ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବେଦନଶୀଳ ଅଞ୍ଚଳରେ ମଦଦୋକାନ ଖୋଲା କାହା ସ୍ୱାର୍ଥରେ ? ଜୁନାଗଡ଼ ଏକ ନମ୍ବର ବିଦେଶୀ ମଦ ଦୋକାନ ଖୋଲା କୁ ନେଇ ଆନ୍ଦୋଳନ ଦାନା ବାନ୍ଦୁଛି !

ସମ୍ବେଦନଶୀଳ ଅଞ୍ଚଳରେ ମଦଦୋକାନ ଖୋଲା କାହା ସ୍ୱାର୍ଥରେ ?

ଜୁନାଗଡ଼ ଏକ ନମ୍ବର ବିଦେଶୀ ମଦ ଦୋକାନ ଖୋଲା କୁ ନେଇ ଆନ୍ଦୋଳନ ଦାନା ବାନ୍ଦୁଛି !

ଜୁନାଗଡ଼,୭/୭( ମନୀ ସ)ଐତିହାସିକ ସହର ଜୁନାଗଡ଼।ରାଜ୍ୟର ଅନ୍ୟତମ ପୁରୁଣା ଏନଏସି ଜୁନାଗଡ଼।ଜାତୀୟ ରାଜପଥ ଓ ରେଳ ସଂଯୋଗୀକରଣ ଯୋଗୁଁ ଗମନାଗମନ, ବ୍ୟବସାୟ ଦୃଷ୍ଟି କୋଣରୁ ଏହି କ୍ରମବର୍ଦ୍ଧିଷ୍ଣୁ ଜୁନାଗଡ଼ ସହରରେ ଲୋକଙ୍କ ସଘନତା ବଢ଼ିବାରେ ଲାଗିଛି।ଜୁନାଗଡ଼ ସହର ମଧ୍ୟରେ ଦୁଇଟି ଠିପିଖୋଲା ଓ ଦୁଇଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ରହିଛି।ତନ୍ମଧ୍ୟରୁ ସହରରେ ଥିବା ଏକ ନମ୍ବର ଠିପିବନ୍ଦ ମଦଦୋକାନକୁ ନେଇ ଲୋକଙ୍କ ମନରେ ଦୀର୍ଘ ଦିନରୁ ଅସନ୍ତୋଷ ଲାଗିରହିଛି।ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ଦୋକାନ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ରହିଛି।ଦୋକାନର ମାତ୍ର କେଇ ମିଟର ଦୁରତାରେ ସହରର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀ ମନ୍ଦିର, ହାଇସ୍କୁଲ ଖେଳ ପଡିଆ, ଆରଏମସି,ସାପ୍ତାହିକ ଗୋରୁ ବଜାର, ଦୁଇଟି ବ୍ୟାଙ୍କ, ପିଡବ୍ଲୁଡି ଅଫିସ, ଚିଲଡ୍ରେନ ପାର୍କ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଫରେଷ୍ଟ ଅଫିସ, ଡାକ୍ତରଖାନା,ହାଇସ୍କୁଲ, ବସଷ୍ଟାଣ୍ଡ ରହିଛି।ବିଭିନ୍ନ ସମୟରେ ଏହି ଦୋକାନ ସ୍ଥାନାନ୍ତର ପାଇଁ ଦାବି ହେଉଛି।ହେଲେ କେଉଁ ଏକ ଅଜ୍ଞାତ ଚାପରେ ଏହି ଦୋକାନ ସ୍ଥାନାନ୍ତର ହୋଇ ପାରୁନାହିଁ ତାହା ଜଣା ପଡୁନାହିଁ।ନିକଟ ଅତୀତରେ ଏହି ଦୋକାନ ସ୍ଥାନାନ୍ତର ପାଇଁ ଜୈନିକ ସଂଗଠନର କର୍ମକର୍ତ୍ତା ଦାବି କରିବା ସ୍ଥାନୀୟ ଗଣମାଧ୍ୟମର ଶିରୋନାମା ପାଲିଟିଥିଲା।ଚଳିତ ବର୍ଷ ହୋଇଥିବା ଲାଟେରୀରେ ପୁରୁଣା ବ୍ୟବସାୟୀ ନ ପାଇ ଅନ୍ୟ ଏକ ତାଳୁଗୁ ସମ୍ପଦ୍ରାୟର ବ୍ୟକ୍ତି ପାଇଥିବା ଜଣାଯାଇଛି।