ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

 ମୟୂରଭଂଜ-୨୨।୭ — ଆଜି ମଙ୍ଗଳବାର ଦିନ ଅପରାହ୍ନ ୨ ଟା ପାଖାପାଖି ସମୟରେ ପ୍ରଵଳ ବର୍ଷା, ଘଡଘଡି ଓ ବିଜୁଳି ଯୋଗୁଁ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ମହିଳା ସମେତ ଦୁଇଜଣ ଚାଷୀ ବିଲରେ ଟଳି ପଡିଥିଲେ ‌ ।।ସୂଚନାଯୋଗ୍ୟ ଦେଢ଼ ମାସରୁ ଉର୍ଦ୍ଧ୍ଵ ହେବ ଲଗାଣ ବର୍ଷା ଯୋଗୁଁ ତଳିରୁଆ କାମ ପଛେଇ ଯାଇଛି ।ଚାଷୀ ତେଣୁ ତର ତର ହୋଇ ବର୍ଷା ଓ ଖରାକୁ ଖାତିର ନ କରିରୁଆ କାମରେ ଲାଗି ପଡିଛନ୍ତି ।କିଏ ଜାଣିଥିଲା ଯମ ବିଲ ମୁଣ୍ଡରେ ଜଗିଛି? ସୂଚନାଯୋଗ୍ୟ ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ନିୟୁତି ଗ୍ରାମର ମନୋଜ ମହାନ୍ତ(୪୨) ବିଲରେ କାମ କରୁଥିବାବେଳେ ଚଡ଼କ ମାରିଥିଲା ।ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ ।ଵହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

      ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖନା ଗ୍ରାମପଞ୍ଚାୟତ ବଡ଼ଗାଁ ଗ୍ରାମର ପଡ଼ାଗାଁ ରାଖାସାହି ବସ୍ତିର ଦିଲ୍ଲୀପ କୁମାର ମହାନ୍ତର ସ୍ତ୍ରୀ ରାକ୍ଷୀ ମହାନ୍ତ (୩୩) ନିଜ ଭଉଣୀ ଘରକୁ ଜମିରେ ଧାନ ରୋଇବା ପାଇଁ ଆସିଥିଲେ। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଗଡିଗାଁ ପାଖ ରେଳ ଲାଇନ ପାଖରେ ଧାନ ରୋଇ କିଛି ସମୟ ଧକ୍କା ମେଣ୍ଟାଇବା ପାଇଁ ବିଲ ମୁଣ୍ଡରେ ବସିଥିବାବେଳେ ବିଜୁଳି ଚଡ଼କମାଡରେ ଟଳି ପଡ଼ିଥିଲେ ।ରାକ୍ଷୀ କୁ ତୁରନ୍ତ ରାଇରଙ୍ଗପୁର‌ ହସ୍ପିଟାଲ ଅଣା ଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ରାଇରଙ୍ଗପୁର ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତୁ୍କର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।ସୂଚନାଯୋଗ୍ଯ ନିୟୂତିର ମନୋଜ ମହାନ୍ତ ଯେଉଁଠି ଟଳି ପଡିଥିଲା ସେଠାରୁ ଅଧା କିଲୋମିଟର ଦୂରରେ ରାକ୍ଷୀ ମହାନ୍ତଙ୍କୁ ମଧ୍ଯ ଚଡ଼କ ଏକା ସମୟରେ ମାରିଥିଲା । ଚଡକରେ ଦୁଇଟି ଅମୂଲ୍ଯ ଜୀବନ ଚାଲିଯିବା ଫଳରେ ଉଭୟଙ୍କ ଗ୍ରାମରେ ଶୋକରେ ଛାୟା ଖେଳି ଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ….

masiha

ଧରାକୋଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଥୋତ୍ସବ

masiha

Leave a Comment

error: Content is protected !!