ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଉରକେଲା: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସରେ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଏସୋସିଏସନ ତରଫରୁ ଅଗ୍ରିମ ଶୁଭେଚ୍ଛା ପ୍ରଦାନ ଅବସରରେ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ରଙ୍କ ଅଙ୍କିତ ଚିତ୍ରକଳା ଉପହାର ପ୍ରଦାନ କରିଛନ୍ତି l ଏହି ଚିତ୍ରକଳାରେ ଶ୍ରୀ ପାତ୍ର କାନଭାସର ମଧ୍ୟସ୍ଥଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିଛବି ସହ ୧୯୨୫ ମସିହାରେ ଉଦ୍ଭାବନ କରିଥିବା ସାନ୍ତାଳୀ ବର୍ଣ୍ଣମାଳା (ଅଳଚିକି)କୁ ବାମ, ଦକ୍ଷିଣ ଓ ତଳ ପାର୍ଶ୍ୱରେ ଆଙ୍କିଛନ୍ତି l ପଣ୍ଡିତ ମୁର୍ମୁଙ୍କ ରଚିତ ପୁସ୍ତକ ବିଦୁଚନ୍ଦନ, ଖେରୱlଳ ବୀର, ଦାଳେ ଗେ ଧନ, ସିଦୁ କାନହୁ ସାନ୍ତାଳ ହୁଲ, ଞ୍ଜେଲ ଜଂଗ ଲାଗିଦ ଅଲ, ଅଲ ଚେମେଦ ପ୍ରଭୃତି ପୁସ୍ତକର ନାମ ଉଲ୍ଲେଖ କରିଛନ୍ତି l ପଣ୍ଡିତ ମୁର୍ମୁ ୧୯୬୪ ମସିହାରେ ଆସେକା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ l ଆସେକାର କିଛି ସଦସ୍ୟଙ୍କ ସହ ଓଡିଶା, ବିହାର, ପଶ୍ଚିମବଙ୍ଗରେ ଭ୍ରମଣ କରି ସଭା କରି ଜନସାଧାରଣଙ୍କୁ ଲିପି ର ଆବଶ୍ୟକ ତାକୁ ଅଙ୍କନ, ଭାଷଣ ଓ ଗୀତ ମାଧ୍ୟମ ରେ ବୁଝାଇ ଥିଲେ l ସଭାମାନଙ୍କରେ ଗାନ କରାଯାଇଥିବା ଗୀତ (ଲlକଚର ସେରେଞ୍ଜ )କୁ ମଧ୍ୟ କ୍ୟାନଭାସ ର ଉପରଭାଗରେ ଅଲଚିକି ଲିପିରେ ସ୍ଥାନ ଦିଆଯାଇଛି l ଏହି ଚିତ୍ରକଳା ମାଧ୍ୟମରେ ପଣ୍ଡିତ ମୁର୍ମୁଙ୍କ ବିଷୟରେ ବହୁତଥ୍ୟ ଜାଣିହେବ l ଜନ୍ମଦିନର ଅଗ୍ରିମ ଶୁଭେଚ୍ଛା ଜଣାଇବା ପାଇଁ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଆସୋସିଏସନର ସମ୍ପାଦକ ଅର୍ଜୁନ ମାର୍ଣ୍ଡି,ସଭାପତି ସରୋଜ କୁମାର ସୋରେନ, କୋଷାଧକ୍ଷ ହାଜlମ ବାସ୍କେ, ଦ୍ଵିଜପଦ ହାଁସଦା, ପଦ୍ମଶ୍ରୀ ଦମୟନ୍ତୀ ବେସରା, ପୁର୍ଣଚନ୍ଦ୍ର ହେମ୍ବ୍ରମ, ଫୁଲମଣୀ ହେମ୍ବ୍ରମ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ଅଗ୍ରିମ ଶୁଭେଚ୍ଛା ପ୍ରଦାନ କରିଥିଲେ l  

