ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

ମୟୂରଭଞ୍ଜ – ୧୮/୦୬ ( ମସିହା)ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ରାଜସ୍ବ ଗ୍ରାମର ଅଗ୍ରଣୀ କ୍ରିକେଟ ଅନୁଷ୍ଠାନ ‘ ଡିକେଏମସି’ କ୍ଳବ୍ ତରଫରୁ ସୋମବାର ସଂନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲାର ନବ ନିର୍ବାଚିତ ସାଂସଦ ଶ୍ରୀ ନବ ଚରଣ ମାଝୀ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଜଲେନ ନାୟକଙ୍କୁ କ୍ଳବ୍ ତରଫରୁ ସଦସ୍ୟ , ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ପୁଷ୍ପଗୁଚ୍ଛ ଦିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ସାଂସଦ ନବ ଚରଣମାଝୀ ହେଉଛନ୍ତି ଏହି ଦୀପକ କୁମାର ମେମୋରିଆଲ କ୍ରିକେଟ କ୍ଲବ( ଡିକେଏମସି) ଅନୁଷ୍ଠାନର ସଭାପତି । ତାଙ୍କର ପ୍ରଚେଷ୍ଟା କ୍ଳବ୍ ସଦସ୍ୟ ମାନଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ରାଜ୍ୟ ସ୍ତରୀୟ ଆନ୍ତଃ ରାଜ୍ୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଅନୁଷ୍ଠିତ ହୋଇ ଆସୁଅଛି ।ନବ ନିର୍ବାଚିତ ସାଂସଦ ଓ ବିଧାୟକ ଏହି ଅନୁଷ୍ଠାନର ଉତ୍ତରୋତ୍ତର କାମନା ସହ ଏହାର ସଦସ୍ୟ ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଅନୁଷ୍ଠାନର ବିଭିନ୍ନ ସମସ୍ୟାକୁ ସେମାନଙ୍କ ଦ୍ଵାରା ଯାହା ସମ୍ଭବ ତାହା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠାନର ବିକାଶ,ପ୍ରଗତି,କ୍ରୀଡା ଓ ସାମାଜିକ କାର୍ଯ୍ୟ ପାଇଁ ଅର୍ଥର ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଥିଲେ ।ତଦସହ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ଓ ରାଇରଙ୍ଗପୁର ଅଂଚଳର ବିକାଶ ପାଇଁ ସେମାନେ ଅଙ୍ଗୀକାର ବଦ୍ଧ ।ତଦସହ ଅଂଚଳବାସୀ ଯେଉଁ ଭରସାରେ ସେମାନଙ୍କୁ ବିପୁଳ ପରିମାଣରେ ବିଜୟ କରିଛନ୍ତି ସେମାନଙ୍କ ମୁଖ୍ୟ ସମସ୍ୟା ରେଳ,ଜଳ ସଂପଦ, ଗମନାଗମନ, ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡା, ସଂସ୍କୃତି ର ବିକାଶ ପାଇଁ ସେମାନେ ଶତ ପ୍ରତିଶତ ଚେଷ୍ଟା କରିବେ ବୋଲି କହିଥିଲେ ।ଏହି ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ, କ୍ରୀଡ଼ାପ୍ରେମୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂପାଦକ ଶ୍ୟାମସୁନ୍ଦର ଜ୍ୟୋତିଷ ସଭାପତିତ୍ବ କରିଥିବାବେଳେ ଉପଦେଷ୍ଟା ପ୍ରଦୀପ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନାରେବାବୁଲା ହେମ୍ବ୍ରମ,ସ୍କୁଲ ପାଲ,ସୁନା,ଶ୍ୟାମ ପଟ୍ଟନାୟକ, ଶିଶିର ମିଶ୍ର,ନନ୍ଦୁ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦର ୧୪ଟି ଦାବି ରୁ, ୩ପୂରଣ କରିବେ ୫ଟି ସଚିବ

Sunil Chandra Nayak

ଜମି ମାଫିଆଙ୍କ ବୃଦ୍ଧି ପାଉଛି ଉତ୍ପାତ   ସରକାରୀ ଜମି ଏବଂ ଜଙ୍ଗଲ ଜମିକୁ ପଟ୍ଟା ବନେଇ ବିକ୍ରୟ ଅଭିଯୋଗ ! 

masiha

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

Leave a Comment

error: Content is protected !!