ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିକୁଦା ବ୍ଲକ ରେ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର

ବାଲିକୁଦା :- ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ! ସର୍ବମୋଟ 177 ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ,ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ 168 ଟି ମାମଲା ଓ ଗୋଷ୍ଟୀଗତ ଭାବେ 9 ଟି ମାମଲା ର ଅଭିଯୋଗ ଆଲୋଚନା ପରିସର ଭୁକ୍ତ ହୋଇଥିଲା ! ବ୍ୟକ୍ତିଗତ ମାମଲା ମଧ୍ୟରୁ ଆବାସ ଯୋଜନା ନିମନ୍ତେ 11 ଟି, ଜମିଜମା ବାବଦରେ 5 ଟି, ରାସନକାର୍ଡ ସମ୍ବନ୍ଧୀୟ 9 ଟି, ଭତ୍ତା ସମ୍ବନ୍ଧୀୟ 17 ଟି, ଏବଂ ଅନ୍ୟାନ୍ୟ 8 ଟି ଅଭିଯୋଗର ଶୁଣାଣି କରାଯାଇଥିବାର ସୂଚନା ମିଳିଛି !118 ଗୋଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା ! ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାହୁଲ ପି.ଆର., ଜିଲ୍ଲାପରିଷଦ ମୁଖ୍ୟ ବିକାଶ ନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ, ବାଲିକୁଦାର ତହସିଲଦାର ଅଂଶୁମାନ ଶତପଥୀ, ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଏବଂ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା !

ବାଲିକୁଦାରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଯାଦବ ମହାସଭା ଦ୍ଵାରା ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

masiha

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

masiha

ଗୋରେଖନାଥ ସାହୁଙ୍କ ପୁସ୍ତକ ‘ସୋନାଲି’ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!