ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା 

ଡାବୁଗାଁ, ୨୨/୧୦(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ରବିବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ବିକାଶ ରଞ୍ଜନ ନିଶଙ୍କ, ଜି. ଜଗନ୍ନାଥ ରାଓ ଓ ଟି. ଜୁଗୁନୁ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ଶିବ କୁମାର ପଣ୍ଡା ଙ୍କ ସହ ସହଯୋଗୀ ସୁନୀଲ ରଥ, ଶାନ୍ତନୁ ପାତ୍ର ଓ ସୁଶାନ୍ତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି | ସୋମବାର ମାଁ ଙ୍କ ନବମୀ ପୂଜା ଓ ମଙ୍ଗଳବାର ମାଁ ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ | ଆଜି ସନ୍ଧ୍ୟାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ତାଙ୍କର ସପରିବାର ସହ ଆସି ମାଁ ଦୂର୍ଗା ଙ୍କ ଦର୍ଶନ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ 

Sunil Chandra Nayak

୧- କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ସଫଳ , ୨- ବଡ଼କମର ବ୍ରାହ୍ମଣୀ ସେତୁ ଦୁର୍ଦଶା, ୩-ତହସିଲଦାର ଜବତ କଲେ ପାଉଁଶ ବୋଝେଇ ହାଇଭା , ୪- ପ୍ରକାଶ ପାଇଲା ବିଜ୍ଞପ୍ତି ୧୦ କଲେଜରେ ହେବ ଲଢ଼େଇ

Sunil Chandra Nayak

Leave a Comment

error: Content is protected !!