ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

ଅଗଷ୍ଟ ୧୬ ରୁ ଜିଲ୍ଲାବ୍ୟାପୀ ଡିଜିଟାଲ ଫସଲ ସର୍ବେକ୍ଷଣ  

ରାୟଗଡା :- ଚଳିତ ବର୍ଷ ଖରିଫ ୨୦୨୪ ରେ ରାୟଗଡ଼ା ଜିଲ୍ଲା ର ୧୮୨ ପଞ୍ଚାୟତ ରେ ଡିଜିଟାଲ ଫସଲ ସର୍ବେକ୍ଷଣ ହେବ । ଏଥିରେ ୫୯୭୨୫୮ ପ୍ଲଟ ଅନ୍ତର୍ଭୁକ୍ତ ହୋଇଛି । ଜିଲ୍ଲା ର ୩ କୃଷି ଜିଲ୍ଲା ଅଧୀନ ୧୧ ବ୍ଲକର ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯକ୍ରମ ସମ୍ପାଦନ ପାଇଁ ନିଯୁକ୍ତ ସମସ୍ତ ବ୍ଲକ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କାର୍ଯକ୍ରମ ଜିଲ୍ଲାପାଳ ଙ୍କ ସଭାପତିତ୍ବ ରେ ତା ୦୭/୦୮/୨୫ ରିଖ କରାଯାଇଛି । ଜିଲ୍ଲା ସ୍ତରୀୟ ତାଲିମ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁମନସିଂ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା । ଏଥିରେ ରାୟଗଡ଼ା ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ବ୍ଲକ ମାଷ୍ଟର ଟ୍ରେନର ମାନେ ଉପସ୍ଥିତ ଥିଲେ ।ଯୋଜନା ଅଧିକାରୀ ଶ୍ରୀସୁଜିତ୍ କୁମାର ପାଢ଼ୀ ଯୋଜନା ର ସମ୍ୟକ୍ ଧାରଣ ଦେଇଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀମତୀ ମଧୁସ୍ମିତା ବେହେରା (ଡେପୁଟି କଲେକ୍ଟର ) ଓ ଶ୍ରୀ ଗୁପ୍ତ ପ୍ରସାଦ ପଣ୍ଡା (ସହକାରୀ କୃଷି ଅଧିକାରୀ , କୋଲନରା ) ଡିଜିଟାଲ ଫସଲ ସର୍ବେକ୍ଷଣ ଉପରେ ବର୍ଣ୍ଣନା କରିଥିଲେ। ବ୍ଲକ୍ ସ୍ତରୀୟ ଅଧିକାରୀ ମାନେ ଏଥିରେ ସୁପର୍ଭାଇସିଂ ଅଧିକାରୀ ରୂପେ ନିଯୁକ୍ତ ହେବେ । ଅତିରିକ୍ତ ତହସିଲଦାର, ସହକାରୀ କୃଷି ଅଧିକାରୀ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ସଂସ୍ଥା ର ଅଧିକାରୀ ମାନେ ବ୍ଲକ୍ ମାଷ୍ଟର ଟ୍ରେନର ରୂପେ ନିଯୁକ୍ତ ହେବେ । ରେଭେନ୍ୟୁ ଇନ୍ସପେକ୍ଟର, ଅତିରିକ୍ତ ରେବେନ୍ୟୁ ଇନ୍ସପେକ୍ଟର , କୃଷି ଅଧିଦର୍ଷକ, ଗ୍ରାମ ସେବକ ପ୍ରମୁଖ ସୁପର୍ଭାଇସର୍ ରୂପେ ନିଯୁକ୍ତ ହେବେ । ସର୍ବେକ୍ଷଣକାରି ରୂପେ କୃଷକ ସାଥୀ, କୃଷି ମିତ୍ର, ପ୍ରଣୀମିତ୍ର ତଥା ଗ୍ରାମ ଯୁବକ ମାନେ ରହିବେ ।ଏତତ୍ସହିତ ସମସ୍ତ ବ୍ଲକ୍ ରେ ମଧ୍ୟ ସର୍ଭେଖ୍ୟାନକରି ଙ୍କୁ ତାଲିମ ପ୍ରଦାନ କରାଗଲାଣି। ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରି ତା ୧୩/୦୮/୨୪ ରିଖ ଏକ ସମୀକ୍ଷା ବୈଠକ ରେ ଯୋଜନା ର ପ୍ରଗତି ର ସମୀକ୍ଷା କରିବା ସହ ଅତିରିକ୍ତ ସର୍ଭେଖ୍ୟାନକରୀ ଙ୍କ ଚିହ୍ନଟ ସହ ଜନ ପ୍ରତିନିଧି ଙ୍କ ସହାୟତା ନେବାପାଇଁ ସୁପାରିଶ କରିଥିଲେ । ଅଗଷ୍ଟ ୧୬ ରୁ ସେପ୍ଟେମ୍ବର ୧୫ ତାରିଖ ଭିତରେ ଏହି କାର୍ଯ୍ୟ ସାରିବାକୁ ସରକାରୀ ନିର୍ଦ୍ଦେଶ ରହିଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଣାଇଲେ ଏବଂ ରାଜସ୍ବ ବିଭାଗ ର ସାହାଯ୍ୟ ଆଶା କରିବା ସହ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ସର୍ବେକ୍ଷଣ କାମ ରେ ସହଯୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାବା ଭୀମରାଓ ଆମ୍ବେଦକର ଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

ଡ଼ାବୁଗାଁ ବ୍ଲକ ରେ ସ୍ଵତନ୍ତ୍ର ପିତା ମାତା ଅଭିଭାବକ ତଥା ଶିକ୍ଷକ ସମ୍ମିଳନୀ  

Sunil Chandra Nayak

ବସ୍ତା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ 

masiha

Leave a Comment

error: Content is protected !!