ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଶ୍ରମିକର ଜଳିଗଲା ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କାମାକ୍ଷାନଗର(ମ ନି ସ)୦୧/୦୨_ କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜରିବେରଣା ଗ୍ରାମର ତ୍ରିଲୋଚନ ପ୍ରଧାନ ବୟସ ୪୮ ବର୍ଷ। ସୂଚନା ମୁତାବକ କିଛି ଦିନ ତଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଡିସେମ୍ବର ୩୧ ତାରିଖ କେରଳ ଅଞ୍ଚଳର ନାଭାଲ ଏକାଡେମୀ ନେଭି ଭିତରକୁ ଯାଇଥିଲେ । ସେଠାରେ ରାସ୍ତାରେ ପିଚୁ ପଡ଼ିବା ସମୟରେ ପିଚୁକୁ ଗରମ କରି ରାସ୍ତାରେ ପକାଇବା ପାଇଁ ପିଚୁକୁ ଗରମ କରୁଥିବା ସମୟରେ ପିଚୁ ଡ୍ରମଟି ଫାଟି ଯିବାରୁ ତ୍ରିଲୋଚନଙ୍କ ଗୋଡ଼ରେ ଅଧିକ ପରିମାଣରେ ଲାଗି ଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ତ୍ରିଲୋଚନ ଆହତ ହୋଇ ଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ମଧ୍ୟ ନିଆ ଯାଇଥିଲା। ତ୍ରିଲୋଚନଙ୍କ ସ୍ବାସ୍ଥ୍ୟ ଟିକେ ଭଲ ଥିବାରୁ ନିଜ ରୁମ୍ କୁ ଆଣି ସେଠାରେ ରଖା ଯାଇଥିଲା ଓ ସେଠାରେ ଚିକିତ୍ସା ମଧ୍ୟ କରାଯାଉଥିଲା। କିନ୍ତୁ ଠିକାଦାର ପଇସା ନ ଦେବାରୁ ସେ ସାଙ୍ଗ ମାନଙ୍କ ସହିତ ବଡ କଷ୍ଠରେ ଘରେ ଆସି ପହଞ୍ଚିଲେ। କିଛି ଦିନ ଗଲା ପରେ ନିଜର ଗୋଡ଼ରୁ ମାଂସ ଝାଡ଼ିବା ଆରମ୍ଭ ହୋଇ ଯାଇଛି। ଯାହା ଫଳରେ ବର୍ତ୍ତମାନ ତ୍ରିଲୋଚନ ବଡ ଦୁଃଖ କଷ୍ଟରେ ଦିନ କାଟୁ ଛନ୍ତି ଘରେ ରହି। ମେଡିକାଲକୁ ଯିବାକୁ ହେଲେ ନିଜ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ। ଯାହା ଫଳରେ ମେଡିକାଲକୁ ନ ଯାଇପାରି ଘରେ ବଡ କଷ୍ଟ ରେ ଜୀବନ ବିତାଉଛନ୍ତି। ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ଦେଢ଼ବର୍ଷ ପୁଅ। ଏଣେ ମେଡିକାଲକୁ ଯିବାକୁ ହେଲେ ଖାଇବା ରହିବା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନାହିଁ । ତ୍ରିଲୋଚନଙ୍କୁ କାମକୁ ନେଇ ଥିବା ଠିକାଦାର ଏପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନ କରିଥିବାରୁ ଦିନକୁ ଦିନ ତ୍ରିଲୋଚନ ଗୁରୁତର ହେବା ସହିତ ଗୋଡ଼ରୁ ମାଂସ ଝଡି ଯାଉଛି। ଯାହା ଫଳରେ ବଡ ଦୁଃଖରେ ତାଙ୍କ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ଏ ନେଇ ସରକାରଙ୍କୁ ନିବେଦନ କରିଛନ୍ତି କି ତାଙ୍କ ପାଇଁ ଉତ୍ତମ ଚିକିତ୍ସା ସହିତ ସରକାର ସହାୟତା ଯୋଗାଇ ଦେଲେ ତାଙ୍କ ପରିବାର ଖୁସିରେ ରହିବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର

Sunil Chandra Nayak

କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ଦବଙ୍ଗଗିରି/ ଅତିଷ୍ଠ ହୋଇ ବଦଳି ଦାବିନେଇ ଧାରଣାରେ ଗ୍ରାହକ

Sunil Chandra Nayak

ଆର କେ ଜୁନିୟର କଲେଜ,ଲୁହାଶିଳାରେ”ପ୍ରବେଶ ଉତ୍ସବ” ପାଳିତ

Sunil Chandra Nayak

Leave a Comment

error: Content is protected !!