ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

ଚିଲିଗୁଡା ଦଶହରାରେ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ 

ଚିଲିଗୁଡା ତା ୨୨/୧୦ ( ମ ନି ସ) ଜୁନାଗଡ଼ ବ୍ଲକ ଚିଲିଗୁଡା ଗ୍ରାମରେ ମହା ସମାରୋହରେ ମା ଦୁର୍ଗା ଦେବୀଙ୍କ ଦଶହରା ପୂଜା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହାକୁ ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ପ୍ରଦ୍ୟୁମ୍ନ ରାଉତ ,ସମିତି ସଭ୍ୟ ଖଲିଲ ନ।ଏକ ପ୍ରମୁଖ ଯୋଗ ଦାନ କରି ଥିବା ବେଳେ ଅନୁଷ୍ଠାନର ସଭାପତି ପଦ୍ମ ନାଭ ନାଗ ,ଉପ ସଭାପତି କଳ୍ପବଟ ପଟେଲ ,ସମ୍ପାଦକ ବାମ ଦେବ ପାଢ଼ୀ ,ସହ ସମ୍ପାଦକ ମନୋହର ପଟେଲ ଏବଂ କୋଷା ଧକ୍ଷ ମହେଶ୍ୱର ସାହୁ ,ଶ୍ରୀପତି ପଟେଲ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ନିକଟସ୍ଥ ବଣି ଜରା ଗ୍ରାମର ମୁଖ୍ୟ ନାଟକ ସିନ୍ଦୁର କହିବ ସ୍ୱାମୀ କାହାର ଅନୁଷ୍ଠିତ ହୋଇଥିଲା ।ନାଟକ ଟି ବେଶ ସୁନ୍ଦର ଏବଂ ମନ ମୁଗ୍ଧ କର ହୋଇଥିଲା ।ଯାହାକି ଦର୍ଶକ ମାନଙ୍କ ମନକୁ ଝୁଇଁ ଯାଇ ଥିଲା ।ଶହ ଶହ ଦର୍ଶକ ଉପସ୍ଥିତ ରହି ନାଟକଟିକୁ ଉପଭୋଗ କରିଥିଲେ ।କାର୍ଯ୍ୟକ୍ରମ ରେ ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ଅଶୋକ ନ।ଏକ ,ରାଧେ ଶ୍ୟାମ ନାଗ ,ବୈକୁଣ୍ଠ ନ।ଏକ ,ବାସୁଦେବ ପାଢ଼ୀ ,ଅଦଳ ନିଆଲ ପ୍ରମୁଖ୍ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।ମଞ୍ଚ ପରିଚାଳନା କରିଥିଲେ ନୀଳକଣ୍ଠ ନ।ଏକ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଡାବୁଗାଁରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଯୋଗଦାନ ରେ ଖୁସିର ମାହୋଲ 

masiha

Leave a Comment

error: Content is protected !!