ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପଞ୍ଚାଯତ ରଥ ପରିକ୍ରମାର ଶୁଭାରଂଭ

ରାୟଗଡ:-ତା.୧/୨-ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଲୟରେ ପାଣିପଞ୍ଚାୟତର ଶୁଭାରଂଭ କରାଯାଇଛି l ଅତିରକ୍ତ ଜିଲାପାଳ ଧର୍ମାନଦ ବେହେରା ଯୋଗଦାନ କରି ପତାକା ଦେଖାଇ ରଥକୁ ଶୁଭାରମ୍ଭ କରିଥିଲେ l ଏହି ପାଣି ପଞ୍ଚାଯତ ରଥ ପରିକ୍ରମ।ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ପାଣି ପଞ୍ଚାଯତ ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘ ସ୍ଥାୟୀ କରିବା , ଚାଷୀମାନଙ୍କୁ ସମାନ ପରିମାଣରେ ଜଳ ସେଚନର ସୁବ୍ୟବସ୍ଥ।, ସୁପରିଚାଳନ, ସୁବଣ୍ଟନ ସଚେତନ କରାଇବା । ଏଣୁ ଉପରୋକ୍ତ ରଥ ଜିଲ୍ଲାପାଳ ରାୟଗଡାଙ୍କ କାର୍ଯ୍ୟ।ଳୟରୁ ୦୧/୦୨/୨୦୨୩ ରେ ବାହାରି ଜିଲ୍ଲାରେ ଥିବା ୧୧ଗୋଟି ପଞ୍ଚାୟତ ସମିତିରେ ଥିବା ସମସ୍ତ କ୍ଷୁଦ୍ର ଜଳଚେନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳ ପ୍ରକଳ୍ପକୁ ୦୭/୦୨/୨୦୨୩ ପଯ୍ୟନ୍ତ ଭ୍ରମଣ କରି ୦୮/୦୨/୨୦୨୩ ତାରିଖ ଦିନ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାଯତ ପକ୍ଷ ୨୦୨୩ ସମାରୋହରେ ଉଦଯାପିତ କରାଯିବ । ଉପରୋକ୍ତ ରଥ ପରିକ୍ରମା ସମୟରେ ପ୍ରକଳ୍ପରେ ଥିବା ପାଣି ପଞ୍ଚାୟତର କର୍ମକର୍ତା ତଥା ଚାଷୀ ଉପସ୍ଥିତ ରହି ପାଣି ପଞ୍ଚାଯତ ଯୋଜନାକୁ ସୁଦୃଢ କରିବା ପାଇଁ ସଚେତନତା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ତଥା ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ବିଭାଜନ, ରାୟଗଡା,ଜଳବିଭାଜିକା ମିଶ୍ର ନିର୍ଦ୍ଧଶକ ଦୟାନିଧି ବାଘ,ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପତିତପାବନ ସାମନ୍ତ ରାୟ, କୃଷି ଅଧିକାରୀ ସୁମନ ସିଂ ପଟ୍ଟନାୟକ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ 

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ:ସମୀକ୍ଷା ବୈଠକରେ ଅଧ୍ୟକ୍ଷତା ଓ ହିର୍ଲୀ ଡଙ୍ଗର ପରିଦର୍ଶନ 

Sunil Chandra Nayak

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲିଠାରେ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!