ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବନ୍ଧୁଗାଁ ପଞ୍ଚାୟତ ୪ ଟି ଗାଁ କୁ ଗସ୍ତ, ଲୋକଙ୍କ ଠାରୁ ଶୁଣିଲେ ଓ ନିଜେ ଅନୁଭବ କଲେ ଗାଁ ର ପ୍ରକୃତ ସମସ୍ୟା, ସରକାରୀ ବାବୁଙ୍କୁ ଫୋନ ମାଧ୍ୟମରେ ଅତିଶିଗ୍ର ସମାଧାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ

ବନ୍ଧୁଗାଁ ତା ୨୧/୬/୨୩ // ଆଜି ବନ୍ଧୁଗାଁ ପଞ୍ଚାୟତର ୪ ଟି ଗାଁ କୁ ଗସ୍ତ କରିଛନ୍ତି ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା , ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ମାଝି ହିମରିକା ଓ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା। ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗସ୍ତ ଆଜି ଗାଁ ଲୋକଙ୍କ ପାଇଁ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା, ଉପର ଡାବାରି ଓ ତଳ ଡାବାରି ଗାଁ କୁ ଯିବା ପାଇଁ ଦିନ ଥିଲା ରାସ୍ତା ନ ଥିଲା ଆଜି ରାସ୍ତା ନିର୍ମାଣ ହୋଇଛି ସେହି ରାସ୍ତା ଦେଇ ପ୍ରଥମ କରି ଜଣେ ଜିଲ୍ଲା ସ୍ତରୀୟ ଅଧକ୍ଷାଙ୍କ ପ୍ରଥମ ଗସ୍ତ ରହିଥିଲା। ଗସ୍ତ ଅବସରରେ ଉପର ଡାବାରି ଗାଁ କୁ ନିର୍ମାଣ ଚାଲିଥିବା ଆର ଡି ପିଚୁ ତିଆରି ରାସ୍ତା ନିର୍ମାଣ ନିମ୍ନ ମାନର କାର୍ଯ୍ୟ ଓ ଯନ୍ତ୍ରୀ ଙ୍କ ଦ୍ଵାରା ରାସ୍ତାର ଦେଇଥିବା ନକ୍ସା ପ୍ରତି ଅସନ୍ତୁଷ୍ଟ ଥିବାରୁ ଆର ଡି ଯନ୍ତ୍ରୀ ଙ୍କୁ ଅତିଶୀଘ୍ର ଠିକ କାମ କରିବା ପାଇଁ ଦେଇ ଥିଲେ ନିର୍ଦ୍ଦେଶ,। ଏହା ସହିତ ଝୁମୁକା ଓ ଗୋତିପୁଟ ଗାଁ ଗୁଡିକକୁ ଗସ୍ତ କରି ପିଇବା ପାଣି, ଚେକ ଡେମ, ବିଜୁଳି, ସଡ଼କ, ଗୋଷ୍ଟି ଗୃହ ଓ ଅନ୍ୟାନ୍ୟ ଅସୁବିଧା ଥିବା ଲୋକଙ୍କ ଠାରୁ ଶୁଣିବା ସହିତ ନିଜେ ବୁଲି ଦେଖି ଥିଲେ। ତାଙ୍କ ଗସ୍ତ ଅବସରରେ ପ୍ରତି ଗାଁରେ ପିଲାଙ୍କୁ ପାଠ ପଢିବା ପାଇଁ ଗ୍ରାମବାସୀଙ୍କୁ ବୁଝାଇବା ସହିତ ଆଜି ମଧ୍ୟ ଗାଁ ଗୁଡିକରେ ପାଠ ନ ପଢି ଘରେ ରହି ଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ ପାଠ ପଡ଼ିବା ପାଇଁ ପରାମର୍ଶ ଦେଇଥିଲେ। କିଛି ଗାଁ ରେ ଲୋକେ ବସବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମିଳି ନାହିଁ ଘରଡିଅ ପଟା ଓ ଯେଉଁ ଜମି ଗୁଡିକ ଚାଷ କରି ଆସୁଛନ୍ତି ସେହି ଜମିର ପଟା ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ମିଳି ପାରି ନାହିଁ। ଏହି ଜମିର ପଟ୍ଟା ଲୋକଙ୍କୁ ମିଳିବା ପାଇଁ ଆସନ୍ତା ମାସରେ ତଳଡ଼ାବାରି ଗାଁ କୁ ପୁର୍ନବାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଥାନୀୟ ତହସିଲଦାରଙ୍କ ସହିତ ପହଞ୍ଚି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଗସ୍ତ ସମୟରେ ବନ୍ଧୁଗାଁ ବିଜେଡ଼ି ବ୍ଲକ ସଭାପତି ବାଲା ନାଗ, ବରିଷ୍ଟ ବିଜେଡ଼ି କର୍ମୀ ଅଭିମନ୍ୟୁ ଭାଣ୍ଡୀ, ମୁକୁନ୍ଦ ବେବରା, ଉତ୍ତମ ନାୟକ, ମିନା ବେବରା, ପ୍ରକାଶ ବିଡ଼ିକା ଉପସ୍ଥିତ ରହି ଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ୨୦୨୫ ସମ୍ମିଳନୀ ଅନୁଷ୍ଠିତ

masiha

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

ଜାମ୍ମୁ କାଶ୍ମୀରର ପହଲଗାମର ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!