ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ -୨୦୨୬ ଅନୁଷ୍ଠିତ 

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଗୁରୁ ଦିବସ -୨୦୨୬ ଅନୁଷ୍ଠିତ 

ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରାକ୍ତନ ଶିକ୍ଷକ
ଡା.ଦେବୀ ପ୍ରସାଦ ମିଶ୍ର ସମ୍ବର୍ଦ୍ଧିତ 
ଶିକ୍ଷକ ଦେଶ ଓ ଜାତିର ମେରୁଦଣ୍ଡ,ଶିକ୍ଷା ଓ ଶିକ୍ଷାୟତନର ମୂଳପିଣ୍ଡ : ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର 

ଢେଙ୍କାନାଳ: ତା.୦୫.୦୯.୨୦୨୬ ରିଖ: (ମ ନି ସ     )ଆଜି ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଗୁରୁ ଦିବସ ନିରାଡ଼ମ୍ବର ଭାବେ ପାଳନ ଅବସରରେ ପ୍ରାକ୍ତନ ଓ ବର୍ତ୍ତମାନର ଛାତ୍ର- ଶିକ୍ଷକ ସମ୍ମିଳନୀ-୨୦୨୬ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନ ଓ ସଭାପତିତ୍ୱରେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଅବସର ପ୍ରାପ୍ତ ସମ୍ବର୍ଦ୍ଧିତ ପ୍ରାକ୍ତନ ଶିକ୍ଷକ ତଥା ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ଅବସର ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର,ବିଦ୍ୟାଳୟ ପରିଚାଳନା କମିଟି ପ୍ରାକ୍ତନ ୧୯୮୦ ବ୍ୟାଚ୍ ଆଲୁମିନି ପ୍ରତିନିଧି ଯୋଗଦାନ କରିଥିଲେ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଗୁରୁ- ଛାତ୍ର ସମ୍ପର୍କର ସେତୁବନ୍ଧ ଓ ଅତୀତର ଅଭୁଲା ସ୍ମୃତିଚାରଣ ହିଁ ଶିକ୍ଷା ଓ ଶିକ୍ଷାୟତନର ବିକାଶର ମୂଳମନ୍ତ୍ର ବୋଲି ମତ ପ୍ରକାଶ କରି ଥିଲେ।ସ୍ଵୀୟ ଅଭିଭାଷଣରେ ଡା.ମିଶ୍ର ଶିକ୍ଷକ ଦେଶ ଓ ଜାତିର ମେରୁଦଣ୍ଡ,ଶିକ୍ଷା ଓ ଶିକ୍ଷାୟତନର ମୂଳପିଣ୍ଡ ବୋଲି ଦୃଢୋକ୍ତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ମହାନ ଗୁରୁ,ଶିକ୍ଷାବିତ୍ ତଥା ଭାରତର ପ୍ରାକ୍ତନ ମହାମହିମ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ,ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ବିଦ୍ୟାଳୟର ଅତୀତର ଅଭୁଲା ସ୍ମୃତି ଚାରଣ କରିବା ସଙ୍ଗେ ସଙ୍ଗେ ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଓ ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ସମସ୍ତେ ଅତୀତର ମୋ ସ୍କୁଲ ଅଭିଯାନ ପଞ୍ଚସଖା ଶିକ୍ଷା ସେତୁ ସାମିଲ୍ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ଦ୍ଵାରା ମାନପତ୍ର ପାଠ କରାଯାଇ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇ ଥିଲା।ଏହି ଅବସରରେ ଷଷ୍ଠ ଶ୍ରେଣୀର ଛାତ୍ର ବି.ଶ୍ରେୟାନ୍ ସ୍ ,ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସାନ୍ ଭି ତ୍ରିପାଠୀ ପ୍ରମୁଖ ଅନେକ ଛାତ୍ରୀ,ଛାତ୍ରବୃନ୍ଦ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସ୍ୱ ସ୍ୱ ବକ୍ତବ୍ୟ ରଖିଥିଲେ।ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠା ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଏନ୍ ସି ସି ବାଳିକା ବାହିନୀ କେୟାର ଟେକର ଅଫିସର୍ ନଳିନୀ ବେହେରା,ଜ୍ୟୋତି ରଞ୍ଜନ ନାୟକ, କଲ୍ୟାଣୀ ବଡ଼ଜେନା ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,ପ୍ରାକ୍ତନ ଛାତ୍ରୀ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଦାୟିତ୍ୱରେ ଥିବା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର, ଏଲିମେଣ୍ଟାରି ଶିକ୍ଷୟିତ୍ରୀ ଅନିତା ସାହୁ,ସ୍ମିତା ପଟ୍ଟନାୟକ, କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ କୁମାର ବାରିକ,ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ମୁଖ୍ୟବକ୍ତାଙ୍କ ସମେତ ଉପସ୍ଥିତ ସମସ୍ତେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ,ଧୂପ -ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ସୁମଧୁର ସ୍ବାଗତ ସଙ୍ଗୀତ ଓ ଉଦ୍ ଯାପନୀ ସଙ୍ଗୀତ ଗୁରୁବନ୍ଦନା ଗାନ କରିଥିଲେ।ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ରଥ,କଲ୍ୟାଣୀ ବଡ଼ଜେନା ବିଭିନ୍ନ ଶ୍ଳୋକ ଓ କବିତା ମାଧ୍ୟମରେ ଗୁରୁ ଦିବସର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିବା ସହ ମାନପତ୍ର ପାଠ କରିଥିଲେ। ବିଦ୍ୟାଳୟରେ ବିଭିନ୍ନ ଶ୍ରେଣୀ ଓ ବିଭାଗର ଛାତ୍ରୀ,ଛାତ୍ରମାନେ ଶ୍ରେଣୀ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ବର୍ଣ୍ଣାଢ୍ୟ ସାଜ୍ଜସଜ୍ଜା ମଧ୍ୟରେ କେକ୍ କାଟି,ଚକ୍ଲେଟ,ମିଷ୍ଟାନ୍ନ ବଣ୍ଟନ, ଉପହାର ସ୍ୱରୂପ ପେନ୍ ବଣ୍ଟନ କରି ଗୁରୁତିବସ ପାଳନ କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକରେ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ

Sunil Chandra Nayak

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

Sunil Chandra Nayak

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

masiha

Leave a Comment

error: Content is protected !!