ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ନିଜସ୍ୱ ଜମି ଦାନ କଲେ ଯୁବ ବାହିନୀ ସଭାପତି ଦୁର୍ଗା ପ୍ରସାଦ ନାଏକ 

ଜୁନାଗଡ଼୧୩/୨ (ମ ନି ସ)ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ଆଜି ପଣ୍ଡରାମାଳି ଯୁବ ବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ସନ୍ୟାସୀ କୁଣ୍ଡାମାଲ ସ୍ଥିତ ଜାତୀୟ ରାଜପଥ ସନ୍ନିକଟ ନିଜସ୍ୱ ଜମି ରୁ ୫୦ ଡିସମିଳ ଜମି ପଣ୍ଡରାମାଳି ସମାଜ କୁ ରେଜିଷ୍ଟ୍ରେସନ କରି ଦାନ କରିଛନ୍ତି l ଆଜି ଉକ୍ତ ଜମି ରେଜିଷ୍ଟ୍ରେସନ ହେବା ପରେ ଜମି ର ପଟ୍ଟା ପଣ୍ଡରାମାଳି ସଭାପତି ଶ୍ରୀ ଈଶ୍ୱର ପୁଝାରୀ, ବରିଷ୍ଠ ସଭ୍ୟ ପ୍ରକାଶ ନାଏକ, ପ୍ରମୋଦ ପୁଝାରୀ କୁ ହସ୍ତାନ୍ତର କରିଛନ୍ତି l ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସହାୟତା ରାଶି ରୁ ପଣ୍ଡରାମାଳି ସମାଜ ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ଏଣୁ ପଣ୍ଡରାମାଳି ସମାଜ ସଭାପତି ଶ୍ରୀ ଈଶ୍ୱର ପୁଝାରୀ ଓ ଯୁବବାହିନୀ ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଅଭ୍ୟାସ ଟେକ୍ନୋ ସ୍କୁଲ,ପଦ୍ମପୁର ରେ ଆଜି ଅତି ଆଡମ୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ସାରିଛି 

masiha

କ୍ଷୀରବତୀ ହତ୍ୟା ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୯ ରେ ରାସ୍ତାରୋକ

Sunil Chandra Nayak

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

masiha

Leave a Comment

error: Content is protected !!