ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ ବି ସି ମଞ୍ଚ ର ସାଂଗଠାନିକ ବୈଠକ 

ଓ ବି ସି ମଞ୍ଚ ର ସାଂଗଠାନିକ ବୈଠକ 

ବୌଦ୍ଧ-୨୨/୧୦-(ହୃଦାନନ୍ଦ ମେହେର )-ରାଜ୍ୟ ଓ ବି ସି ମଞ୍ଚ ଶଙ୍କର ପାତ୍ର ଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ମାନଙ୍କରେ ସଂଗଠନ କାର୍ଯ୍ୟକ୍ରମ ଚାଲୁ ରହିଛି l ଏହି ଅବସର ରେ ବୌଦ୍ଧ ଜିଲ୍ଲା ର ତିନି ଗୋଟି ବ୍ଲକ ଓ ଏନ ଏ ସି ସ୍ଥରରେ ସଂଗଠନ ଆରମ୍ଭ ହୋଇ ଯାଇଚି l ଆଜି ସକାଳେ ବୌଦ୍ଧ ଏନ୍ ଏ ସି ସ୍ଥରୀୟ ବୈଠକ ରାଜଭାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ପରିସରରେ ଓ ହରଭଙ୍ଗା ବ୍ଲକ ସ୍ତରୀୟ ବୈଠକ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକ ରେ ଆସନ୍ତା ଦିନରେ ହେବାକୁ ଥିବା ବୌଦ୍ଧ ବ୍ଲକ ସ୍ତରୀୟ ବୈଠକ ଆସନ୍ତା ୨୯ ତାରିଖରେ ଖୁଣ୍ଟବନ୍ଧ ପଞ୍ଚାୟତ ବୁରକଟା ସ୍ଥିତ ଆମନ୍ଦମାର୍ଗ ଆଶ୍ରମ ରେ ଓ ବୌଦ୍ଧ ଜିଲ୍ଳା ସ୍ଥରୀୟ ବୈଠକ ବୌଦ୍ଧ ସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ନଭେମ୍ବର ୧୨ ତାରିଖରେ ହେବ ଓ ଏଥିରେ ସବୁ ଓ ବି ସି ଜାତି ର ପ୍ରତିନିଧି ଯୋଗ ଦେବାକୁ ଅନୁରୋଧ କରାଯାଇଥିଲl l ଆସନ୍ତା ଦିନରେ ଓ ବି ସି ଜାଗରଣ ରଥ ସାରା ଓଡ଼ିଶାରେ ପରିଭ୍ରମଣ କରିବ l ସେହି ରଥ କୁ ସବୁ ସ୍ଥାନ ରେ ସ୍ଵାଗତ ସମ୍ବର୍ଧନା କରିବାକୁ ପ୍ରସ୍ଥାବ ରଖାଯାଇଥିଲା l ମଞ୍ଚ ର ମୁଖ୍ୟ ଦାବୀ ସରକାର ତୁରନ୍ତ ନିର୍ଭୁଲ ଭାବରେ ଜାତି ଜନଗଣନା କରି ସବୁ କ୍ଷେତ୍ରରେ ଅଧିକାରୀ ଦିଆଯାଉ ନଚେତ ଆସନ୍ତା ସାଧାରଣ ନିର୍ବାଚନ କୁ ବର୍ଜନ କରିବା ସହିତ ସମସ୍ତ ଓ ବି ସି ପରିବାର ରାଜ ରାସ୍ତାରେ ରାନ୍ଧି ଖାଇବୁ ବୋଲି କର୍ମକର୍ତା ମାନେ ଚେତାବନୀ ଦେଇ ଚରମ ବାଣୀ ଶୁଣାଇ ଛନ୍ତି l ଉକ୍ତ ବୈଠକ ଆୟୋଜନ ନିମନ୍ତେ ଜିଲ୍ଲା ଆବାହକ ମଣ୍ଡଳୀ ସଦସ୍ୟ କୃତ୍ତିବାସ ପଲିଆ, ସରୋଜ କୁମାର ପ୍ରଧାନ, ଶରତ ପ୍ରଧାନ ଙ୍କ ନେତୃତ୍ଵ ନେଇଥିଲେ l

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ 

Sunil Chandra Nayak

ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଉତ୍ସବ ଭୋଦୁଅ ଜହ୍ନ ଆୟୋଜିତ 

Sunil Chandra Nayak

Leave a Comment

error: Content is protected !!