ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଇଗ୍ନୋ କାର୍ଯ୍ୟାଳୟ ପରିସରରେ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର ଇଗ୍ନୋ କାର୍ଯ୍ୟାଳୟ ପରିସରରେ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

ରାଇରଙ୍ଗପୁର – ( ଅକ୍ଷୟ ବିଶ୍ବାଳ) ୧୯/୧୧ ରାଇରଙ୍ଗପୁରର ବଜାର ପୌରପାଳିକାର କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଉତ୍ତରାଞ୍ଚଳ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟ ( ଇଗ୍ନୋ) ପରିସରରେ ଇଗ୍ନୋର ୪୧ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ଼ଃ ବଂଶିଧର ବାରିକଙ୍କ ସଭାପତିତ୍ବରେ ଆଜି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ ରାମ ଏବଂ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର‌ ମହାବିଦ୍ଯାଳୟର ଗୃହ ବିଜ୍ଞାନ ଅଧ୍ୟାପିକା ଯଶୋଧାରା ମହାନ୍ତ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ପ୍ରଦୀପ ଜଗନ୍ନାଥଙ୍କ ଫଟୋ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉତ୍ତରାଞ୍ଚଳ ଇଗ୍ନୋର ସେଣ୍ଟର ,ରାଇରଙ୍ଗପୁର ଶାଖାର ଅଧ୍ୟକ୍ଷ ଡ଼ଃ ବଂଶିଧର ବାରିକ ବକ୍ତବ୍ୟରେ କହିଥିଲେ ଉଚ୍ଚଶିକ୍ଷାର ବଂଚିତ ହେଉଥିବା ଯୁବ,ଛାତ୍ର,ବୟସ୍କ,ଗୃହୀଣୀ,ଶ୍ରମିକ ମାନଙ୍କୁକିଭଳି ଶିକ୍ଷା ଲାଭ କରିପାରିବେ ତାହାକୁ ଲକ୍ଷ୍ୟ ରଖି ଭାରତରତ୍ନ ତତ୍କାଳୀନ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଦ୍ଵାରା ୧୯୮୫ ମସିହା ନଭେମ୍ବର ୧୯ ରେ ଦିଲ୍ଲୀରେ ଇଗ୍ନୋର ପ୍ରତିଷ୍ଠା ହୋଇଥିଲା ବୋଲି ବକ୍ତବ୍ୟରେ କହିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ରେ ୨୦୨୬ ଜାନୁଆରୀ ୧ ତାରିଖ ଦିନ ଉତ୍ତରାଞ୍ଚଳ ଇଗ୍ନୋସେଣ୍ଟର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ।ଏହା ପ୍ରତିଷ୍ଠା ହେବାଦ୍ବାରା ଯାଜପୁର,ଭଦ୍ରକ,ବାଲେଶ୍ଵର,ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଶେଷ ଭାବରେ ଉପକୃତ ହେବେ ।କାର୍ଯ୍ୟରତ ବ୍ୟକ୍ତି, ଅଧାପାଠ ଛାଡ଼ିଥିବା ବ୍ୟକ୍ତି, ଗୃହିଣୀ, ଦୂରରେ ରହୁଥିବା ଯୁବ, ଛାତ୍ର, ଶ୍ରମିକଙ୍କ ପାଇଁ ଏହା ଅପୂର୍ବ ସୁଯୋଗ । ପାଠ ପଢିବା ଏବଂ ଶିକ୍ଷା ଅର୍ଜନ ପାଇଁ ବୟସ ଏକ ମାପ କାଠି ନୁହେଁ ବୋଲି କହିଥିଲେ ।ଏଠାରେ ମଧ୍ୟ ଦକ୍ଷତା ବିକାଶ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଛି ।ଜଣେ ରେଗୁଲାର କଲେଜରେ ପଢ଼ି ମଧ୍ୟ ଅନ୍ୟ ବିଷୟରେ ଇଗ୍ନୋର ତରଫରୁ ଦୂରତା ଶିକ୍ଷା ନେବାର ସୁଯୋଗ ରହିଛି । ତଦସହ ଅଦ୍ଯାଵଧି ୯୦୦୦ ରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ସେଣ୍ଟର୍ ରେ ନାମ ଲେଖିଲେଣି । ଅନ୍ ଲାଇନ୍ ଶିକ୍ଷା ମଧ୍ୟ ପ୍ରଦାନ‌ କରାଯାଉଛି ।ଏହି ସେଣ୍ଟର୍ ତରଫରୁ ପରୀକ୍ଷା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଯାଇଛି ।ବର୍ଷକରେ ଦୁଇଥର ନାମ ଲେଖା ଵ୍ଯଵସ୍ଥାର ସୁଯୋଗ ରହିଛି । ମୁଖ୍ୟ ଅତିଥି ଅଧ୍ୟାପକ ରାଜେଶ ରାମ, ମୁଖ୍ୟ ବକ୍ତା ଅଧ୍ୟାପିକା ଯଶୋଧାରା ମହାନ୍ତ, ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟର ଅର୍ଥନୀତି ବିଭାଗର ଅଧ୍ୟାପିକା ରଞ୍ଜୁଲତା ନାୟକ, ଅଧ୍ୟାପିକା ଶୁଭଦର୍ଶୀ ମିଶ୍ର ,ଗୃହ ଵିଜ୍ଞାନ ଅଧ୍ଯାପିକା ବିଦ୍ୟାଵତି ଵେହେରା , ଅର୍ଥନୀତି ଅଧ୍ୟାପକ ବାବୁଲୁ କୁମ୍ଭାକାର,ସାମ୍ଵାଦିକ ଅକ୍ଷୟ ଵିଶ୍ବାଳ ପ୍ରମୁଖ ଯୋଗ ଦେଇ ଇଗ୍ନୋ ଦ୍ଵାରା ଛାତ୍ରଛାତ୍ରୀମାନେ କିଭଳି ଉଚ୍ଚତର ଶିକ୍ଷା ଲାଭ ପାଇଁ ପାରିବେ ବକ୍ତବ୍ୟରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଆସିଷ୍ଟାଣ୍ଟ ଏକଜିଉଟିଭ ହେମନ୍ତ ମିଶ୍ର, ସହକାରୀ ରେଜିଷ୍ଟ୍ରାର ମହେନ୍ଦ୍ର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

Related posts

ସ୍କୁଲ ପାଚିକା ପ୍ରସଙ୍ଗ –  ଶିକ୍ଷା କମିଟିର ଆଭ୍ୟନ୍ତରୀଣ ବ୍ୟାପାର , ବାହ୍ୟଶକ୍ତି ପ୍ରୟୋଗ ତଦନ୍ତକୁ ଭଣ୍ଡୁର କରିବା ଅପଚେଷ୍ଟା ବିଫଳ

Sunil Chandra Nayak

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

ଭାରତୀୟ ସାମ୍ବାଦିକ କର୍ମଜୀବି ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!