ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

ଉତ୍କଳ ଆଲୁମିନା ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ଆୟୋଜନ କଲା

ଟିକିରି/ରାୟଗଢା: ନାରୀତ୍ଵ ଏବଂ ସାଂସ୍କୃତିକ ବିବିଧତାର ଏକ ହୃଦୟସ୍ପର୍ଶୀ ଉତ୍ସବ ପାଳନ କରିବାକୁ ଯାଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିକ ଳିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ତାହାର ଖଣି ସିଏର ପ୍ରୟାସ ଅଧୀନରେ ଚଳିତ ମାର୍ଚ୍ଚ ୧୨ ତାରିଖରେ ଅଣ୍ଡିରାକଞ୍ଚ ଗ୍ରାମର ଆଦିବାସୀ ମହିଳାଙ୍କ ପାଇଁ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବାକୁ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ୧୦୦୦ରୁ ଅଧୁକ ଆଦିବାସୀ ମହିଳାଙ୍କ ଅଂଶଗ୍ରହଣ ସହିତ ଏହି କାର୍ଯ୍ୟକ୍ରମ ବିପୁଳ ଭାବରେ ସଫଳ ହୋଇଥିଲା ଏବଂ ସାମାଜିକ ଦାୟିତ୍‌ବୋଧ ଓ ଗୋଷ୍ଠୀ ନିୟୋଜନତା ପ୍ରତି କମ୍ପାନୀର ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଥିଲା।

ଗୋଷ୍ଠୀ ବିକାଶ ପ୍ରତି ସମର୍ଥନ ଯୋଗାଇଦେବାକୁ ଉତ୍କଳ ଆଲୁମିନାର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମଜହର ବେଗକ୍, ୟୁନିଟ ହେଡ୍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଏବଂ ଆଦିତ୍ୟ ଆଲୁମିନା କହିଥିଲେ, “ଆମେ ବିଶ୍ଵବ୍ୟାପୀ ମହିଳାମାନଙ୍କର ଉଲ୍ଲେଖନୀୟ ସଫଳତା ଏବଂ ଅବଦାନକୁ ସମ୍ମାନ ପ୍ରଦର୍ଶନ କରୁଥିବାବେଳେ ଆଦିବାସୀ ମହିଳାମାନେ ସମ୍ମୁଖୀନ ହେଉଥିବା ଅହ୍ବାନସମୂହ ଏବଂ ପ୍ରତିଦିନ ସେମାନେ ପ୍ରତିଦିନ ପ୍ରଦର୍ଶନ କରୁଥିବା ଅତୁଳନୀୟ ମଜଭୁତପଣକୁ ସମ୍ମାନ ଜଣାଇବା ନିତାନ୍ତ ଜରୁରୀ । ସେମାନଙ୍କ ସଶକ୍ତିକରଣକୁ ସମର୍ଥନ ଯୋଗାଇବା, ସେମାନଙ୍କ ସ୍ୱରକୁ ଅଧିକ ପ୍ରଭାବୀ କରିବା ଏବଂ ଆଗକୁ ବଢିବା ସକାଶେ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃମଜଭୁତ କରିବାକୁ ହେବ।”

ଉତ୍ସବ ଚିନ୍ତାଧାରା ସ‌ହଭାଗୀତା କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା, ଯେଉଁଠି ଆଦିବାସୀ ମହିଳାମାନଙ୍କୁ ସେମାନଙ୍କ ମତାମତ ପ୍ରକାଶ କରିବା, ସେମାନଙ୍କ ଅନୁଭୂତି ସହଭାଗୀତା କରିବା ଏବଂ ବ୍ୟକ୍ତିଗତ ତଥା ଗୋଷ୍ଠୀ ବିକାଶ ନିମନ୍ତେ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଗୁଡିକ ମହିଳାମାନଙ୍କୁ ନିଜକୁ ମୁକ୍ତ ଭାବରେ ପରିପ୍ରକାଶ କରିବା ଏବଂ ନିଷ୍ପରି ଗ୍ରହଣକାରୀ ପ୍ରକ୍ରିୟାଗୁଡିକରେ ଅବଦାନ ରଖିବା, ସଶକ୍ତାକରଣ ଓ ଅନ୍ତର୍ଭୁକ୍ତିର ଏକ ଭାବଧାରାକୁ ପ୍ରୋତ୍ସାହିତ କରିବାକୁ ଏକ ମଞ୍ଚ ଯୋଗାଇ ଦେଇଥିଲା।

