ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ବି ସି ମଞ୍ଚ ର ସାଂଗଠାନିକ ବୈଠକ 

ଓ ବି ସି ମଞ୍ଚ ର ସାଂଗଠାନିକ ବୈଠକ 

ବୌଦ୍ଧ-୨୨/୧୦-(ହୃଦାନନ୍ଦ ମେହେର )-ରାଜ୍ୟ ଓ ବି ସି ମଞ୍ଚ ଶଙ୍କର ପାତ୍ର ଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ମାନଙ୍କରେ ସଂଗଠନ କାର୍ଯ୍ୟକ୍ରମ ଚାଲୁ ରହିଛି l ଏହି ଅବସର ରେ ବୌଦ୍ଧ ଜିଲ୍ଲା ର ତିନି ଗୋଟି ବ୍ଲକ ଓ ଏନ ଏ ସି ସ୍ଥରରେ ସଂଗଠନ ଆରମ୍ଭ ହୋଇ ଯାଇଚି l ଆଜି ସକାଳେ ବୌଦ୍ଧ ଏନ୍ ଏ ସି ସ୍ଥରୀୟ ବୈଠକ ରାଜଭାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ପରିସରରେ ଓ ହରଭଙ୍ଗା ବ୍ଲକ ସ୍ତରୀୟ ବୈଠକ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକ ରେ ଆସନ୍ତା ଦିନରେ ହେବାକୁ ଥିବା ବୌଦ୍ଧ ବ୍ଲକ ସ୍ତରୀୟ ବୈଠକ ଆସନ୍ତା ୨୯ ତାରିଖରେ ଖୁଣ୍ଟବନ୍ଧ ପଞ୍ଚାୟତ ବୁରକଟା ସ୍ଥିତ ଆମନ୍ଦମାର୍ଗ ଆଶ୍ରମ ରେ ଓ ବୌଦ୍ଧ ଜିଲ୍ଳା ସ୍ଥରୀୟ ବୈଠକ ବୌଦ୍ଧ ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ନଭେମ୍ବର ୧୨ ତାରିଖରେ ହେବ ଓ ଏଥିରେ ସବୁ ଓ ବି ସି ଜାତି ର ପ୍ରତିନିଧି ଯୋଗ ଦେବାକୁ ଅନୁରୋଧ କରାଯାଇଥିଲl l ଆସନ୍ତା ଦିନରେ ଓ ବି ସି ଜାଗରଣ ରଥ ସାରା ଓଡ଼ିଶାରେ ପରିଭ୍ରମଣ କରିବ l ସେହି ରଥ କୁ ସବୁ ସ୍ଥାନ ରେ ସ୍ଵାଗତ ସମ୍ବର୍ଧନା କରିବାକୁ ପ୍ରସ୍ଥାବ ରଖାଯାଇଥିଲା l ମଞ୍ଚ ର ମୁଖ୍ୟ ଦାବୀ ସରକାର ତୁରନ୍ତ ନିର୍ଭୁଲ ଭାବରେ ଜାତି ଜନଗଣନା କରି ସବୁ କ୍ଷେତ୍ରରେ ଅଧିକାରୀ ଦିଆଯାଉ ନଚେତ ଆସନ୍ତା ସାଧାରଣ ନିର୍ବାଚନ କୁ ବର୍ଜନ କରିବା ସହିତ ସମସ୍ତ ଓ ବି ସି ପରିବାର ରାଜ ରାସ୍ତାରେ ରାନ୍ଧି ଖାଇବୁ ବୋଲି କର୍ମକର୍ତା ମାନେ ଚେତାବନୀ ଦେଇ ଚରମ ବାଣୀ ଶୁଣାଇ ଛନ୍ତି l ଉକ୍ତ ବୈଠକ ଆୟୋଜନ ନିମନ୍ତେ ଜିଲ୍ଲା ଆବାହକ ମଣ୍ଡଳୀ ସଦସ୍ୟ କୃତ୍ତିବାସ ପଲିଆ, ସରୋଜ କୁମାର ପ୍ରଧାନ, ଶରତ ପ୍ରଧାନ ଙ୍କ ନେତୃତ୍ଵ ନେଇଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଦସ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ବିସାଳ ରାଲି

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ରଞ୍ଜୁଲତା, ପ୍ରଦର୍ଶିନୀ ଓ ଶକ୍ତିଦା ପାଇଲେ ସ୍ଥାନ

masiha

ନଭେମ୍ବର 12 ରୁ ଚାରିଦିନିଆ ସଂସ୍କାର ଶିଶୁ ମହୋତ୍ସବ ମୟୂରୀ,  ପ୍ରଥମ ଦିନରେ ପଥ ଉତ୍ସବରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ,ଶିଶୁ ଉଦ୍ୟାନରେ ପ୍ରତିଭା ପ୍ରଦର୍ଶନ କରିବେ ଛାତ୍ର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!