ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

ଜୁନାଗଡ଼,୧୪/୩(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ରଣପୁର ଗାଁ କୁ ଗୁରୁବାର ସକାଳରେ ବହୁଜନ ସଂଗ୍ରାମ ସମିତିର ଏକ ପ୍ରତିନିଧି ଦଳ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଭାବରେ ପହଞ୍ଚିଛନ୍ତି। ସୂଚନା ମତେ ଜୁନାଗଡ଼ ଥାନା ରଣପୁର ଗାଁ ର ସୁରେଶ ବିହାର ମଙ୍ଗଳବାର କନ୍ଧସର୍ଗିଗୁଡା ଗାଁର ନିଜ ସମ୍ପକିୟ ଘରକୁ ବିବାହ କାର୍ଯ୍ୟକ୍ରମ ରେ ଯାଇଥିଲେ କିନ୍ତୁ ଘରକୁ ଫେରିନଥିଲେ ରାତ୍ରି ୧୦ ଟା ସମୟରେ ସ୍ଥାନୀୟ ଲୋକେ ମୃତ ଶରୀର ଦେଖି ପରିବାର ବର୍ଗ ଓ ପୋଲିସ କୁ ସୂଚନା ଦେଇଥିଲେ। ବୁଧବାର ସନ୍ଧ୍ୟା ୬ ଟା ରେ ହତ୍ୟା ଅଭିଯୋଗ ଆଣି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଷ୍ଟ୍ରେଚର ରେ ଶବ ନେଇ ଜୁନାଗଡ଼ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରେ କଳାହାଣ୍ଡି ର ଅଗ୍ରଣୀସାମାଜିକ ସଂଗଠନ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଙ୍କ ନେତୃତ୍ୱରେ ସଙ୍ଘ ର ରତନ ଧଙ୍ଗଡାମାଝୀ, ଚିତ୍ତ ରଞ୍ଜନ ନିଆଲ, ଉଗ୍ରେ କନ୍ଦପାନ ସମେତ ଏକ ପ୍ରତିନିଧି ଦଳ ରଣପୁର ଗାଁ କୁ ଯାଇ ଘଟଣା ର ସତ୍ୟାସତ୍ୟ ବୁଝିବା ସହିତ ଦୋଷୀ ବିରୁଦ୍ଧରେ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୁନାଗଡ଼ ପୋଲିସ କୁ ଚେତାବନୀ ଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!