ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁପୁତ୍ର ନିଖୋଜ ଘଟଣା , ଛଅ ଦିନ ପରେ ପୋଲିସ ହାତ ଖାଲି

ଶିଶୁପୁତ୍ର ନିଖୋଜ ଘଟଣା , ଛଅ ଦିନ ପରେ ପୋଲିସ ହାତ ଖାଲି

ଢେଙ୍କାନାଳ (ମନିସ )3/9/25 +- ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦଣ୍ଡିରୀ ପଞ୍ଚାୟତର କନକା ଗ୍ରାମରେ ଘଟଣା ଘଟିବାର ଛଅ ଦିନ ପରେ ମଧ୍ୟ ନିଖୋଜ ଶିଶୁ ପୁତ୍ରର ସନ୍ଧାନ ମିଳିପାରି ନାହିଁ ।

ଏହି କନକା ଗ୍ରାମଟି ଚାରି ବର୍ଷ ପୂର୍ବରୁ ଏକ ଦୁର୍ଗ ଅଞ୍ଚଳ ଭାବେ ପରିଗଣିତ ହେଉଥିଲା । ଜଙ୍ଗଲ ପାହାଡ ପରିବେଷ୍ଟିତ ଏହି ଗ୍ରାମକୁ ଚାରି ବର୍ଷ ପୂର୍ବରୁ ରାସ୍ତା ନଥିବାରୁ ଏହାକୁ ଏକ ବିଚ୍ଛିନ୍ନାଞ୍ଚଳ ଭାବେ ବିବେଚିତ ହେଉଥିଲା । ଏବେ ଏକ ପ୍ରସସ୍ତ ରାସ୍ତା ଏହି ଗ୍ରାମ ଦେଇ ଯାଇଥିବାରୁ ଏହା ଗ୍ରାମର ସୌନ୍ଦର୍ଯ୍ୟ ବୃଦ୍ଧି ସହ ସଭ୍ୟଜଗତ ସହ ଗ୍ରାମବାସୀଙ୍କୁ ଯୋଡିଛି ।  

ଗତ ଶୁକ୍ରବାର ଦିନ ସେହି କନକା ଗ୍ରାମର ହୃଦାନନ୍ଦ ପଧାନ ଓ ବର୍ଷା ପଧାନଙ୍କ ଦେଢବର୍ଷର ତୃତୀୟ ପୁତ୍ର ସନ୍ତାନ ନିଜ ଘର ଅଗଣାରୁ ନିଖୋଜ ହୋଇଯାଇଛି । ଶୁକ୍ରବାର ଦିନ ପ୍ରାୟ ଏଗାରଟା ବେଳେ ଘରେ ଦେଢ ବର୍ଷର ଶିଶୁ ପୁତ୍ରକୁ ଏକା ଛାଡି ବର୍ଷା ପଧାନ ଘର ଅଗଣାରୁ ଘର ପଛ ପାଖ ଜଙ୍ଗଲକୁ ଛେଳି ଛାଡିବା ପାଇଁ ଯାଇଥିଲେ । ସେ ସେଠାରୁ ଫେରିବା ପାଇଁ ପ୍ରାୟ ଦଶ ରୁ ପନ୍ଦର ମିନିଟ ଲାଗିଥିଲା । ସେ ଯିବା ବେଳେ ତାଙ୍କ ତୃତୀୟ ପୁତ୍ରଟି ଘର ଅଗଣାରେ ଖେଳୁଥିଲା । ସେ ଫେରିବା ବେଳକୁ ଶିଶୁ ପୁତ୍ରଟି ସେଠାରେ ନ ଥିଲା। ବହୁତ ଖୋଜା ଖୋଜି ପରେ ମଧ୍ୟ ଶିଶୁପୁତ୍ରଟି ମିଳି ନ ଥିଲା। ଘର ସାମ୍ନାରେ ଗଣେଶ ପୂଜା ବିସର୍ଜନ ପାଇଁ ଗହଳି ଚହଳି ସହ ମାଇକ୍ ସାଉଣ୍ଡରେ ଅଞ୍ଚଳ ପ୍ରକମ୍ପିତ ହେଉଥିଲା । 

ଶିଶୁ ପୁତ୍ରକୁ ସେଠାରୁ ଯିଏବି ଅପହରଣ କରିଛି ସେ ଘରର ପଛ ପାଖରେ ନେଇଯାଇଛି କିମ୍ବା ପଡିଶା ଘର ଦେଇ ନେଇ ଯାଇଛି । ହୁଏତ ଶିଶୁ ପୁତ୍ରକୁ କେହି ଦୁର୍ବୃତ୍ତ ଅପହରଣ କରି ବିକ୍ରି କରିଦେଇଛି କିମ୍ବା ଅନ୍ୟ କୌଣସି ହୀନ ଉଦ୍ଦେଶ୍ୟ ରଖି ଅପହରଣ କରିଛି ବୋଲି ଧାରଣା ଦୃଢ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ଛଅ ଦିନ ପରେ ମଧ୍ୟ ପୋଲିସ ହାତ ଖାଲି ରହିଛି । ଯଥାଶୀଘ୍ର ପୋଲିସ ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରି ବାପା ମାଆ ଙ୍କ କୋଳକୁ ଫେରାଇ ଆଣିବାକୁ ସାଧାରଣରେ ଦାବି ହେଉଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ଡାବୁଗାଁରେ ବଡଦିନ ପାଳିତ 

masiha

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!