ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ
ଡାବୁଗାଁ, ୧୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧୀନ ୮ ଟି କ୍ଲଷ୍ଟର ରୁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୬୦ ଜଣ ଛାତ୍ରୀ ଛାତ୍ର ଓ ଅବିଭାବକ ମାନଙ୍କୁ ନେଇ ଏକ ଶୈକ୍ଷିକ ପରିଭ୍ରମଣ
ଯାଇଥିଲେ | ଏଥିରେ ସମସ୍ତ ଛାତ୍ରୀ ଛାତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ଠାରୁ ୫ ଟି ବୋଲେରୋ ଯୋଗେ ଯାଇ ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠ ବୁଲି ଦେଖି ପ୍ରାକୃତିକ ପରବେଶ ର ମଜା ନେଇଥିଲେ | ଶୈକ୍ଷିକ ଓ ଭୌତିକ ବାତାବରଣ ସହ ଆକୃଷ୍ଟ, ସାମଗ୍ରିକ ବିକାଶ ଓ ପାଠ ପଢାରେ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପରିଭ୍ରମଣ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ଵାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଛନ୍ଦା ଚରଣ ମେହେର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ସହାୟକ ଶିକ୍ଷକ ନିରାକାର ପ୍ରଧାନ, ନିମାଇଁ ପ୍ରଧାନ ଓ ପ୍ରତାପ ଦାଶ ଏବଂ ୬୦ ଜଣ ଛାତ୍ରୀ ଛାତ୍ର/ଅବିଭାବକ ମାନେ ପରିଭ୍ରମରେ ଯାଇଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

