ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷେ ହେଲା ଅନ୍ଧାରରେ ୪୦ ଘର 

ବର୍ଷେ ହେଲା ଅନ୍ଧାରରେ ୪୦ ଘର 

ବନ୍ଧୁଗାଁ ତା,୦୫/୦୮/୨୪,ଡିଜିଟାଲ ଯୁଗରେ ମଧ୍ୟ ଲୋକେ ପାଇପାରୁ ନାହାନ୍ତି ସରକାର ଅବହେଳା ଯୋଗୁଁ, ଆପଣ ମାନେ ବିଶ୍ୱାସ କରିବେ ନାହିଁ  ଏମିତି ଏକ ବିଷୟ କି ଲୋକେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ I ଏହି ବିଷୟ ଟି ହେଉଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦରରୁ ମାତ୍ର ୫ କିଲୋମିଟର ଦୂରରେ ଥିବା କୁମ୍ଭଗାଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡ ମାଥୁର ଗ୍ରାମର ଦୁଇଟି ୱାର୍ଡ ର ୪୦ ଘର ପରିବାର ପ୍ରାୟ ଏକ ବର୍ଷ ହେଲା ଅନ୍ଧାରରେ ଅଛନ୍ତି । ଫଳରେ ଗ୍ରାମବାସୀ ଡିବି ଆଲୁଅରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଗତ ବର୍ଷ ବର୍ଷା ଦିନେ ବିଜୁଳି ଘଡ ଘଡିରେ ଗ୍ରାମରେ ଥିବା ଟ୍ରାନ୍ସଫର୍ମର ପୋଡି ଯାଇଥିଲା । ସେବେ ଠାରୁ ଆଜି ଅନ୍ଧାର ରେ ଥିବା ୱାର୍ଡ ବାସିନ୍ଦା କହିଛନ୍ତି । ଗ୍ରାମରେ ତିନୋଟି ୱାର୍ଡ ରହିଥିବା ବେଳେ ଏକ ନମ୍ବର ୱାର୍ଡ ପାଇଁ ଗୋଟିଏ ଓ ଦୁଇ,ତିନି ନମ୍ବର ୱାର୍ଡ ପାଇଁ ଗୋଟିଏ ଟ୍ରାନ୍ସଫର୍ମର ବସା ଯାଇଛି । ହେଲେ ସେଥି ମଧ୍ୟରୁ ଦୁଇ ଓ ତିନି ନମ୍ବର ୱାର୍ଡ ପାଇଁ ଥିବା ଟ୍ରାନ୍ସଫର୍ମରଟି ପୋଡି ଯାଇଥିବା ବେଳେ ଏଯାଏଁ ବିଜୁଳି ବିଭାଗ ଦୃଷ୍ଟି ଦେଇନି। ବିଭାଗର ଦାଇତ୍ୱ ହୀନତା ପାଇଁ ଆଜକୁ ବର୍ଷେ ହେଲାଣି ୪୦ ଘର ପରିବାର ଅନ୍ଧାରରେ ଅଛନ୍ତି । ଏଥି ପାଇଁ ଦାୟି କିଏ, ତୁରନ୍ତ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବୁ ବୋଲି ଦୁଇ ନମ୍ବର ୱାର୍ଡ ସଭ୍ୟା ନିଲା ପିଡ଼ିକା, ୩ୱାର୍ଡ ର ନାଇବ ସରପଞ୍ଚ କୁରମେୟା ପିଡ଼ିକା, ବିଜୁଳି ବିଭାଗ କର୍ମଚାରିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି I ପଞ୍ଚାୟତର ପୂର୍ବତନ ସରପଞ୍ଚ ମହନ କାଡ୍ରାକା, ସୁବାରାଓ ମେଲେକା, ମୁସୁରୁମା ପିଡ଼ିକା, ନାଗେଶ ପିଡ଼ିକା, ବିଶ୍ୱନାଥ ପିଡ଼ିକା, ସୋନାଲି ଦୁରୁଙ୍ଗୁ ପ୍ରମୁଖ କହିଛନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବହଳଦା: ଗାଡି ପାର୍କିଂ ପାଇ ସ୍ବତନ୍ତ୍ର ସ୍ଥାନ ଅଭାବ , ଗ୍ରାହକ, ପଥଚାରୀ ତଥା ସାଧାରଣ ଲୋକେ ଅଡୁଆରେ

masiha

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

masiha

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!