ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ଠାରେ ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ 

ବ୍ରହ୍ମପୁର ଠାରେ ଛିଦ୍ରମୟ ଅସ୍ଥି (ଓଷ୍ଟିଓପୋରୋସିସ) ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ 

ବ୍ରହ୍ମପୁର,ତା ୨୯/୦୩ ବ୍ରହ୍ମପୁର ମହାନଗରର ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ,ଡା.କୃଷ୍ଣ ମୋହନ ପାଠୀଙ୍କ ବାସଭବନ ଠାରେ ଅସ୍ଥି ସ୍ବାସ୍ଥ୍ୟ ଏବଂ ଅନ୍ଯାନ୍ଯ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛିଦ୍ରମୟ ଅସ୍ଥି ସ୍ବାସ୍ଥ୍ୟ (ଓଷ୍ଟିଓପୋରୋସିସ) ପରୀକ୍ଷା ତଥା ଇଉରିକ୍ ଏସିଡ, ସ୍ନାୟୁ ଦୌର୍ବଲ୍ୟତା ଇତ୍ୟାଦି ପରୀକ୍ଷା କରାଯିବା ସହିତ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ବିଶିଷ୍ଟ ରାଜନେତା ତଥା ସମାଜସେବୀ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ମହାରଣା, ଭାରତ ବିକାଶ ପରିଷଦର ସଭାପତି ସିମାଞ୍ଚଳ ଦାଶ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରର ଶୁଭ-ଉଦଘାଟନ କରିଥିଲେ ଏବଂ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।ସୁନାମଧନ୍ଯ ଡାକ୍ତର କମଳାକାନ୍ତ ପାଣିଗ୍ରାହୀ, ଭାରତ ବିକାଶ ପରିଷଦର ଅନେକ ସଦସ୍ଯ ବୃନ୍ଦ, ଲାୟନ୍ସ କ୍ଲବ ଟେକ୍ନୋ, ବ୍ରହ୍ମପୁରର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରରେ ଯୋଗଦାନ କରିଥିଲେ । ବ୍ରହ୍ମପୁର ସହରର ବିଭିନ୍ନ ପୁଲିସ ଥାନାରୁ ଅନେକ ପୁଲିସ କର୍ମଚାରୀ ବି ଏହି ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ପଦ୍ମଶ୍ରୀ (ଡା.) କୃଷ୍ଣ ମୋହନ ପାଠୀଙ୍କ ସୁପୁତ୍ର ସମାଜସେବୀ (ଇଂ). ବିଭୂ ପ୍ରସାଦ ପାଠୀ ଏହି ସ୍ବାସ୍ଥ୍ୟ ଶିବିରର ସମସ୍ତ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ । 

ବ୍ରହ୍ମପୁର ତଥା ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ସେମାନଙ୍କ ପରିବାରର ସଦସ୍ଯଙ୍କ ସହ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ଡ. ପାଠୀଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଅନେକ ଔଷଧ ଓ ଡାଇଗ୍ନୋଷ୍ଟିକ ସଂସ୍ଥା ଏହି ଶିବିରରେ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷାର ସୁବିଧା ଯୋଗାଇଦେଇଥିଲେ । ଆଇନଜୀବୀ (ଇଂ.) ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଆଇନଜୀବୀ ଶ୍ରୀ ମନୋଜ କୁମାର ପାଣିଗ୍ରାହୀ, ଶ୍ରୀଯୁକ୍ତ ଏ. ରାଜା ରାଓ, ଶ୍ରୀଯୁକ୍ତ କୃଷ୍ଣ ସାହୁ ପ୍ରମୁଖ ଏହି ସ୍ବାସ୍ଥ୍ୟ ଶିବିରର ପରିଚାଳନାରେ ସହଯୋଗ କରି ଏହି ସ୍ବାସ୍ଥ୍ୟ ଶିବିରକୁ ସଫଳ କରାଇଥିଲେ ।

Related posts

ଦୈନିକ ଖବରକାଗଜ ଦର୍ଶନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

masiha

ଜେକେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ନାବାର୍ଡ ସହାୟତା ରେ ଗ୍ରାମୀଣ ଯୁବକ ଙ୍କୁ କୃଷି ଅଭିମୁଖି କରିବା ନେଇ କର୍ମଶାଳା 

masiha

Leave a Comment

error: Content is protected !!