ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଧାଅନ୍ବେଷଣ ପ୍ରତିଯୋଗିତାରେ ୫ ଜଣଙ୍କୁ ମିଳିଲା ପ୍ରଥମ ସ୍ଥାନ 

ମେଧାଅନ୍ବେଷଣ ପ୍ରତିଯୋଗିତାରେ ୫ ଜଣଙ୍କୁ ମିଳିଲା ପ୍ରଥମ ସ୍ଥାନ 

ଖଇରା,୦୨/୯/୨୫- ମନରେ ଆଗ୍ରହ ଓ ଇଚ୍ଛା ଶକ୍ତି ଜାଗ୍ରତ ଥିଲେ ବ୍ଯକ୍ତିର ବ୍ଯକ୍ତିତ୍ବ ପରିପ୍ରକାଶରେ ବାଧା ସୃଷ୍ଟି ହୁଏ ନାହିଁ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସଙ୍କର କିଛି ନା କିଛି ଶିଖିବାର ଇଚ୍ଛା ଶକ୍ତି ଥାଏ । ଏହି ଆଗ୍ରହ ବା ଇଚ୍ଛା ଶକ୍ତିକୁ ଅଧିକରୁ ଅଧିକ ବୃଦ୍ଧି ନିମନ୍ତେ ପ୍ରତ୍ୟେକ ରବିବାର ମେଧାଅନ୍ବେଷଣ କାର୍ଯ୍ୟକ୍ରମ ହୋଇଥାଏ ” ମୋ ଅନୁଷ୍ଠାନ ” ହ୍ଵାଟ୍ସଆପ୍ ଗୃପରେ । ଏଥିରେ ଆବାଳବୃଦ୍ଧବନିତା ସମସ୍ତେ ଭାଗ ନେଇଥାନ୍ତି । ଏଇ ପରିପ୍ରେକ୍ଷୀରେ ଗତ ତା ୩୧/୮/୨୦୨୫ ରିଖ ରବିବାର ଦିନ ମେଧାଅନ୍ବେଷଣ ବା ଜି.କେ. ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ମୋଟ ୨୯ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଶେଷକରି ବହୁଳ ମାତ୍ରାରେ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନେ ଆଗ୍ରହର ସହିତ ଭାଗ ନେଉଛନ୍ତି । ସମସ୍ତ ଉତ୍ତର ଗୁଡିକୁ ସମୀକ୍ଷା କରିଥିଲେ ସୁ-ସାହିତ୍ୟିକା ଓ ସୁ-ଶିକ୍ଷିତା ଅପରାଜିତା ରଥ,ଭଦ୍ରକ । ସମୀକ୍ଷା କାର୍ଯ୍ୟରେ ଶ୍ରୀମତୀ ରଥଙ୍କୁ ସହଯୋଗ କରୁଛନ୍ତି ତାଙ୍କର କୁନି ପ୍ରତିଭା ଝିଅ ସାଇ ସମୀକ୍ଷା ରଥ, ଯାହାର ପ୍ରତିଭାରେ ମୁଗ୍ଧ ହୋଇ ଡିସେମ୍ବର ୨୭ ତାରିଖରେ ରୂପା ମୁକୁଟ ପ୍ରଦାନ କରିବ ” ମୋ ଅନୁଷ୍ଠାନ ” । ଛାତ୍ରଙ୍କ ମଧ୍ୟରେ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ଧୂଷୁରୀ, ଭଦ୍ରକର ଛାତ୍ର ଭୂମିକ୍ ସାହୁ ଓ ଦର୍ଶନୀ ଚରଣ ସରକାରୀ ଉପ୍ରା ବିଦ୍ୟାଳୟ, ପାଣିସାଉଳି, ଖଇରା, ବାଲେଶ୍ଵରର ଛାତ୍ର ଜିତ୍ ଆଦିତ୍ୟ ରାଉତ ଅନ୍ତର୍ଭୁକ୍ତ । ସୁନ୍ଦର ଓ ନିର୍ଭୁଲ ସମୀକ୍ଷାରୁ ୫ ଜଣଙ୍କୁ ପ୍ରଥମ ସ୍ଥାନ ମିଳିଛି । ସେମାନେ ହେଲେ ଭୂମିକ୍ ସାହୁ, ଜିତ୍ ଆଦିତ୍ୟ ରାଉତ, ପୂର୍ଣ୍ଣ ଚନ୍ଦ୍ର ସିଂହ, ଅଡରବଜାର, ବାଲେଶ୍ବର, ନିବେଦିତା ପଣ୍ଡା, ରାଉରକେଲା, ସୁନ୍ଦରଗଡ଼ ଓ ବନଲତା ଜାଲି, କୃଷ୍ଣ ପ୍ରସାଦ, ପୁରୀ । ୫ ଜଣ ଯାକ ୧୦ ମାର୍କରୁ ୧୦ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଅନୁଷ୍ଠାନକୁ ଗୌରବାନ୍ବିତ କରିଥିବାରୁ ଅନୁଷ୍ଠାନର ସଭାପତି କୁଞ୍ଜଲତା ମାହୁଁନ୍ତ ସମସଙ୍କ ଇଚ୍ଛା ଶକ୍ତି ଓ ଆଗ୍ରହକୁ ସ୍ବାଗତ ଜଣାଇବା ସହିତ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସମସ୍ତ ୫ ଜଣଙ୍କୁ ଅନୁଷ୍ଠାନ ତରଫରୁ ରାଧାକୃଷ୍ଣ ଫଟୋ ଚିତ୍ର ଓ ଟ୍ରଫି ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ । ଏଥିସହିତ ସମସ୍ତ ପ୍ରତିଯୋଗୀଙ୍କୁ ବାର୍ଷିକ ଉତ୍ସବରେ ଯୋଗଦେବା ନିମନ୍ତେ ଅନୁରୋଧ କରିଛନ୍ତି ସମ୍ପାଦକ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ନବ ନିର୍ମିତ ବ୍ଳକ ମିଶନ ଶକ୍ତି ଭବନ ଉଦଘାଟିତ 

masiha

କକାହାଣ୍ଡି ପାଇଁ -ରବିଶଙ୍କର ସୁନାନୀ ଙ୍କୁ ସଭାପତି ଏବଂ ପଟୱାନ୍ତ ସିଂ ଙ୍କୁ ଜର୍ଯ୍ୟକାରୀ ସଭାପତି ଭାବେ ମନୋନୀତ

masiha

ମରଣ ଜନ୍ତା ପାଲଟିଛି ଖୁଟୁବାଇ – ମାଲେକୋଟ ରାସ୍ତା, ହେଉନି ମରାମତି :ଜନ ସାଧାରଣ ରେ ଅସନ୍ତୋଷ

Leave a Comment

error: Content is protected !!