ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ 

ଜଳେଶ୍ଵର,୨୯/୭(ମନିସ)- ଜଳେଶ୍ଵର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ବ ହେପାଟାଇଟିସ୍ ଦିବସ ଆଜି ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ମୋହନ ଲାଲ ମହାନ୍ତି ପୋରହିତ୍ଵ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ନିରୁପମା ମୁଖୀ,ମାଳତୀ ବେହେରା ଓ ସୁବର୍ଣ୍ଣ ରାଉତ ଏବଂ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସିଦ୍ଧେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଖାଦ୍ୟ ,ପାଣି ଓ ମାଦକ ଦ୍ରବ୍ୟ ସେବନ ଏହି ରୋଗ ହୋଇଥାଏ ବୋଲି ମତ ରଖିଥିଲେ।ସାଧାରଣତଃ ୫ ପ୍ରକାରର ଭୂତାଣୁ ଏ,ବି,ସି,ଡି ଓ ଈ ଏହି ରୋଗରେ ଦେଖାଯାଏ।ସ୍ୱଚ୍ଛତା, ବିଶୁଦ୍ଧ ଖାଦ୍ୟ ଓ ପାନୀୟ ଜଳ ସହିତ ରକ୍ତ ସଂକ୍ରମଣ ପ୍ରତି ସଚେତନ ଏହି ରୋଗକୁ ରୋକା ଯାଇ ପାରିବ ବୋଲି ଡାକ୍ତର ମହାନ୍ତି ସେକ୍ଟର ଆଶା କର୍ମୀ ଓ ଉପସ୍ଥିତ ୪୩ ଜଣ ରୋଗୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରି ଏହି ଭଳି ମାରାତ୍ମକ ରୋଗର ଲକ୍ଷଣ, ଚିକିତ୍ସା ଓ ପରୀକ୍ଷଣ ଉପରେ ଆଲୋକପାତ କରିଥିଲେ।ଶେଷରେ ସି. ଏଚ୍.ଓ ତନୁଶ୍ରୀ ମହାରଣା ନିଜର ଅଭିଜ୍ଞତା ବର୍ଣ୍ଣନା କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଭାଲୁ ଆକ୍ରମଣ ଜଣେ ମୃତ ଜଣେ ଗୁରୁତର

Sunil Chandra Nayak

ସରକାର ଦେଲେ ଦ୍ରୁଷ୍ଟି:ପିକ୍ ନିକ୍ ସ୍ଥାନ ହେବ ଆହୁରି ସୁନ୍ଦର

Sunil Chandra Nayak

ଫାର୍ମାସିଷ୍ଟ ସଙ୍ଘ ର 5 ଦଫା ଦାବୀ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!