ ସେବା ବୋଲି ଭାବିଲେ କ୍ଳାନ୍ତି ଲାଗିବ ନାହିଁ। କାରଣ ଆମ ସେବା ଦ୍ବାରା ରାଷ୍ଟ୍ର ଗଠନ ହୁଏ। ତେଣୁ କର୍ମ ପ୍ରତି ପ୍ରତିବଦ୍ଧତା ଓ ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱାରୋପ କରିବା ସହ ଅଧିକାରୀଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ଖଗେଶ୍ୱର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାପସ ଦାସ ଙ୍କ ରିପୋର୍ଟ 

Related posts

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

masiha

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

Leave a Comment

error: Content is protected !!