ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ୍ର ସାହିତ୍ୟ ସଂସଦ ର ପଚିଶତମ ବାର୍ଷିକ ଉତ୍ସବ: ୧୨ ପ୍ରତିଭାଧର ସମ୍ମାନିତ

ଓଡ୍ର ସାହିତ୍ୟ ସଂସଦ ର ପଚିଶତମ ବାର୍ଷିକ ଉତ୍ସବ: ୧୨ ପ୍ରତିଭାଧର ସମ୍ମାନିତ

ହିଞ୍ଜିଳିକାଟୁ,୨୯I୦୩ ପିତଳ ରାମଚନ୍ଦ୍ର ପୁର ସ୍ଥିତ ପୁରାତନ ସାରସ୍ଵତ ଅନୁଷ୍ଠାନ ଓଡ଼୍ର ସାହିତ୍ୟ ସଂସଦର ପଚିଶତମ ବାର୍ଷିକ ଉତ୍ସବ ହିଞ୍ଜିଳିକାଟୁ ଅନ୍ତର୍ଗତ ପୋଚିଲିମା ଖମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟାପକ ସଞ୍ଜୟ କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ ହୋଇଥିବା ବେଳେ, ପ୍ରଥମ ଅଧିବେଶନ ଅଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ ଉପାୟୁକ୍ତା କଲ୍ୟାଣୀ ସଂଘମିତ୍ରା ଯୋଗ ଦେଇଥିବା ବେଳେ ଅତିଥି ଆଲୋଚକ ଭାବରେ ପ୍ରଫେସର ଡ.ଅଶୋକ କୁମାର ତ୍ରିପାଠୀ, ଔପନ୍ୟାସିକା ସୁଜାତା ମହାପାତ୍ର,ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଶିଶୁ ସାହିତ୍ୟିକ ଡ. ବିଜୟ ଚନ୍ଦ୍ର ମହାରଣା, ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମଧ୍ୟାମିକ ବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ବିଶିଷ୍ଟ ସମାଜସେବୀ ଏନ୍.ରଘୁନାଥ ପ୍ରମୁଖ ଯୋଗଦେଇ ସାହିତ୍ୟରେ ସମକାଳୀନତା ଶୀର୍ଷକରେ ଆଲୋକପାତ କରିଥିଲେ । ଏହି ଅବସରରେ ଡ ପୁରୁଷୋତ୍ତମ ମିଶ୍ର, ଅନନ୍ତ କର, ପ୍ରଫେସର କୈଳାଶନାଥ ସ୍ୱାଇଁ , ଡ ସ୍ଥିତଧି ରଥ , ରୁପେଶ ସାହୁ, ମନୋଜ କୁଣ୍ଡ , ଆଭା ପତ୍ରିକା ସମ୍ପାଦିକା ଗୌରପ୍ରୀୟା ଦାସ, ସଙ୍ଗୀତଜ୍ଞ ରଘୁନାଥ ପାତ୍ର, ଇଂ ସଞ୍ଜୟ କୁମାର ପଣ୍ଡା , ସି ଏଚ ମହେନ୍ଦ୍ର କୁମାର ପାତ୍ର , ଶିକ୍ଷାବିତ ପ୍ରସନ୍ନ କୁମାର ପଣ୍ଡା ପ୍ରମୁଖଙ୍କ ଅନୁଷ୍ଠାନ ତରଫରୁ ସମ୍ମାନିତ କରା ଯାଇଥିଲା । ଏବଂ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ବିଶିଷ୍ଟ ସମାଜସେବୀ ଏନ୍. ରଘୁନାଥଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା I

ସଂପାଦକୀୟ ବିବରଣୀ ପାଠରେ ଅନୁଷ୍ଠାନ ଏବଂ ଅଞ୍ଚଳର ଐତିହ୍ୟ ଏବଂ ଗୌରବକୁ ନିଜ ଗବେଷଣାଗତ ଉପସ୍ଥାପନାରେ, ସ୍ଵକୀୟ ଶୈଳୀରେ ପ୍ରତିପାଦନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର I

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନ ପଞ୍ଚାନନ ସ୍ୱାଇଁଙ୍କ ସଭାପତିତ୍ୱରେ ଶିଶୁ ନୃତ୍ୟ ଶିଳ୍ପୀ ରୁଦ୍ରଂଶି ଦାସଙ୍କ ପ୍ରାରମ୍ଭିକ ଓଡ଼ିଶୀ ନୃତ୍ୟ ପରିବେଷଣ ରେ ଅନୁଷ୍ଠିତ ହୋଇଥିବା କବିତା ପାଠୋତ୍ସବରେ ଅତିଥି ରୂପେ କବି ଦେଵବ୍ରତ ପଟ୍ଟନାୟକ, ପ୍ରମୋଦ ପଣ୍ଡିତ, ଭାସ୍କର ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ କବିତା ସଂଯୋଜନା କରିଥିଲେ କବିଶ୍ରୀ ବୁଲୁ ବେହେରା, କବୟିତ୍ରୀ ଦିବ୍ୟାନି ମାର୍ଥା ଏବଂ ଯୁବକବି ସୁପ୍ରଜିତ ସାହୁ ।ନିରାକାର ବିଷୋୟୀ, କାହୁଁ ଚରଣ ଗୌଡ଼, ସୁନୀଲ ପ୍ରଧାନ ଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଯୁବ ସାହିତ୍ୟିକ ରାଇରଞ୍ଜନ ନନ୍ଦ।

Related posts

ନେପାଳ, ଆସାମ ରୁ ସାନ୍ତାଳୀ ଓ୍ବିକିପିଡିଆ ପାଇଁ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଲେ ୫’ ଜଣିଆ ଦଳ

Sunil Chandra Nayak

ବାତ୍ୟା ପ୍ରପୀଡିତ ଦିବ୍ୟାଙ୍ଗ ସୁମତି ଙ୍କୁ ସହଯୋଗ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

masiha

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବଣାଇ ଉପଖଣ୍ଡ ଗସ୍ତ ଓ ଏସ୍ ଆଇ ଆର୍ କାର୍ଯ୍ୟର ତଦାରଖ

Sunil Chandra Nayak

Leave a Comment

error: Content is protected !!