ଆସନ୍ତା ମାର୍ଚ୍ଚ ୧୬ରେ ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ
ରାଉରକେଲା: ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ଦିବା ୧୧ଟା ସମୟରେ ଛେଣ୍ଡ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଏଚଆଇଜି(ଡି)ଏ/୧, ବିର୍ସା ମୁଣ୍ଡା ହାଉସିଙ୍ଗ କଲୋନୀ ଠାରେ ଅନୁଷ୍ଠିତ ହେବ। କାର୍ଯ୍ୟାଳୟ ଉଦଘାଟନ କରିବା ପାଇଁ ମଞ୍ଚର ପ୍ରତିଷ୍ଠାତା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ସମ୍ମତି ପ୍ରଦାନ କରିବା ସହ ମଞ୍ଚ ଦ୍ବାରା ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ସେହିପରି ସାଢେ଼ ୧୧ଟାରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ମଞ୍ଚର ପୁରାତନ ସଦସ୍ୟ ଓ ନୂତନ ଭାବେ ଯୋଡି ହୋଇଥିବା ସଦସ୍ୟ ଙ୍କ ମଧ୍ୟରେ ଭାବ ବିନିମୟ ଓ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏଣୁ ସଚେତନ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଆସନ୍ତା ମାର୍ଚ୍ଚ ୧୬ରେ ମଞ୍ଚର ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟ ନିବେଦନ କରିଛନ୍ତି ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍


