ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଅଶୋକ ବଳଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି.

ରାଉରକେଲା: ବିଶିଷ୍ଟ ଅଭିନେତା, ସୁନାମଧନ୍ୟ ନିର୍ଦ୍ଦେଶକ, ଦକ୍ଷ ସଂଗଠକ, ଟେଲିଫିଲ୍ମ ଅଭିନେତା ତଥା ସାଂସ୍କୃତିକ କଳାପରିଷଦ ସଂକଳ୍ପ ସମେତ ବିଭିନ୍ନ ନାଟ୍ୟାନୁଷ୍ଠାନ, ସାମାଜିକ, ସାଂସ୍କୃତିକ, ସାହିତ୍ୟ ଓ ଧାର୍ମିକ ଅନୁଷ୍ଠାନ ସହିତ୍ ସଂଶ୍ଳିଷ୍ଟ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଅଶୋକ ବଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେକ୍ଟରା-୬ସ୍ଥିତ ମା’ ଶାରଳା ମନ୍ଦିର ପରିସରରେ ପରିବାର ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ସହରର ବିଭିନ୍ନ ଅନୁଷ୍ଠାନର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିବା ଅବସରରେ ତାଙ୍କର ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିବା ସହିତ ସେ ଜଣେ ବଂଧୁବତ୍ସଳ, ପରୋପକାରୀ ଓ ହୃଦୟବାନ ବ୍ୟକ୍ତି ହିସାବରେ ସର୍ବଦା ମନେ ରହିବେ ବୋଲି ପ୍ରକାଶ କରିଥିଲେ। ତାଙ୍କର ନିଖୁଣ ଅଭିନୟ, ଚମତ୍କାର ନିର୍ଦ୍ଦେଶନା ଯୋଗୁଁ ସେ ବିଶେଷ ଦର୍ଶକୀୟ ଆଦୃତି ଲାଭ କରିଥିଲେ, ଯାହା ଏବେ ବି ଜନମାନସରେ ଜୀବିତ ରହିଛି। ତାଙ୍କର ତ୍ୟାଗ ଓ ସାଂଗଠନିକ ଦକ୍ଷତା ଯୋଗୁଁ ଅନେକ ଅନୁଷ୍ଠାନର ଉନ୍ନତି ସଂଭବ ବୋଲି ମତ ପ୍ରକାଶ ପାଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସର୍ବଶ୍ରୀ ପ୍ର. ସମର ମୁଦାଲି, ସୁକାନ୍ତ ଖୁଂଟିଆ, ରାଧାମୋହନ ନାୟକ, ଅକ୍ଷୟ ଧଳ, କୁଞ୍ଜନଲାଲ ବୋଷ, ପ୍ରିୟଦର୍ଶନ ରାଉତ, ଦିପ୍ତି ରଂଜନ ବାରିକ, ପ୍ରଫୁଲ୍ଲ ସେଠୀ, ଗଙ୍ଗାଧର ପୁହାଣ, ଶରତ ଧଳ, ଆଲୋକ ବୋଷ, ଅକ୍ଷୟ ସାମଲ, ସୁକାନ୍ତ ମହାପାତ୍ର, ପ୍ରଭାକର ପାତ୍ର, ଇଂ ଅଭୟ କୁମାର ଦାସ, କାର୍ତ୍ତିକ ପାଣ୍ଡବ, ପଶୁପତିନାଥ ଚାଟ୍ଟାର୍ଜୀ, ଭଗବାନ ମହାପାତ୍ର, ଶ୍ରୀବତ୍ସ କୁଅଁର, ଜଗନ୍ନାଥ ରାଉତ, ଅରିକ୍ଷିତ ପାତ୍ର, ଆର୍ତ୍ତ ମହାରଣା, ମନୁ ସାମଲ, ସତ୍ୟାନନ୍ଦ ବେହେରା, କୁଞ୍ଜବିହାରୀ ରାଉତ,ପର୍ଶୁରାମ ପଟ୍ଟନାୟକ, ଅରବିନ୍ଦ ସ୍ୱାଇଁଙ୍କ ସମେତ ସେକ୍ଟର-୬ସ୍ଥିତ ଶାରଳା ମନ୍ଦିର ପରିଚାଳନା କମିଟି, ସେକ୍ଟର-୬ ମାର୍କେଟ କମିଟି, ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ, ଶ୍ରଦ୍ଧା, ଆଦର୍ଶ ପାଠାଗାର ସହିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ ସହିତ ସ୍ମୃତିଚାରଣ କରିଥିଲେ। ପରିବାର ପକ୍ଷରୁ ପତ୍ନୀ ମେନକା, ଭାଇ ମନୋଜ, ପୁତ୍ର ଅମିତ୍‌ଙ୍କ ସହିତ ପୁତ୍ରବଧୂ, କନ୍ୟା ଓ ଜାମାତା ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ରେଡିଓ ବସୁଧାର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ -୨୦୨୬ ପାଳିତ 

Sunil Chandra Nayak

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

masiha

Leave a Comment

error: Content is protected !!