ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ ଏସ ପି ଅବସରପ୍ରାପ୍ତ କର୍ମଚାରୀ ସଂଘରେ ପତଞ୍ଜଳି ଯୋଗ କେନ୍ଦ୍ରର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆର୍ ଏସ ପି ଅବସରପ୍ରାପ୍ତ କର୍ମଚାରୀ ସଂଘରେ ପତଞ୍ଜଳି ଯୋଗ କେନ୍ଦ୍ରର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଓ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ପରିଚାଳିତ ଏହି ଯୋଗ କେନ୍ଦ୍ରର ଆଜି ୨୭ତମ ବାର୍ଷିକ ଉତ୍ସବ କେନ୍ଦ୍ରର ମୁଖ୍ୟ ପରିଚାଳକ ତଥା ବରିଷ୍ଠ ଯୋଗ ଶିକ୍ଷକ କପିଳେଶ୍ୱର ମହାରଣାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସ୍ୱାଭିମାନ ନ୍ୟାସର ସହ ରାଜ୍ୟ ପ୍ରଭାରୀ ଡଃ ଅକ୍ରୁର ମାର୍ଥା ଅତିଥି ଭାବେ ଯୋଗଦେଇ ଉତ୍ତମ ଯୋଗ ଶିକ୍ଷାଦାନ, ଯୋଗର ଗୁଢ଼ ତତ୍ଵ , ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ସଂଘର ସଭାପତି ରାଧାମୋହନ ନାୟକ, ସାଧାରଣ ସମ୍ପାଦକ ଚାନ୍ଦମଣି ବେହୁରା , ପତଞ୍ଜଳି ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନି ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ପି . ୱାଈ.ଏସ ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଆଦି ତାଙ୍କ ବକ୍ତବ୍ୟରେ ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ପରାମର୍ଶ ଦେଇଥିଲେ । ଶୁଭାକାଂକ୍ଷୀ ଚୌଧୁରୀ ମଂଚ ପରିଚାଳନା କରିଥିବା ବେଳେ ନିରୁପମା ଦାସ ଧନ୍ୟଵାଦ ଅର୍ପଣ କରିଥିଲେ । କେନ୍ଦ୍ରର ୨୧ ଜଣଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟବୃନ୍ଦ ସର୍ବଶ୍ରୀ ଅଭୟ କୁମାର ଦାସ, ବଲବୀର ସିଂହ, ସୁରେନ୍ଦ୍ର କୁମାର ରାଉତ, ନାରାୟଣ ଚନ୍ଦ୍ର ସାମଲ,ସଚ୍ଚିଦାନନ୍ଦ ମିଶ୍ର, ବିପ୍ର ଚରଣ, ଶାନ୍ତନୁ କୁମାର ମହାନ୍ତି, ଜଗନ୍ନାଥ ମହାତୋ,ଲତିକା ପଟ୍ଟନାୟକ ଓ ଯୋଗ କେନ୍ଦ୍ରର ସଦସ୍ୟ ବୃନ୍ଦ ମଧୁଛନ୍ଦା ବୋଷ, ସୁମିତା ଚାନ୍ଦ, ନିରୁପମା ଦାସ, ନଳିନୀ ସୂତାର,ସ୍ୱର୍ଣ୍ଣଲତା ସାମଲ,ସୁଭଶ୍ରୀ ଧଳ,ମୀନା ପାତ୍ର, ଅକ୍ଷୟ କୁମାର ବଳ, ରବୀନ୍ଦ୍ର କୁମାର ରାଉତ, ମାନସ ସାହୁ ଆଦି ବହୁ ସାଧକ ସାଧିକା ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠାନ ତରଫରୁ ଶ୍ରୀମାର୍ଥା ଙ୍କୁ ସମ୍ମାନିତ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଦିବସରେ ସମ୍ମାନିତ ହେଲେ ଶିକ୍ଷକ ସହଦେବ

Sunil Chandra Nayak

କର୍କଟ ସଚେତନତା ଶିବିର ଆୟୋଜନ ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ପ୍ରସ୍ତୁତି ବୈଠକ

ଭୁଦାନ ନେତା ଲକ୍ଷ୍ମଣ ପାତ୍ରଙ୍କ ୩୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ଏବେବି ଭୂଦାନ ବିଚାରର ଆବଶ୍ଯକତା ରହିଛି : କ୍ରିଷ୍ଣା ମାହାନ୍ତି

Sunil Chandra Nayak

Leave a Comment

error: Content is protected !!