ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ସ୍ଵାଗତ ଓ ଆଲୋଚନା ଚକ୍ର

ବୌଦ୍ଧ -01-02 -( ହୃଦାନନ୍ଦ ମେହେର )- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ତରଫରୁ ଆଜି ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରାଯିବା ସହ” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଥମରେ ନୂତନ ଛାତ୍ର, ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗାଇ ଶେଷ ବର୍ଷ ଛାତ୍ରୀ ମାନେ ସ୍ଵାଗତ କରିଥିଲେ ଏବଂ ପରିଚୟ ପର୍ବ କରାଯାଇଥିଲା l ତାପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ ସତ୍ୟ ପ୍ରିୟ କlମ୍ପ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ତାର ପରିଚାଳନା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବହୁ ତଥ୍ଯ ପ୍ରଦାନ କରିବା ସହ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ l ବୌଦ୍ଧ ର ଜଙ୍ଗଲ ସୁରକ୍ଷା ରେ ଉଦ୍ଭିଦ ବିଜ୍ଞାନ ଛାତ୍ର ମାନଙ୍କର ସହଯୋଗ କାମନା କରିଥିଲେ l ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅୟୋଜିତ ଏହି ସଭାରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ “ଜଙ୍ଗଲ ଆମ ଜୀବନ” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ l ମହାବିଦ୍ୟାଳୟ ପରିସରରେ ସ୍ରୁଷ୍ଟି କରାଯାଇଥିବା ଛୋଟ ଜଙ୍ଗଲ ଏବଂ ଔଷଧ ଉଦ୍ୟାନ ଉପରେ ବିବରଣୀ ପ୍ରଦାନ କରିଥିଲେ l ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ରୋଶନ ମହାପାତ୍ର, ଶାନ୍ତନୁ ପଢ଼ିହାରୀ ଏଥିରେ ଯୋଗଦେଇ ନବାଗତ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ l ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଶ୍ରେଷ୍ଠ ନବାଗତ ଛାତ୍ର ଭାବରେ ଏବଂ ଶ୍ରେଷ୍ଠ ନବାଗତ ଛାତ୍ରୀ ଭାବରେ ପ୍ରଜ୍ଞା ପ୍ରଯୋଜିତl ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା l ଅଧ୍ୟାପିକା ଅମ୍ରିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଡେମୋନଷ୍ଟ୍ରେtar ମୋନାଲିସା ଆତ୍ମଦର୍ଶିନୀ , ଛାତ୍ର ସୌରଭ ପ୍ରଧାନ , ପାର୍ଥ ସାରଥି ମିଶ୍ର, ତନୁସl ମହାକୁଡ଼ ଏଥିରେ ବହୁ ସହଯୋଗ କରିଥିଲେ l

Related posts

ସର୍ଗିଗୁଡା ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ. ଯୋଗଦେଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

masiha

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!