ରାଉରକେଲାର ସାନ୍ତାଳୀ କବି, ଲେଖକ, ଅନୁବାଦକ ଓ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ର ୯ ଜୁଲାଇ ୧୯୫୮ ମସିହାରେ ମୟୁରଭଞ୍ଜ ଜିଲ୍ଲାର ବାହାଲଦାରୋଡ଼ ନିକଟସ୍ଥ ହେଁସଡା (ତାରଣା) ଗ୍ରାମରେ ଜନ୍ମିଥିଲେ l ୧୯୭୮ ମସିହାରୁ ସାନ୍ତାଳୀ ଭାଷାରେ ଲେଖିବାକୁ ଆରମ୍ଭ କରିଥିଲେ l ୨୦୦୬ ମସିହାରେ ଦୈନିକ ସମ୍ବାଦ ଖବରକାଗଜ ରେ ” ସମ୍ବାଦ ତାରାସ” ଅଲଚିକିରେ ସମ୍ପାଦନ କରି ଇତିହାସ ସୃଷ୍ଟି କରିଥିଲେ l ନିଜସ୍ୱ ସମ୍ପାଦନାରେ ଅଲଚିକି ଲିପିରେ “‘ ସାରଥି ” ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି l ରାଞ୍ଚିରୁ ପ୍ରକାଶିତ ” ଆଖଳା ” ପତ୍ରିକାରେ ସାନ୍ତାଳୀ ବିଭାଗର ସମ୍ପାଦନା କରିଛନ୍ତି l ତାଙ୍କର ପ୍ରଥମ ପୁସ୍ତକ ” ଅଲଚିକିର ଜନ୍ମଦାତା ” ( ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ) ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଶତବାର୍ଷିକୀ ୨୦୦୫ ମସିହାରେ ପ୍ରକାଶିତ ହୋଇଛି l ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ପ୍ରଥମ ସାନ୍ତାଳୀ ପୁସ୍ତକ ଯଦୁମଣି ବେଶ୍ରାଙ୍କର “ଭାବନା ” ର ଓଡ଼ିଆ ଅନୁବାଦ ୨୦୨୧ ମସିହାରେ ଏବଂ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଗୌରହରି ଦାସଙ୍କ ନିଜ ସଂଗେ ନିଜର ଲଢେଇର ସାନ୍ତାଳୀ ଅନୁବାଦ ୨୦୨୩ ରେ ପ୍ରକାଶିତ l ଏବର୍ଷ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସାନ୍ତାଳୀ ନାଟକ ବିଦୂଚାନ୍ଦାନ ସାହିତ୍ୟ ଏକାଡେମୀ ଦ୍ୱାରା ଓଡ଼ିଆରେ ପ୍ରକାଶ ପାଇବ l ଶ୍ରୀ ପାତ୍ର ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଲିଖିତ ଚାରିଟି ନାଟକ ଓ ଦୁଇଟି କାବ୍ୟକୁ ସାନ୍ତାଳୀରୁ ଓଡ଼ିଆରେ ଅନୁବାଦ କରିଛନ୍ତି l ଦେଢଶହରୁ ଉର୍ଦ୍ଧ୍ୱ ସାନ୍ତାଳୀ କବିତାକୁ ଓଡ଼ିଆରେ ଅନୁବାଦ କରିଛନ୍ତି l ବହୁ ଓଡ଼ିଆ କବିତା ଓ ଗଳ୍ପକୁ ସାନ୍ତାଳୀ ଭାଷାରେ ଅନୁବାଦ କରିଛନ୍ତି l ତାଙ୍କର ବହୁତ ଓଡ଼ିଆ ଓ ସାନ୍ତାଳୀ ମୌଳିକ ରଚନା ଏବଂ ଅନୁବାଦ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ଓ ପ୍ରକାଶିତ ହେଉଛି l 

. ସୂଚନାଯୋଗ୍ୟ ଯେ ମହାନ ଚିତ୍ରାଶିଳ୍ପୀ ଜସପାଲ ସିଂଙ୍କ ନିକଟରୁ ୧୯୭୯ ମସିହାରେ ଚିତ୍ରକଳା ଶିକ୍ଷା ଗ୍ରହଣ କରି ୧୯୯୦ ମସିହାରେ କଲକାତାର ଏକାଡେମୀ ଅଫ ଫାଇନ ଆର୍ଟସ ରେ ପ୍ରଥମ ଏକକ କଳା ପ୍ରଦର୍ଶନୀ, ୧୯୯୧ ମସିହାରେ ରାଉରକେଲା ସାରନଗରୀ ରେ ଦ୍ଵିତୀୟ ଓ ୨୦୦୪ ମସିହା ରେ ଭୁବନେଶ୍ୱର ର ରବୀନ୍ଦ୍ର ମଣ୍ଡପ ରେ ତୃତୀୟ ଏକକ ପ୍ରଦର୍ଶନୀ ସହ ବିଭିନ୍ନ କଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିରରେ ଅଂଶଗ୍ରହଣ କରି ପ୍ରଶଂଶିତ ହୋଇଛନ୍ତି l ସାହିତ୍ୟ ଓ ଚିତ୍ରକଳା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି l ରାଉରକେଲା ଆର୍ଟ ସୋସାଇଟିର ସଭାପତି, ଜସପାଲ ସ୍ମୃତି ଚିତ୍ରାଳୟର ଅଧ୍ୟକ୍ଷ ଦାୟିତ୍ୱ ସହ ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଅଛନ୍ତି l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

କଳସି ଦେଖିବା ହେଲା କାଳ

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣାରେ ଜଣେ ମୃତ

masiha

Leave a Comment

error: Content is protected !!