ପୁରୁଣା ବ୍ୟବସାୟୀ ଲିଜ ନେଇଥିବା ଦୋକାନ ଗୃହ ଏଗ୍ରିମେଣ୍ଟ ସରି ନ ଥିବାରୁ ,ସେହି ଗୃହକୁ ନୂଆ ବ୍ୟବସାୟୀ ହାତେଇ ପାରି ନାହିଁ, ତେଣୁ ଜୈନିକ ଘର ମାଲିକ ରାଜରାସ୍ତାକୁ ଲାଗିକି ଥିବା ଅନ୍ୟ ଏକ ଘର ଭଡା ଦେଉଥିବା ଶୁଣାଯାଉଛି।। ଜୁନାଗଡ଼ ସହର ତଥା ନିର୍ବାଚନ ମଣ୍ଡଳୀରେ ରାଜନୀତି କରୁଥିବା ସରକାରୀ, ବିରୋଧୀ, ତଥା ନିଜକୁ ସମାଜସେବୀ, ଜନସେବଜ ଭାବେ ବ୍ୟାପକ ଡିଣ୍ଡିମ ପିଟୁଥିବା ଲୋକମାନେ ଏହି ସମ୍ବେଦନଶୀଳ ବିଷୟ ଉପରେ ଚୁପ ରହୁଥିବା ଯୋଗୁଁ, ଲୋକେ ଭିନ୍ନ ଭିନ୍ନ ଆଲୋଚନା କରୁଛନ୍ତି।ଏହି ଦୋକାନର ସ୍ଥିତାବସ୍ଥା ଉପରେ ସ୍ଥାନୀୟ ଅବକାରୀ ଅଧିକାରୀ, ଜିଲ୍ଲା ଅବକାରୀ ଅଧିକ୍ଷକ,ଜିଲ୍ଲା ପ୍ରଶାସନ ସମସ୍ତେ ନିଶ୍ଚେ ଜାଣିଥିବେ।ଅତୀତରେ ଏହି ଦୋକାନ ସାମନାରେ ମଦ୍ୟପାନ ଯୋଗୁଁ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଇଥିବା ନଝିର ରହୁଛି।ଠିପିବନ୍ଦ ଦୋକାନ ହେଳେହେଁ, ଠିପିଖୋଲା ଦୋକାନ ଭଳି ଏଠାରେ ମଦୁଆମାନେ ବେଶ ଆରାମରେ,ଦୋକାନ ମାଲିକଙ୍କ ଦ୍ୱାରା ଖିଲାଯାଇଥିବା ଚାଖଣାର ମଜା ଉଠାଇଥାନ୍ତି।ବିଭିନ୍ନ ସମୟରେ ସକ୍ରିୟ ଥିବା ନାରୀନେତ୍ରୀ ମାନେ ମଧ୍ୟ ଅ ବିଷୟରେ ଚୁପ କାହିଁକି ?ଏହି ସ୍ଥାନରେ ପୁନଃ ମଦ ଦୋକାନ ଖୋଳାଯିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ନୋ ଅବଜେକ୍ସନ ଦରକାର କି ନୁହଁ, ଯଦି ଦରକାର ପଡୁଛି, କେତେକଣ, କାହାଦ୍ୱାର କରାଯାଉଛି ବୋଲି ଲୋକେ ଚର୍ଚା ଆରମ୍ଭ କଲେଣି।ଏହି ସମ୍ବେଦନଶୀଳ ଅଂଚଳରେ ମଦ ଦୋକାନ ଖୋଲିବା ବନ୍ଦ କରିବା ଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଜିଲ୍ଲାପାଳ, ରାଜ୍ୟ ଅବକାରୀ କମିଶନ ବିହିତ, ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି l

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

Sunil Chandra Nayak

ସିଆରିଆ ଗ୍ରାମରେ ତ୍ରୟୋଦଶ ବାର୍ଷିକ -୨୦୨୬ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞର ତୃତୀୟ ଦିନରେ ଶିବଧନୁ ଭଗ୍ନ ଓ ସୀତା ବିବାହ

Sunil Chandra Nayak

କୁତମୁଣ୍ଡାରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା

Sunil Chandra Nayak

Leave a Comment

error: Content is protected !!