ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ସରକାରୀ ଆଉଟ ସର୍ସିଙ୍ଗ କର୍ମଚାରୀ ମହାସଙ୍ଘ ଆବାହକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଓ ସଭାନେତ୍ରୀ ବିଜୟ ଲଷ୍ମୀ ପଣ୍ଡା ଙ୍କର ନେତୃତ୍ୱରେ ରାଜ୍ୟ ମହାସଂଘ କନ୍ଧମାଳ ଶାଖା ପକ୍ଷରୁ କନ୍ଧମାଳ ଜିଲ୍ଲାର ସରକାରୀ ଦପ୍ତର ରେ ଆଉଟ ସର୍ସିଙ୍ଗ ମାଧ୍ୟମରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ଫୁଲବାଣୀ ମାଦିକୁନ୍ଦା ଛକ ନିକଟରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଦାବି ପୂରଣ ନିମନ୍ତେ ନାରାଦେଇ ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ। ଆଉଟ ସର୍ସିଙ୍ଗ କର୍ମଚାରୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ସ୍ମାରକପତ୍ର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ପ୍ରଦାନ କରିଥିଲେ। ଏହି ଆଉଟ ସର୍ସିଙ୍ଗ କର୍ମଚାରୀ ମାନେ ଆଜି ତା ୧୪/୩/୨୦୨୩ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ସରକାରୀ କାର୍ଯ୍ୟ କରିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଥିବା ବେଳେ ୧୯/୩ ରେ କନ୍ଧମାଳ ରୁ ୩୦୦ ରୁ ୪୦୦ ଆଉଟ ସର୍ସିଙ୍ଗ କର୍ମଚାରୀ ଭୁବନେଶ୍ୱର ସେମିନାର ରେ ଯୋଗ ଦେଇ ଆନ୍ଦୋଳନ କରି ସରକାର ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଏହା ସ୍ୱତେ ରାଜ୍ୟ ସରକାର ଦାବି ପୂରଣ ପାଇଁ କର୍ଣ୍ଣପାତ ନକରନ୍ତି ତେବେ ରାଜ୍ୟ ସଙ୍ଘ ନେତୃବୃନ୍ଦ ଙ୍କର ନିର୍ଦେଶରେ କାର୍ଯ୍ୟ ଦିବସରେ ଛୁଟି ଦରଖାସ୍ତ ଦେଇ ଅଫିସ କାର୍ଯ୍ୟ ଛାଡ଼, ସରକାରୀ କାମ ବନ୍ଦ ଡାକରା ଦିଆଯିବା ପାଇଁ ସଙ୍ଘ ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁନଃ ଛୁଟି ଅନୁମୋଦନ ପାଇଁ ସମସ୍ତେ ନିଜ ଅଫିସ ମାନଙ୍କରେ ଦରଖାସ୍ତ ଦେବା ସହିତ ୨୫ ତାରିଖରୁ ସରକାରୀ ଅଫିସ କାର୍ଯ୍ୟ ବନ୍ଦ, ଗଣଧାରଣା, ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟ ରେ ସମସ୍ତ ଆଉଟ ସର୍ସିଙ୍ଗ କର୍ମଚାରୀ ଯୋଗ ଦେବେ ବୋଲି କନ୍ଧମାଳ ଜିଲ୍ଲା ଶାଖା ସଙ୍ଘ ଆବାହକ ଶ୍ରୀ ମିଶ୍ର ଓ ସଭାନେତ୍ରୀ ଶ୍ରୀମତି ପଣ୍ଡା ଗଣମାଧ୍ୟମ କୁ କହିଥିଲେ। ଉକ୍ତ ପ୍ରତିବାଦ କାର୍ଯ୍ୟରେ ସମ୍ପାଦକ ଜିତେନ୍ଦ୍ର ମାର୍ଥା ,ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା ଉପଦେଷ୍ଟା ବ୍ରଜ କିଶୋର ପଟ୍ଟନାୟକ,ମାନସ ରଞ୍ଜନ ଆଚାରୀ,ନୀଳମାଧବ ସାହୁ, ସରୋଜ କୁମାର ନାୟକ,ଙ୍କ ସମେତ ବହୁ ଆଉଟ ସର୍ସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଫଟୋ ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ସୁସ୍ମିତା ମହାପାତ୍ର

Sunil Chandra Nayak

ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ, ଶିକ୍ଷକଙ୍କ ମହଲରେ ଶୋକ, ଗାଁରେ ଶୋକର ଛାୟା

masiha

ଢେ଼ଙ୍କାନାଳ ଜିଲ୍ଲା କମଳାଙ୍ଗ ଠାରେ ମାଲ୍ ବୋଝେଇ ଟ୍ରେନ ଲାଇନଚ୍ୟୁତ

masiha

Leave a Comment

error: Content is protected !!