ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ଼,୧୪/୩(ମ ନି ସ) ଜୁନାଗଡ଼ ଏନଏସି କୁ ମୁନସୀପାଲଟି କରିବା ଦାବି ନେଇ ଆଜି ଜୁନାଗଡ଼ ମିଳିତ କ୍ରିୟାନୁଷ୍ଠା କମିଟିର ସଦସ୍ୟ ଜିଲ୍ଲା ପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଦାବିପତ୍ର ପ୍ରଦାନ କରିଛନ୍ତି।

ଐତିହାସିକ ତଥ୍ୟ ଅନୁଯାୟୀ , କଳାହାଣ୍ଡି ମହାରାଜା ଯୁଗସାଇଦେବ ଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି ।ଜୁନାଗଡ଼ କଳାହାଣ୍ଡି ଜିଲ୍ଲା ର ପ୍ରଥମ ରାଜଧାନୀ ଭାବରେ ରାଜା ଅମଳ ରୁ ଥିଲା ୧୯୭୦ ମସିହା ମାର୍ଚ୍ଚ ୧୮ ତାରିଖ ରେ ଜୁନାଗଡ଼ ଏନଏସି ଗଠନ ହେଇଛି ଆଜିକୁ ୫୪ ବର୍ଷ ଅତିକ୍ରମ କରିଛି। ଜୁନାଗଡ଼ ସହରରେ ପ୍ରାୟ ୨୫ ହଜାର ଲୋକ ବସବାସ କରୁଛନ୍ତି ଜୁନାଗଡ଼ କୁ ଲାଗି ରହିଥିବା କିଛି ଗ୍ରାମ କୁ ନେଇ ଏହାର ଜନସଂଖ୍ୟା ପ୍ରାୟ ୩୫ ହଜାର ରୁ ଉର୍ଦ୍ଧ । ଆଜିପଯ୍ୟନ୍ତ ଜୁନାଗଡ଼ ଏନଏସି ନିଜସ୍ୟ ଘର ଗୋଟାଏ ମଧ୍ୟ ନାହିଁ । ପାଠା ଗାରରେ ଚାଲିଛି ଅଫିସ ଗୃହ। ଲଗାତାର ୧୯୯୫ରୁ ୧୯୯୯ଚାରି ବର୍ଷ ଧରି ଓଡିଶା ରେ ଶ୍ରେଷ୍ଠ ଏନ ଏ ସି ଭାବରେ ମଧ୍ୟ ଆଖ୍ୟା ପାଇଛି ଏହା ସହିତ ଗତବର୍ଷ ଦ୍ରୁତଗାମୀ ସହର ଭାବରେ ମହାମହିମ ରାଷ୍ଟ୍ରପତି ମଧ୍ୟ ଦିଲ୍ଲୀ ଠାରେ ପୁରସ୍କିତ କରିଛନ୍ତି। ଦୀର୍ଘ ଦିନର କୋଠl ରେ ଅଫିସ ଗୃହ ଚାଲି ଥିବାରୁ ଏହା ଯୋଗୁ କୋଠା ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଛି l ତେଣୁ ଏହି ଏନ ଏ ସି କୁ ମୁନ୍ସିପାଲିଟି ଘୋଷଣା ଦାବୀ ନେଇ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଜୁନାଗଡ଼ ବଣିକ ସଙ୍ଘ ସମ୍ପାଦକ ପ୍ରଭାତ କୁମାର ଦାଶ, ବ୍ରାହ୍ମଣ ସମାଜ କୋଷାଧକ୍ଷ କୁଵଲେ ପାଣିଗ୍ରାହୀ, ଜିଲ୍ଲା ଲୋରି ୟୁନିଅନ ର କାର୍ଯକାରୀ ସଭାପତି ଅନିଲ ପଣ୍ଡା ପ୍ରମୁଖ ଦାବିପତ୍ର ଦେବା ସହ ନିର୍ବାଚନ ପୂର୍ବରୁ ଯଦି ମୁନ୍ସିପାଲଟି। ମାନ୍ୟତା ନ ଦିଅନ୍ତି ତାହେଲେ ଆନ୍ଦୋଳନ ର ପନ୍ଥା ଆପଣେଇବେ ବୋଲି ଚରମ ଚେତାବନୀ ଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

masiha

ନୁଆ ଭାରତ ବିକଶିତ ଭାରତ ସଚେତନତା ଶିବିର ଉଦଯାପିତ

masiha

ଜିଲ୍ଲା ସ୍ତରୀୟ ସ୍ଵଚ୍ଛତା ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!