ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳ ବିଭାଗର ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ

ନର୍ଲା (ମନିସ): କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡର ଦୁଇଜଣ ଯାତ୍ରୀଙ୍କ ରିଜର୍ବଭେସନ କନଫାର୍ମ ହୋଇଥିବାବେଳେ ସଂପୃକ୍ତ ଟ୍ରେନରେ ଉକ୍ତ ବଗି ନଥିଲା। ଯାହା ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁସାରେ ରୁପ୍ରାରୋଡ ବାସିନ୍ଦା ରାଧୁ ଅଗ୍ରୱାଲ ବୟସ (୭୦) ଗତ ଜୁନ ୨୬ରେ ମେଡିକାଲ କାମ ପାଇଁ ରୁପ୍ରାରୋଡରୁ କୋରବା ଏକ୍ସପ୍ରେସ ଯୋଗେ ବିଶାଖାପାଟଣା ଯାତ୍ରା କରିଥିଲେ। ଏଥିପାଇଁ ସେ ଜୁନ୍ ୨୪ରେ ରୁପ୍ରାରୋଡ ରେଳ ଷ୍ଟେସନରୁ ଟିକଟ କରିଥିଲେ। ତାଙ୍କ ଟିକଟ ନିଶ୍ଚିତ ଥିଲା ବି୮-୫୨ରେ। କିନ୍ତୁ ରାତି ଅଧରେ ରୁପ୍ରାରୋଡରୁ ଯାତ୍ରା ଆରମ୍ଭ ପରେ ଟିକଟ ଜାଞ୍ଚ ସମୟରେ ସେହି କୋଚ/ବଗି ନଥିବା କଥା ସୂଚନା ଦେଇଥିଲେ ଟିକେଟ ନିରୀକ୍ଷକ। ଏହାପରେ ବୟସ୍କ ନାଗରିକ ଶ୍ରୀ ଅଗ୍ରୱାଲ  ବହୁତ ଅନୁରୋଧ କରିବାପରେ ତାଙ୍କୁ ବସିବା ପାଇଁ ସିଟ ଖଣ୍ଡକ ମିଳିଥିଲା। ସେହିପରି ତାଙ୍କର ପରିବାରର ଆଉ ଜଣେ ସଦସ୍ୟ  ମୁକେଶ ଅଗ୍ରୱାଲ ତାଙ୍କ ଝିଅ ପ୍ରିୟା ଅଗ୍ରୱାଲ ପାଇଁ ରୁପ୍ରାରୋଡରୁ ରାୟପୁର ପର୍ଯ୍ୟନ୍ତ ଟିକେଟ ଅନ ଲାଇନ ସେହି କୋରବା ଏକ୍ସପ୍ରେସରେ କାଟିଥିଲେ। ତାଙ୍କ ଟିକେଟ ମଧ୍ୟ ନିଶ୍ଚିତ ଥିବାବେଳେ କୋଚ/ବଗି ନମ୍ବର ବି ୮-୬୫ ଆବଣ୍ଟନ ହୋଇଥିଲା। ଯାହାକି ଟିଟିଲାଗଡ ଜଙ୍କସନ କର୍ତୃପକ୍ଷଙ୍କୁ ପଚାରିବାରୁ ଏହା ଅସମ୍ଭବ ଅଟେ, ଯଦି ଏମିତି ହେଇଛି ହେଲେ ରେଳ ଅଦାଲତରେ ଅଭିଯୋଗ କରନ୍ତୁ କହିଥିଲେ। ରେଳ ବିଭାଗର ଏହି ଖାମଖିଆଲି ଏବଂ ମହାତୃଟି ପାଇଁ ଯାତ୍ରୀ ନାହିଁ ନଥିବା ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରି ରେଳ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ, ନହେଲେ ଭାରତୀୟ ରେଳବାଇ ଉପରୁ ଯାତ୍ରୀଙ୍କ ଭରସା ଉଠିଯିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

ଦୀପକ ଠାକୁର ମସୀହା ନର୍ଲା ପ୍ରତିନିଧି

Related posts

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବାମନଘାଟି ବ୍ରାହ୍ମଣ ମହାସଙ୍ଘ ଆନୁକୂଲ୍ୟରେ ବୈଦିକ କର୍ମକାଣ୍ଡ ଶିକ୍ଷା କେନ୍ଦ୍ର ଉଦଘାଟିତ

masiha

ଅପରେସନ ସିନ୍ଦୁର ପରାକ୍ରମ କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା

masiha

Leave a Comment

error: Content is protected !!