ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେରେଡି ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୩ ପାଳିତ

ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡି ସରକାରୀ ଉନ୍ନତି ଉପ୍ରା ବିଦ୍ୟାଳୟ ୨୦୨୨-୨୩ ଶିକ୍ଷା ବର୍ଷର ବାର୍ଷିକତ୍ସବ ତା ୨୮/୧/୨୦୨୩ ରିଖ ଶନିବାର ଦିନ ବହୁ ଆଡମ୍ବର ବିଦ୍ୟାଳୟ ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ତାରା ପ୍ରସାଦ ମିଶ୍ର ଙ୍କର ସଭାପତିତ୍ବ ରେ ପାଳନ ହୋଇଥିଲା। ଆୟୋଜିତ ଉତ୍ସବ ରେ ବିଦ୍ୟାଳୟ ସଭାପତି ତାରା ପ୍ରାସାଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ବାର୍ଷିକ ବିବରଣୀ ମଧ୍ୟ ପଠନ କରିଥିଲେ। ବାର୍ଷିକ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ ନିଜ ବ୍ୟକ୍ତିଗତ ଶିକ୍ଷା କ୍ଷେତ୍ରରେ ଥିବା ଅନୁଭୂତି କୁ ବଖାଣି ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବା ପାଇଁ ପ୍ରେରଣା ଦେଇଥିଲେ। ତତ୍ ସହିତ ପରିଶ୍ରମ ହିଁ ସଫଳତା ର ଏକ ଚାବିକାଠି ଏହି ମନ୍ତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିମନ୍ତ୍ରିତ କରିଥିବା ବେଳେ ବିଧାୟକ ବିଦ୍ୟାଳୟ ର ଥିବା ଅସୁବିଧା କୁ ଦୂର କରିବା ପାଇଁ ତାଙ୍କ ପାଣ୍ଠି ରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଓଡ଼ିଆ ପ୍ରଧ୍ୟାପିକା ଜ୍ୟୋତିର୍ମୟୀ କଁହର ଯୋଗ ଦେଇ ତାଙ୍କର ଓଜସ୍ୱିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ବିଷୟରେ ସଚେତନ କରାଇଥିଲେ। ସେ ଛାତ୍ରଛାତ୍ରୀ ଙ୍କ ବିକାଶ ରେ ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମ୍ମାନ ଭାଗିଦାରୀତା ରହିଛି ବୋଲି ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିନିତା କଁହର ଯୋଗ ଦେଇ ବିଦ୍ୟାଳୟ ରେ ଥିବା ଛୋଟ ବଡ଼ ଅସୁବିଧା କୁ ଦୂର କରିବା ପାଇଁ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରଜ ଦିଗାଲ ଯୋଗ ଦେଇ ବିଦ୍ୟାଳୟର ଥିବା ସମସ୍ତ ଅସୁବିଧା ର ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ। ଅତିଥି ଭାବେ ମୋ ସ୍କୁଲ ଅଭିଯାନ କମିଟି ର ସଭାପତି ପ୍ରବୀଣ କୁମାର ସାହୁ ଯୋଗ ଦେଇ ସଦା ସର୍ବଦା ବିଦ୍ୟାଳୟ ବିକାଶ ରେ ଜଡ଼ିତ ରହିବା ପାଇଁ ସହମତି ପ୍ରକାଶ କରିଥିଲେ। ଉତ୍ସବ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିସ୍ମିତା ପ୍ରଧାନ ଓ ସଂସ୍କୃତ ଶିକ୍ଷକ ପ୍ରତାପ କୁମାର ପଣ୍ଡା ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା। ମଞ୍ଚ ସାଜସଜ୍ଜା ଦାୟିତ୍ୱ ଶିକ୍ଷକ ଶରତ କୁମାର ସାହୁ,ଶିକ୍ଷୟତ୍ରୀ ସୁନିତା ଆଚାରୀ, ନେଇ ଥିବା ବେଳେ ଛାତ୍ରଛାତ୍ରୀ ଙ୍କର ଖାଦ୍ୟ ପେୟ ଦାୟିତ୍ୱ ନେଇ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ ରିତାରାଣୀ କଁହର ସୂଚାର ରୂପେ ପରିଚାଳନା କରିଥିଲେ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ନେଇ ସମ୍ପାଦନା କରିଥିବା ବେଳେ କାର୍ଯ୍ୟକ୍ରମ ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଶିକ୍ଷକ କୃପାସିନ୍ଧୁ ପ୍ରଧାନ ଦାୟିତ୍ୱ ନେଇଥିଲେ। ପୁରଷ୍କାର ବିତରଣ ଦାୟିତ୍ୱ ଶିକ୍ଷୟତ୍ରୀ ମିତାଞ୍ଜଳି ପ୍ରଧାନ ଓ ସୁଶ୍ରୀ ଅରୁନ୍ଧତୀ ଦିଗାଲ ନେଇ ଠିକ ଭାବରେ ପରିଚାଳନା କରିଥିବା ବେଳେ ଶିକ୍ଷକ ଅମିତ କୁମାର ତ୍ରିପାଠୀ ଓ ଶିବପ୍ରସାଦ ଦାସ ସମସ୍ତ ଅତିଥି ଅଭ୍ୟର୍ଥନା ଦାୟିତ୍ୱ ନିଭାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅର୍ଣ୍ଣପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଏହି ଉତ୍ସବ ପାଳନ କାର୍ଯ୍ୟ ରେ ବିପୁଳ ସଂଖ୍ୟା ରେ ଗ୍ରାମବାସୀ ,କମିଟିର ସଦସ୍ୟ ସଦସ୍ୟା ଏବଂ ଅଭିଭାବକ ଓ ଅଭିଭାବିକା ମାନେ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟ ଶିକ୍ଷୟତ୍ରୀ କାଞ୍ଚନବାଳା ଦେବି ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଚାଷୀ ଙ୍କୁ ନାକଚଣା ବଣ୍ଟନ 

Sunil Chandra Nayak

38th National Convention at IEI Rourkela Rourkela

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସାଂଗଠନିକ ନିର୍ବାଚନ

masiha

Leave a Comment

error: Content is protected !!