ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ 

ଜଳେଶ୍ଵର,୧୭/୭(ମନିସ)-ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସମ୍ପତ୍ତିଆ ପଞ୍ଚାୟତ ଅଧୀନ ବାଗପୁଞ୍ଜି, ସରିଶା ଓ ଡେମୁରିଆ ଗ୍ରାମର ମଧ୍ୟ ସ୍ଥଳରେ ବାଗପୁଞ୍ଜି ଠାରେ ପ୍ରାୟ ୧୫୦ ବର୍ଷ ପୂର୍ବେ କେତେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମ କ୍ରମେ ଶ୍ରୀ ଚୈତନ୍ୟ ଦେବ ମନ୍ଦିର ପ୍ରତିଷ୍ଠା ହୋଇଥିଲା।ଲୋକମତ ଅନୁଯାୟୀ ଏହି ରାସ୍ତାରେ ଶ୍ରୀ ଚୈତନ୍ୟ ଦେବ ଯାଉଥିବା ସମୟରେ ସେହି ସ୍ଥାନରେ ରହିଥିବା ଏକ ବୃକ୍ଷ ତଳେ ଆଶ୍ରୟ ନେଇଥିଲେ।ମାତ୍ର ସେଠାରେ ଥିବା ମନ୍ଦିରଟି ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।ସେହି ମନ୍ଦିର ମଧ୍ୟରେ ନିତାଇ ଗୌର ବିଗ୍ରହ ଆଜି ବି ପୂଜା ପାଉଛନ୍ତି।ଗ୍ରାମର କେତେକ ବଦାନ୍ୟ ବ୍ୟକ୍ତିମାନେ ସେଠାରେ ଏକ ନୂତନ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ସେହି ପରିପ୍ରେକ୍ଷୀରେ ପବିତ୍ର ରଥ ଯାତ୍ରା ଅବସରରେ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜଳେଶ୍ଵର ବିଡିଓ ଗୌରାଙ୍ଗ ଚରଣ ଘୋଷ ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ।ପୂଜକ ଅଶୋକ କୁମାର ଆଚାର୍ଯ୍ୟ ଓ ଅଜୟ ନାରାୟଣ ଦାସ ଅଧିକାରୀଙ୍କ ଦ୍ୱାରା ଯଥାକ୍ରମେ ପୂଜାର୍ଚ୍ଚନା ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ମୁରଲୀ ମୋହନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ସାମଲ,ରବି ସାମଲ, ରାଧା ରଞ୍ଜନ ଜେନା,ଅଜୟ ସିଂହ, ମୁନାଚାନ୍ଦ ପ୍ରଧାନ, ନିମାଇଁ ଚରଣ ଜେନା,ଲକ୍ଷ୍ମୀ ରଞ୍ଜନ ସିଂହ,ରାଜ କିଶୋର ଘୋଷ,ସୁଧାଂଶୁ ପାତ୍ର,ବସନ୍ତ ଦାସ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ,    ଓଡ଼ିଶା ରାଜ୍ୟ ଅର୍ଥ କମିଶନର ୱେବସାଇଟ୍ ଉନ୍ମୋଚିତ

masiha

Leave a Comment

error: Content is protected !!