ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

 ମୟୂରଭଂଜ-୨୨।୭ — ଆଜି ମଙ୍ଗଳବାର ଦିନ ଅପରାହ୍ନ ୨ ଟା ପାଖାପାଖି ସମୟରେ ପ୍ରଵଳ ବର୍ଷା, ଘଡଘଡି ଓ ବିଜୁଳି ଯୋଗୁଁ ବାମନଘାଟୀ ଉପଖଣ୍ଡର ବିଭିନ୍ନ ସ୍ଥାନରେ ମହିଳା ସମେତ ଦୁଇଜଣ ଚାଷୀ ବିଲରେ ଟଳି ପଡିଥିଲେ ‌ ।।ସୂଚନାଯୋଗ୍ୟ ଦେଢ଼ ମାସରୁ ଉର୍ଦ୍ଧ୍ଵ ହେବ ଲଗାଣ ବର୍ଷା ଯୋଗୁଁ ତଳିରୁଆ କାମ ପଛେଇ ଯାଇଛି ।ଚାଷୀ ତେଣୁ ତର ତର ହୋଇ ବର୍ଷା ଓ ଖରାକୁ ଖାତିର ନ କରିରୁଆ କାମରେ ଲାଗି ପଡିଛନ୍ତି ।କିଏ ଜାଣିଥିଲା ଯମ ବିଲ ମୁଣ୍ଡରେ ଜଗିଛି? ସୂଚନାଯୋଗ୍ୟ ଵହଳଦା ଥାନା ଅନ୍ତର୍ଗତ ଅଁଳାଯୋଡି ପଞ୍ଚାୟତର ନିୟୁତି ଗ୍ରାମର ମନୋଜ ମହାନ୍ତ(୪୨) ବିଲରେ କାମ କରୁଥିବାବେଳେ ଚଡ଼କ ମାରିଥିଲା ।ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ ଡାକ୍ତର ମୃତ ଘୋଷଣା କରିଥିଲେ ।ଵହଳଦା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

      ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖନା ଗ୍ରାମପଞ୍ଚାୟତ ବଡ଼ଗାଁ ଗ୍ରାମର ପଡ଼ାଗାଁ ରାଖାସାହି ବସ୍ତିର ଦିଲ୍ଲୀପ କୁମାର ମହାନ୍ତର ସ୍ତ୍ରୀ ରାକ୍ଷୀ ମହାନ୍ତ (୩୩) ନିଜ ଭଉଣୀ ଘରକୁ ଜମିରେ ଧାନ ରୋଇବା ପାଇଁ ଆସିଥିଲେ। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଗଡିଗାଁ ପାଖ ରେଳ ଲାଇନ ପାଖରେ ଧାନ ରୋଇ କିଛି ସମୟ ଧକ୍କା ମେଣ୍ଟାଇବା ପାଇଁ ବିଲ ମୁଣ୍ଡରେ ବସିଥିବାବେଳେ ବିଜୁଳି ଚଡ଼କମାଡରେ ଟଳି ପଡ଼ିଥିଲେ ।ରାକ୍ଷୀ କୁ ତୁରନ୍ତ ରାଇରଙ୍ଗପୁର‌ ହସ୍ପିଟାଲ ଅଣା ଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ରାଇରଙ୍ଗପୁର ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତୁ୍କର ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।ସୂଚନାଯୋଗ୍ଯ ନିୟୂତିର ମନୋଜ ମହାନ୍ତ ଯେଉଁଠି ଟଳି ପଡିଥିଲା ସେଠାରୁ ଅଧା କିଲୋମିଟର ଦୂରରେ ରାକ୍ଷୀ ମହାନ୍ତଙ୍କୁ ମଧ୍ଯ ଚଡ଼କ ଏକା ସମୟରେ ମାରିଥିଲା । ଚଡକରେ ଦୁଇଟି ଅମୂଲ୍ଯ ଜୀବନ ଚାଲିଯିବା ଫଳରେ ଉଭୟଙ୍କ ଗ୍ରାମରେ ଶୋକରେ ଛାୟା ଖେଳି ଯାଇଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଗୋଲାମୁଣ୍ଡା ବ୍ଲକ କଳାହାଣ୍ଡି: ଜଳମଗ୍ନ ଗୋଲାମୁଣ୍ଡା ବ୍ଲକ, ୨୮ ପଞ୍ଚାୟତର ୧୨୭ ରାଜସ୍ବ ଗ୍ରାମ ବାସି ଅସ୍ତ ବ୍ୟସ୍ତ 

Sunil Chandra Nayak

ସ୍ଵୟଂସେବକ ସଂଘ ର ଶତାବ୍ଦୀ ଉପଲକ୍ଷେ ପଞ୍ଚମ ପ୍ରମୁଖ ଜନ ସଂଗୋଷ୍ଠୀ କାର୍ଯ୍ଯକ୍ରମ

Sunil Chandra Nayak

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!