କାର୍ଯ୍ୟକ୍ରମରେ ବେଶ୍ ମନମୁଗ୍ଧକର ‘ଜେମ୍‌ସା ନୃତ୍ୟ ପ୍ରଦର୍ଶନ’ ସ୍ଥାନ ପାଇଥିଲା, ଯାହା ଏହି ଅଞ୍ଚଳର ନିଜସ୍ଵ ଏକ ପାରମ୍ପରିକ ଆଦିବାସୀ ନୃତ୍ୟ କଳା। ତାଳ ସହିତ ମେଳ ଖାଉଥିବା ବିଟ୍ ଏବଂ ନୃତ୍ୟଶିଳ୍ପୀମାନଙ୍କର ଲାଳିତ୍ୟପୂର୍ଣ୍ଣ ଗତିଶୀଳତା ସମୁଦାୟ ପରିବେଶକୁ ଆନନ୍ଦ ଓ ସ୍କୁରିରେ ଭରିଦେଇଥୁଲା, ଯାହା ଆଦିବାସୀ ସମୁଦାୟଙ୍କର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିଥିଲା I ଏକ ଚିନ୍ତା ଉଦ୍ରେକକାରୀ ‘ନୁକ୍‌ଡ ନାଟକ’ ମଧ୍ୟ ସ୍ଥାନୀୟ କଳାକାରଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା, ଯାହା ଲିଙ୍ଗଗତ ସମାନତା, ଶିକ୍ଷା ଓ ମହିଳା ସଶକ୍ତାକରଣ ଭଳି ସାମାଜିକ ପ୍ରସଙ୍ଗ‌ଗୁଡିକ ସମ୍ପର୍କରେ ଦୃଷ୍ଟିପାତ କରିଥିଲା। ପ୍ରଭାବଶାଳୀ କାହାଣୀକଥନ ଏବଂ ନିୟୋଜନକାରୀ ପ୍ରଦର୍ଶନ ଜରିଆରେ ପଥପ୍ରାନ୍ତ ନାଟକ ସଚେତନ‌ତା ସୃଷ୍ଟି କରିବା, ଚିରାଚରିତ ଧାରାକୁ ଚାଲେଞ୍ଜ କରିବା ଏବଂ ଗୋଷ୍ଠୀ ଭିତରେ ସକାରାତ୍ମକ ପରିବର୍ତନକୁ ପ୍ରେରଣା ଯୋଗାଇବା ଲକ୍ଷ୍ୟ ରଖୁଥିଲା।

ଆଦିବାସୀ ମହିଳାମାନଙ୍କର ଅବଦାନ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀମତୀ ଦିନା ନେଗ୍, ପ୍ରେସିଡେଣ୍ଟ, ଉତ୍କଳ ଉତ୍କଳ ଲେଡିଜ୍ କ୍ଲବ୍ କହିଥିଲେ, “ ଆମର ଆଦିବାସୀ ସମୁଦାୟଙ୍କ ହୃଦୟରେ ଆପଣମାନେ ହେଉଛନ୍ତି ସାମର୍ଥ୍ୟର ଖମ୍ବ, ପରମ୍ପରାର ପ୍ରଯନ୍‌କାରୀ ଏବଂ ଆମର ସାମଗ୍ରିକ ପ୍ରଗତି ପଛରେ ମୁଖ୍ୟ ଚାଳନାକାରୀ ଶକ୍ତି। ଆପଣମାନଙ୍କର ମଜଭୁତ ଏକନିଷ୍ଠତା, ଦୃଢତା ଏବଂ ଦୟାପୂର୍ଣ୍ଣ ହୃଦୟ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି।”

ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ପାଳନ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା, ଗୋଷ୍ଠୀ ନିୟୋଜନତାକୁ ଆଗକୁ ବଢାଇବା ଏବଂ ସାଂସ୍କୃତିକ ବିବିଧତାକୁ ପାଳନ କରିବା ଦିଗରେ କମ୍ପାନୀର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରୁଛି । ଆଦିବାସୀ ମହିଳାଙ୍କ ସଶକ୍ତକରଣରେ ନିବେଶ କରି ଉତ୍କଳ ଆଲୁମିନା ବ୍ୟକ୍ତିବିଶେଷ ଏବଂ ଗୋଷ୍ଠୀଗୁଡିକର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ପ୍ରୟାସ ନିରନ୍ତର ଜାରି ରଖୁଛି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ବାଳିକା ଦିବସ, କନ୍ୟା ରତ୍ନ ସୁରକ୍ଷା

Sunil Chandra Nayak

ପତଞ୍ଜଳି ଯୋଗ ପ୍ରଶିକ୍ଷଣ ସମିତି ତରଫରୁ ସ୍ଥାନୀୟ “ବରିଷ୍ଠ ନାଗରିକ କାର୍ଯ୍ୟାଳୟ” ପ୍ରାଙ୍ଗଣରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକର୍ତ୍ତା ବୈଠକ ଆୟୋଜିତ 

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମକର ମିଳନରେ ଆନ୍ଧ୍ରପ୍ରଦେଶ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ସହ ଆଞ୍ଚଳିକ ବିକାସ କୁ ନେଇ ଆଲୋଚନା

Sunil Chandra Nayak

Leave a Comment

error: Content is protected !!