ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

 ନୂଆପଡା,ନୂଆପଡା, ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ପଞ୍ଚାୟତସମିତି ସମ୍ମିଳନୀ କକ୍ଷଠାରେ ନୂଆପଡା ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୨୯ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି। ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହିତ , ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାର୍ଶିରାଣୀ ପୂର୍ତ୍ତି,ବ୍ଲକ୍ ଅଧ୍ୟକ୍ଷା ପ୍ରେମଶିଳା ନାଗ ,ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକତ୍ସାଧିକାରୀ ଡଃ ଉମାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ଥିଲେ lବିଡ଼ିଓ ସୁଶାନ୍ତ କୁମାର ରଣା , ତହସିଲଦାର ସରିତା ଗୁପ୍ତା , ଡେପୁଟୀ କଲେକ୍ଟର ହେମନ୍ତ ପୁଟା ,ଶେଖ୍ ନସିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଶିବିରରେ ଅଭିଯୋଗକାରୀଙ୍କ ପାଇଁ ସ୍ବତନ୍ତ୍ର ବସିବା ଯାଗା , ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା ।ସଭାରେ ଉପ ନିର୍ଦେଶକ ହସ୍ତଶିଳ୍ପ ପୁଷ୍ପରଂଜନ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, , ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମିର ମୁଦୁଲି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିୟାରସିଂ , ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର୍ ବେଉରା, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ପଂଚାୟତ ଅଧିକାରୀ ଲଛମନ ଓରାମ, ଜିଲ୍ଲା ନିୟୋଜନ ଅଧିକାରୀ ବିନୋଦ ଲାକ୍ରା,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆନନ୍ଦ ହେମ୍ବ୍ରମ୍, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ଆଲୋକ କୁମାର ନାୟକ , ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ସଂଯୋଜନ ବିଭାଗ ପରିମଳ ସାମଲ, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ,ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୋଗ ଶିବିର ଉପଲକ୍ଷେ ବ୍ଲକ୍ ରେ ଗୋଟିଏ ସ୍ଵାସ୍ଥ୍ୟ ଶିବିର ଓ ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏଠାରେ ଡଃ ସଞ୍ଜୀବ କୁମାର ନାଏକ, ଡଃ ବିଶ୍ୱଜିତ୍ ପଡ଼ିଆରି, ଡଃ ଅନୁପ କୁମାର ଅଗ୍ରୱାଲ ପ୍ରମୁଖ ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ୧୯ ତମ ବାଟାଲିୟନ ର ୩ ଜଣ ଆରକ୍ଷୀ , ବିଦ୍ୟୁତ୍ ବିଭାଗର ୬ ଜଣ କର୍ମଚାରୀ ଏବଂ ବୋଡ଼େନ ଡ଼ିଗ୍ରୀ କଲେଜ୍ ର ୩ ଜଣ ଛାତ୍ରଛାତ୍ରୀ ରକ୍ତଦାତା ମାନଙ୍କୁ ଜିଲ୍ଲାପାଳ ସଭାରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଶିବିରରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ସମୟସୀମା ମଧ୍ୟରେ ସମାଧାନ କରି ସରକାରଙ୍କ ବିଭିନ୍ନ ସହାୟତା ସେମାନଙ୍କୁ ତୁରନ୍ତ ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।

ନୂଆପଡା ଜିଲ୍ଲା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅନୁରୋଧ କଲେ ସମାଜସେବୀ

Sunil Chandra Nayak

ସମ୍ପର୍କ ସହଯୋଗ ସଂସ୍କାର ସେବା ସମର୍ପଣ ହିଁ ରାଷ୍ଟ୍ର ଗଠନର ମୂଳମନ୍ତ୍ର  ରାଷ୍ଟ୍ର ଦେବୋ ଭବ ଭାବଧାରା ରାଷ୍ଟ୍ର ଭକ୍ତି ଭାବନା ଜାଗରଣ ତଥା ନୈତିକ ମୂଲ୍ୟବୋଧର ବିକାଶର ମୂଳାଧାର 

Sunil Chandra Nayak

ରାୟଗଡ଼ା ଜିଲ୍ଲାରେ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!